ETV Bharat / state

ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ଶୋଭାରାମପୁର ରେଳ ଓଭର ବ୍ରିଜର କଲେ ଉଦଘାଟନ

author img

By

Published : Dec 22, 2022, 10:26 AM IST

Updated : Dec 22, 2022, 11:35 AM IST

ବାଲେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ 11 ଟା 15 ମିନିଟରେ ମୁଖ୍ୟମନ୍ତ୍ରୀ ପୋଲିସ ଲାଇନ ପଡ଼ିଆରେ ପହଞ୍ଚିଥିଲେ । ପ୍ରଥମେ ଶୋଭାରାମପୁର ରେଳ ଓଭର ବ୍ରିଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Naveen Patnaik to visit balasore
Naveen Patnaik to visit balasore

Naveen Patnaik to visit balasore

ବାଲେଶ୍ବର: ବାଲେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରରେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ଶୋଭାରାମପୁର ରେଳ ଓଭରବ୍ରିଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଉଦଘାଟନ କରିବା ପରେ ଓଭର ବ୍ରିଜରେ ଚାଲିଚାଲି ଗଲେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶକୁ ନୂଆ ଭାରିଆଣ୍ଟ ଭୟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆଜି ଶୋଭାରାମପୁର ରେଲୱେ ଓଭରବ୍ରିଜ (LC-79)ର ଉଦଘାଟନ କରିବା ସହିତ ୬୯ଟି ଅନ୍ୟ ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ । ଯାହାର ମୂଲ୍ୟ ୩୭୫ କୋଟି ଟଙ୍କା ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କା ମୂଲ୍ୟର ୧୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୬୦୦୦୦ ସଦସ୍ୟ ବିଶିଷ୍ଟ ୫୬୦୦ ଗୋଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ରାଶି ଜିଲ୍ଲା ପ୍ରଶାସନ ବାଲେଶ୍ବରର ଏକ ଅଭିନବ ପଦକ୍ଷେପ " ଏକ ଗ୍ରାମପଞ୍ଚାୟତ – ଏକ ଉତ୍ପାଦ " କାର୍ଯ୍ୟକ୍ରମକୁ ଆଗେଇନେବ । ଏହାଦ୍ଵାରା ମିଶନ ଶକ୍ତି ମହିଳା ମାନଙ୍କର ଜୀବିକାର ଉନ୍ନତି ତଥା ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 22, 2022, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.