ETV Bharat / sukhibhava

ପାଟି ସ୍ବାସ୍ଥ୍ୟ ବଜାୟ ରଖେ Oil Pulling, ଜାଣନ୍ତୁ ଉପକାରିତା ଓ ବ୍ୟବହାର ପ୍ରଣାଳୀ

author img

By

Published : Dec 22, 2022, 7:44 AM IST

ଅଏଲ୍ ପୁଲିଂ(Oil Pulling) ପାଟିର ଶୁଦ୍ଧକରଣ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଜାଣିଥିବେ ନିଶ୍ଚୟ । ତେବେ ଏହା କ’ଣ, ଏହାର ଉପକାରିତା ଏବଂ ବ୍ୟବହାର ପ୍ରଣାଳୀ ବାବଦରେ ଜାଣନ୍ତୁ

Oil Pulling
ଅଏଲ୍ ପୁଲିଂ

ହାଇଦ୍ରାବାଦ: ପାଟିର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଅଏଲ୍ ପୁଲିଂ(Oil Pulling) ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏହି ଶୁଦ୍ଧକରଣ ପ୍ରକ୍ରିୟା ସ୍ବାଭାବିକ ଭାବରେ ପାଟିର କ୍ଷତିକାରକ ଜୀବାଣୁକୁ ସଫା କରିଦେଇଥାଏ । ଆୟୁର୍ବେଦରେ ଶରୀରରୁ କ୍ଷତିକାରକ ଉପାଦାନଗୁଡିକ ବାହାର କରିବା ପାଇଁ ବିଭିନ୍ନ ପ୍ରକାରର ଶୁଦ୍ଧତା କାର୍ଯ୍ୟ ବ୍ୟବହୃତ ହୁଏ । ଏହିପରି ଏକ କାର୍ଯ୍ୟକଳାପ ହେଉଛି ଅଏଲ୍ ପୁଲିଂ ।

ଏହା ପାଟିର ଶୁଦ୍ଧତା ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଏ, ଅର୍ଥାତ୍ ପାଟିକୁ ଜୀବାଣୁମୁକ୍ତ କରିଥାଏ । ଆୟୁର୍ବେଦଚାର୍ଯ୍ୟ ବିଶ୍ବାସ କରନ୍ତି ଯେ, ଦାନ୍ତ ଓ ମାଢି ସମେତ ପାଟିର ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଅଏଲ୍ ପୁଲିଂ ପ୍ରାକୃତିକ ଭାବରେ ବହୁତ ସାହାଯ୍ୟ କରିଥାଏ ।

ଅଏଲ୍ ପୁଲିଂ କ’ଣ ଏବଂ ଏହାର ଉପକାରିତା:-

ଉତ୍ତରପ୍ରଦେଶ ହରିଦ୍ୱାର, ଆୟୁର୍ବେଦ ବିଦ୍ୟାଳୟର ଡାକ୍ତର ଡ. ସୁନୀଲ ଶାସ୍ତ୍ରୀ କହିଛନ୍ତି ଯେ, ଏହା ଏକ ପୁରାତନ ପଦ୍ଧତି, ଯାହା ଚରକ ସଂହିତାରେ ମଧ୍ୟ ଉଲ୍ଲେଖ କରାଯାଇଛି । ଆୟୁର୍ବେଦରେ ମୁଖ୍ୟତ ଅଏଲ୍ ପୁଲିଂରେ ଦୁଇଟି କାର୍ଯ୍ୟକଳାପ ପ୍ରଚଳିତ, କବଲଧାରଣ ଏବଂ ଗଣ୍ଡୁଶା । ପାଟିର ଯତ୍ନ ପାଇଁ ଉଭୟ କବଲଧାରଣ ଏବଂ ଗଣ୍ଡୁଶା ପ୍ରଣାଳୀ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

ଉଭୟ ପ୍ରଣାଳୀ ପ୍ରାୟ ସମାନ, ଏହି ଦୁଇଟି ମଧ୍ୟରେ କେବଳ ପାର୍ଥକ୍ୟ ହେଉଛି ଗଣ୍ଡୁଶାରେ ତେଲ ପାଟିରେ ଭରାଯାଇ କିଛି ମିନିଟ୍ ପାଇଁ ଛାଡି ଦେବାପରେ ବାହାରକୁ ଫିଙ୍ଗି ଦିଆଯାଏ । କିନ୍ତୁ କବଲଧାରଣରେ ତେଲକୁ ପାଟିରେ କିଛି ସମୟ ପର୍ଯ୍ୟନ୍ତ ଗଗ୍‌ଲିଂ କରାଯାଏ ।

