ETV Bharat / state

ବୁଥ ସମ୍ଭାଳିବେ ମହିଳା ଅଧିକାରୀ, ମଧ୍ୟ ଆସନରେ ସମସ୍ତ ବୁଥ 'ସଖି' - WOMEN POLLING BOOTH

author img

By ETV Bharat Odisha Team

Published : May 18, 2024, 10:57 PM IST

SAKHI BOOTH IN BHUBANESWAR: ପ୍ରଥମ ଥର ପାଇଁ ସମସ୍ତ ବୁଥ ପରିଚାଳନା କରିବେ ମହିଳା କର୍ମଚାରୀ । ଭୁବନେଶ୍ୱରର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ 'ସଖି ବୁଥ' ଭାବେ ପ୍ରସ୍ତୁତ ହେବ । ଅଧିକ ପଢନ୍ତୁ

ବୁଥ୍ ସମ୍ଭାଳିବେ ମହିଳା ଅଧିକାରୀ , ମଧ୍ୟ ଆସନରେ ସମସ୍ତ ବୁଥ 'ସଖି'
ବୁଥ୍ ସମ୍ଭାଳିବେ ମହିଳା ଅଧିକାରୀ , ମଧ୍ୟ ଆସନରେ ସମସ୍ତ ବୁଥ 'ସଖି' (ETV Bharat Odisha)

ବୁଥ୍ ସମ୍ଭାଳିବେ ମହିଳା ଅଧିକାରୀ , ମଧ୍ୟ ଆସନରେ ସମସ୍ତ ବୁଥ 'ସଖି' (ETV Bharat Odisha)

ଭୁବନେଶ୍ବର: ପ୍ରଥମ ଥର ପାଇଁ ସମସ୍ତ ବୁଥ ପରିଚାଳନା କରିବେ ମହିଳା । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଏଭଳି ଯୋଜନା ହୋଇଛି । ଯେଉଁଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରଯାଇଛି । ଏନେଇ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ କୁମାର ପଣ୍ଡା ।

ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ, ଯେହେତୁ ଇଲେକ୍ସନ କମିସନ ନିର୍ଦ୍ଦେଶ ଅନୁସାରେ ଆମର ମଧ୍ୟ ନିର୍ବାଚନ ମଣ୍ଡଳୀର ୨୦୦ଟି ବୁଥକୁ 'ସଖି ବୁଥ' ଭାବେ ପ୍ରସ୍ତୁତ କରାଯିବ । ଏନେଇ ସେହି ସବୁ ବୁଥରେ‌ ଯେଉଁଠି ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେ ଦୃଷ୍ଟିରୁ ମହିଳାଙ୍କ ପୋଲିଂ କର୍ମଚାରୀ ନିୟୋଜିତ ଦେବା ସହ ସୁରକ୍ଷା କର୍ମୀ ମଧ୍ୟ ମହିଳା କର୍ମଚାରୀ ନିୟୋଜିତ‌ ହେବେ । ଯେହେତୁ ପୋଲିଂ କର୍ମଚାରୀ ମହିଳାମାନେ ରହୁଛନ୍ତି ତେଣୁ ମହିଳା କର୍ମଚାରୀ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।ଏନେଇ ଇଲେକ୍ସନ ସ୍କେଲ ଅନୁସାରେ ମହିଳା ପୋଲିସଙ୍କୁ ଇଲେକ୍ସନ ସମ୍ପର୍କିତ ତାଲିମ ମଧ୍ୟ ପୂର୍ବରୁ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟ ମୁଖିଆଙ୍କ ଅଭେଦ୍ୟ ଦୁର୍ଗ ହିଞ୍ଜିଳି; ଦିନେ ଥିଲା କଂଗ୍ରେସର ଦୁର୍ଗ - Hinjili Assembly Election 2024

ଏହା ମଧ୍ୟ ପଢନ୍ତୁ .....ରାଜ୍ୟରେ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିଲା ପ୍ରଚାର - Second Phase Voting Campaigning


ତେବେ ପ୍ରତିଟି ପୁଲିଂ ବୁଥରେ ୬ଜଣ କର୍ମଚାରୀ ରହିଥାନ୍ତି । ଯେଉଁମାନଙ୍କ ମଧ୍ୟରେ ପ୍ରିଜାଇଡିଂ ଅଫିସର ବୁଥର ସର୍ବେସର୍ବା । ସମସ୍ତ ନିଷ୍ପତ୍ତି ତାଙ୍କ ନେତୃତ୍ବରେ ନିଆଯାଇଥାଏ । ତାଙ୍କ ସହ ୫ଜଣ ପୋଲିଂ କର୍ମଚାରୀ ମଧ୍ୟ ରହିଥାନ୍ତି । ଯେଉଁମାନଙ୍କ ମଧ୍ୟରେ ୧ମ ପୁଲିଂ ଅଧିକାରୀ ଯେ କି ଆସୁଥିବା ସମସ୍ତ ଭୋଟରଙ୍କର ପରିଚୟ ଯାଞ୍ଚ କରି ଦେବା ପାଇଁ ଚିହ୍ନଟ କରିବେ । ୨ୟ ପୋଲିଂ ଅଧିକାରୀ ଭୋଟରଙ୍କ ନାମ ଚିହ୍ନଟ ପରେ ତାଙ୍କର ଦସ୍ତଖତ ଗ୍ରହଣ କରିବେ । ୩ୟ ପୋଲିଂ ଅଧିକାରୀ ତାଙ୍କର ଆଙ୍ଗୁଠିରେ କାଳି ଲଗାଇବେ ଓ ୪ର୍ଥ ପୋଲିଂ ଅଧିକାରୀ ଲୋକସଭା କ୍ଷେତ୍ର ପାଇ ବାଲାଟ ପେପର ଦେବେ ଓ ୫ମ ପୋଲିଂ ଅଧିକାରୀ ବିଧାନସଭା କ୍ଷେତ୍ର ପାଇ ବାଲାଟ ପେପର ଦେବେ । ଏହି ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ମହିଳା ସୁରକ୍ଷା କର୍ମୀ ରହିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.