ETV Bharat / bharat

ରେଳ ଧାରଣାରେ କାହିଁକି ପଡ଼ିଥାଏ ଛୋଟ ପଥର ଖଣ୍ଡ ? ଜାଣିନାହାନ୍ତି 90% ଲୋକ - WHY STONE LAID ON RAILWAY TRACK

author img

By ETV Bharat Odisha Team

Published : May 18, 2024, 10:07 PM IST

Stone Laid On Railway Track: ଆପଣମାନେ କୌଣସି କାରଣ ଲାଗି ଟ୍ରେନରେ ନିଶ୍ଚିତ ଯାତ୍ରା କରିଥିବେ । ନିଜ ଗସ୍ତ ବେଳେ ରେଳ ଧାରଣାରେ ଛୋଟ ଛୋଟ ପଥର ବା ଗୋଡ଼ି ପଡ଼ିଥିବା ଦେଖିଥିବେ । ତେବେ ଆପଣ ଜାଣିଛନ୍ତି କି କାହିଁକି ଏହାକୁ ଟ୍ରାକ ମଝିରେ ରଖାଯାଇଥାଏ ? ଅଧିକ ପଢନ୍ତୁ

Stone Laid On Railway Track
Stone Laid On Railway Track (ETV Bharat)

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦୁନିଆର ସବୁଠୁ ଅଧିକ ରୋଜଗାର ଦାତାଙ୍କ ମଧ୍ୟରେ ଅନ୍ୟତମ । ଭାରତୀୟ ରେଲୱେରେ ପ୍ରାୟ 14 ଲକ୍ଷରୁ ଅଧିକ ଲୋକ କାମ କରନ୍ତି । ଏହା ଦୁନିଆର ଚତୁର୍ଥ ସର୍ବଶ୍ରେଷ୍ଠ ରେଲୱେ ନେଟୱର୍କ । ଏହି ରେଳବାଇ ପ୍ରତିଦିନ 2.5 କୋଟି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଆପଣ ମଧ୍ୟ କେବେ ନା କେବେ ଟ୍ରେନରେ ଯାତ୍ରା କରିଥିବେ । ଯାତ୍ରା ସମୟରେ ରେଳ ଧାରଣା ଭିତରେ ଛୋଟ ଛୋଟ ପଥର ଖଣ୍ଡ ପଡ଼ିଥିବା ଆପଣ ଦେଖିଥିବେ । କାହିଁକି ରେଳ ବିଭାଗ ପକ୍ଷରୁ ଏହା ପଡ଼ିଥାଏ ନିଶ୍ଚିତ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ । ଆଜି ଆମେ ଆପଣଙ୍କ ଦ୍ବନ୍ଦ୍ବ ଦୂର କରିବୁ ।

ବାସ୍ତବରେ, ରେଳ ଧାରଣା ମଧ୍ୟରେ ଛୋଟ ଛୋଟ ପଥର ଖଣ୍ଡ ରଖାଯିବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ପ୍ରଥମେ ରେଲୱେ ଟ୍ରାକକୁ ଷ୍ଟିଲ ଓ କାଠରେ ତିଆରି କରାଯାଉଥିଲା । ହେଲେ ବର୍ତ୍ତମାନ ଏହି ଟ୍ରାକ୍‌କୁ ସିମେଣ୍ଟରେ ତିଆରି କରାଯାଉଛି । ଏହି ପଥରଗୁଡିକ ଟ୍ରାକ୍‌ ମଧ୍ୟରେ ରଖାଯିବା ଦ୍ବାରା ଏଗୁଡ଼ିକ କାଠ ପଟା କିମ୍ବା ସିମେଣ୍ଟ ବ୍ଲକକୁ ଦୃଢ ଭାବରେ ନିଜ ସ୍ଥାନରେ ବଜାୟ ରଖିବେ । ଏହାସହ ସେହି ସିମେଣ୍ଟ ବ୍ଲକଗୁଡିକ ଯେପରି ରେଳ ଟ୍ରାକକୁ ଦୃଢ ଭାବରେ ଧରି ରଖିବ ।

ଏହା ବି ପଢନ୍ତୁ- ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଏହା ବ୍ୟତୀତ ଟାଣ ଖରାରେ ଟ୍ରାକ ବିସ୍ତାର ହେଉଥିବା ବେଳେ ଶୀତଦିନେ ସଂକୁଚିତ ହୁଏ । ଏଣୁ ଟ୍ରେନର ସମ୍ପୂର୍ଣ୍ଣ ଓଜନ କାଠ କିମ୍ବା ସିମେଣ୍ଟ ବ୍ଲକ୍ ଉପରେ ପଡେ । କିନ୍ତୁ ଟ୍ରାକ୍‌ ମଧ୍ୟରେ ରଖାଯାଇଥିବା ପଥର ଯୋଗୁଁ ଟ୍ରେନର ପୁରା ଓଜନ ଏହି ପଥର ଉପରେ ପଡ଼ିଥାଏ । ଏହି କାରଣରୁ ଟ୍ରେନ ଆସିବା ପରେ ସୃଷ୍ଟି ହୋଇଥିବା କମ୍ପନ ଦୂର ହୋଇଯାଏ ଏବଂ ଟ୍ରାକ୍‌ରେ ଥିବା ଭାର ମଧ୍ୟ ସନ୍ତୁଳିତ ହୋଇଯାଏ ।

ଖାଲି ସେତିକି ନୁହେଁ, ରେଳ ଟ୍ରାକ୍‌ ମଧ୍ୟରେ ପଥର ରଖିବାର ଅନ୍ୟ ଏକ କାରଣ ହେଉଛି ଯେତେବେଳେ ଏକ ଭାରି ଟ୍ରେନ ଟ୍ରାକ୍ ଦେଇ ଯିବା ବେଳେ ଏହାର ଓଜନ ସନ୍ତୁଳିତ ହୋଇ ଭୂମି ଉପରେ ପଡ଼ିନଥାଏ । କେବଳ ସେତିକି ନୁହେଁ, ଏହି ପଥର ଦେଇ ଟ୍ରାକ୍‌ ମଧ୍ୟରେ ବର୍ଷା ଜଳ ସହଜରେ ପ୍ରବାହିତ ହୁଏ ଏବଂ ଟ୍ରାକ୍‌ ମଧ୍ୟରେ କାଦୁଅ ସୃଷ୍ଟି ହୁଏ ନାହିଁ । ଏହା ବ୍ୟତୀତ ରେଳ ଟ୍ରାକ୍ ମଧ୍ୟରେ ରଖାଯାଇଥିବା ପଥରଗୁଡିକ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.