ସେ ବ୍ୟାଖ୍ୟା କରିଛନ୍ତି ଯେ, ଉଭୟ କାର୍ଯ୍ୟକଳାପ କରିବା ପାଇଁ ସକାଳ ସବୁଠାରୁ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଏ । ସକାଳେ ଖାଲି ପେଟରେ ଅଏଲ୍ ପୁଲିଂ ଦ୍ୱାରା ପାଟିରେ ଥିବା ଜୀବାଣୁ ସଫା ହୋଇଯାଏ । ଏହି ପ୍ରକ୍ରିୟାକୁ ସଠିକ୍ ଭାବରେ କରିବା ଦ୍ୱାରା କେବଳ ଦାନ୍ତ ଓ ମାଢିର ସ୍ୱାସ୍ଥ୍ୟ ଭଲ ରହେ ନାହିଁ, ବରଂ ଦାନ୍ତର ହଳଦିଆ ଏବଂ ପାୟରିଆ ଭଳି ସମସ୍ୟାକୁ ରୋକାଯାଇଥାଏ । ଏହାଦ୍ବାରା ଦାନ୍ତର ଚମକ ମଧ୍ୟ ରହିବା ସହ ପାଟି ଦୁର୍ଗନ୍ଧ ମଧ୍ୟ ହ୍ରାସ ପାଇଥାଏ ।

ଏହା ବ୍ୟତୀତ ଅଏଲ୍ ପୁଲିଂ ହଜମ ଜନିତ ସମସ୍ୟାକୁ ମଧ୍ୟ ରୋକିଥାଏ । ବାସ୍ତବରେ, ଆମେ ଯାହା ଖାଇଥାଉ କିମ୍ବା ପିଇଥାଉ ତାହା ପ୍ରଥମେ ଆମ ପାଟି ଦେଇ ପାକସ୍ଥଳୀକୁ ପ୍ରବେଶ କରେ । ଏପରି ପରିସ୍ଥିତିରେ, ପାଟି ସଠିକ୍ ଭାବରେ ସଫା ନହେବା ହେତୁ ଖାଦ୍ୟ ଦାନ୍ତରେ କିମ୍ବା ପାଟିର ଧାରରେ ଲାଗିଥାଏ, ଯାହା ସମୟ ସହିତ କ୍ଷୟ ହେବାକୁ ଲାଗେ । ଏହି କ୍ଷତିକାରକ ଜୀବାଣୁ ପାଟିରେ ରୋଗ ସୃଷ୍ଟି କରେ ।

ଅଏଲ୍ ପୁଲିଂର ସଠିକ୍ ଉପାୟ:-

ଡ. ସୁନୀଲ ଶାସ୍ତ୍ରୀ କରିଛନ୍ତି ଯେ, ଅଏଲ୍ ପୁଲିଂ ସଠିକ୍ ଉପାୟରେ କରାଯିବା ଉଚିତ୍ । ଯଦିଓ ନଡ଼ିଆ ତେଲ ଏବଂ ଖସା ତେଲ ତେଲକୁ ପୁଲିଂ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ, ତଥାପି ଏଥିପାଇଁ ଅଲିଭ୍ ତେଲ, ସୂର୍ଯ୍ୟମୁଖୀ ତେଲ କିମ୍ବା କୌଣସି ଖାଇବା ତେଲ ବ୍ୟବହାର କରାଯାଇପାରିବ ।

କବଲଧାରଣ ସମୟରେ ଟେବୁଲ ଚାମଚ ତେଲ ସହିତ 15 ରୁ 20 ମିନିଟ୍ ପର୍ଯ୍ୟନ୍ତ ଗଗଲିଂ କରିବା ଉଚିତ୍ । କିଛି ସମୟ ପରେ ଏହି ତେଲକୁ ପାଟିରୁ ବାହାର କରିଦିଅନ୍ତୁ । ଅନ୍ୟପକ୍ଷରେ, ଗାଣ୍ଡୁଶାରେ ପାଟିରେ ତେଲ ଭରିବାର 5-10 ମିନିଟ୍ ପରେ ବାହାର କରିଦିଅନ୍ତୁ । ସେ କହିଛନ୍ତି ଯେ, ସର୍ବଦା ଶୁଦ୍ଧ ଏବଂ ସତେଜ ତେଲ ବ୍ୟବହାର କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.