ETV Bharat / state

ରାଜ୍ୟରେ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିଲା ପ୍ରଚାର - Second phase Voting Campaigning

author img

By ETV Bharat Odisha Team

Published : May 18, 2024, 8:26 PM IST

Second phase Voting in Odisha: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ସରିଲା ପ୍ରଚାର । ଦିନକ ପରେ 5 ଲୋକସଭା ଆସନରେ ପଡ଼ିବ ଭୋଟ । ଅଧିକ ପଢନ୍ତୁ

Second phase Voting in Odisha
Second phase Voting in Odisha (ETV Bharat Odisha)

ଭୁବନେଶ୍ବର: 2024 ଲୋକସଭା ନିର୍ବାଚନ ଲାଗି ମେ 20ରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ପଞ୍ଚମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟରେ 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା 35ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ । ଏଥିଲାଗି ଆଜି ସରିଛି ପ୍ରଚାର । ନିସ୍ତବ୍ଦ ହୋଇଛି ନିର୍ବାଚନୀ ମୈଦାନ । ଦିନେ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ ।

ଦ୍ବିତୀୟ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନ ମଣ୍ଡଳୀ
ସଂସଦୀୟ କ୍ଷେତ୍ରଅଧିନରେ ଆସୁଥିବା ବିଧାନସଭା ନିର୍ବଚାନ ମଣ୍ଡଳୀ
ବରଗଡ଼ଅତାବିରା (ଏସସି), ବରଗଡ଼, ଭଟଲି, ବିଜେପୁର, ପଦ୍ମପୁର, ବ୍ରଜରାଜଗନର, ଝାରସୁଗୁଡ଼ା
ସୁନ୍ଦରଗଡବୀରମିତ୍ରପୁର(ଏସଟି), ବଣାଇ(ଏସଟି), ରଘୁନାଥପାଲି(ଏସସି), ରାଜଗାଙ୍ଗପୁର(ଏସଟି), ରାଉରକେଲା, ସୁନ୍ଦରଗଡ଼(ଏସଟି), ତଳସରା(ଏସଟି)
ବଲାଙ୍ଗୀରବଲାଙ୍ଗୀର, କଣ୍ଟାବାଞ୍ଜି, ଲୋଇସିଂହା(ଏସସି), ପାଟଣାଗଡ଼, ଟିଟିଲାଗଡ଼, ବୀରମହାରାଜପୁର, ସୋନପୁର
କନ୍ଧମାଳବାଲିଗୁଡା(ଏସଟି), ଜି. ଉଦୟଗିରି(ଏସଟି), ଫୁଲବାଣୀ(ଏସଟି), କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା (ଏସସି), ଭଞ୍ଜନଗର
ଆସିକା ଆସିକା, ହିଞ୍ଜିଳି, କବିସୂର୍ଯ୍ୟନଗର, ଖଲ୍ଲିକୋଟ(ଏସସି), ପୋଲସରା, ସାନଖେମୁଣ୍ଡି, ସୋରଡ଼ା

ମୋଟ ପ୍ରାର୍ଥୀ:- ରାଜ୍ୟର 5 ସଂସଦୀୟ କ୍ଷେତ୍ରର 40ଜଣ ପ୍ରାର୍ଥୀ ଓ 35 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀଙ୍କୁ ମିଶାଇ ମୈଦାନରେ ମୋଟ 305ଜଣ ପ୍ରାର୍ଥୀ ଅଛନ୍ତି । 40 ଜଣ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 34 ପୁରୁଷ ଓ 6 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 265 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 224 ଜଣ ପୁରୁଷ ପ୍ରାର୍ଥୀ ଓ 41 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ମୋଟ ଭୋଟର:- 5ଟି ସଂସଦୀୟ କ୍ଷେତ୍ରର 35ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏହି 5 ସଂସଦୀୟ କ୍ଷେତ୍ର ହେଉଛି ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା । 5 ଲୋକସଭା କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 79 ଲକ୍ଷ 69 ହଜାର 8 ଶହ 37 ଜଣ । ମହିଳା ଭୋଟରଙ୍କ ସଂଖ୍ୟା 39 ଲକ୍ଷ 45 ହଜାର । ପୁରୁଷ ଭୋଟର 40 ଲକ୍ଷ 33 ହଜାର 992 । ତୃତୀୟ ଲିଙ୍ଗୀ ଭୋଟର 851, ଯୁବ ଭୋଟର (18ରୁ 19 ବର୍ଷ) ହେଉଛନ୍ତି 2.67 ପ୍ରତିଶତ । ସେହିପରି 20ରୁ 29 ବର୍ଷ ହେଉଛନ୍ତି 21.31 ପ୍ରତିଶତ । 30 ବର୍ଷରୁ କମ ଭୋଟରଙ୍କ ସଂଖ୍ୟା ହେଉଛି ମୋଟ ଭୋଟର ସଂଖ୍ୟାର ପ୍ରାୟ 24 ପ୍ରତିଶତ ।

ଦ୍ବିତୀୟ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀ
ଦ୍ବିତୀୟ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀ (ETV Bharat Graphics)

ଚର୍ଚ୍ଚିତ ସାଂସଦ ପ୍ରାର୍ଥୀ:- ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ, ସୁନ୍ଦରଗଡ଼ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ବଲାଙ୍ଗୀର ବିଜେପି ସାଂସଦ ପ୍ରାର୍ଥିନୀ ସଙ୍ଗୀତ କୁମାର ସିଂହଦେଓ, କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ।

ଚର୍ଚ୍ଚତ ବିଧାୟକ ପ୍ରାର୍ଥୀ
ଚର୍ଚ୍ଚତ ବିଧାୟକ ପ୍ରାର୍ଥୀ (ETV Bharat Graphics)

ପ୍ରମୁଖ ବିଧାୟକ ପ୍ରାର୍ଥୀ:- ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ରାଉରକେଲାରୁ ବିଜେପି ପ୍ରାର୍ଥୀ ଦିଲ୍ଲୀପ କୁମାର ରାୟ, ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ, ସାନଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା, ପାଟଣାଗଡ଼ରୁ ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ପାଟଣାଗଡ଼ରୁ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର, ଭଞ୍ଜନଗରରୁ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଓ ରାଉରରକେଲାରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ।

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଖବର:-

ଜୟଦେବରେ କଂଗ୍ରେସର ରୋଡ ସୋ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ଦମଦାର ପ୍ରଚାର
ପାଲଲହଡା ପ୍ରଚାର କଲେ ହେମା ମାଳିନୀ, ଅଶୋକ ଓ ରୁଦ୍ରଙ୍କ ପାଇଁ ମାଗିଲେ ଭୋଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.