ପାଲଲହଡା ପ୍ରଚାର କଲେ ହେମା ମାଳିନୀ, ଅଶୋକ ଓ ରୁଦ୍ରଙ୍କ ପାଇଁ ମାଗିଲେ ଭୋଟ୍ - HEMA MALINI IN PALLAHARA

By ETV Bharat Odisha Team

Published : May 18, 2024, 6:56 PM IST

thumbnail
ପାଲଲହଡା ପ୍ରଚାର କଲେ ହେମା ମାଳିନୀ (ETV Bharat Odisha)

BJP  Campaign in Pallahara:ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାର ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପାଲଲହଡା ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମଥୁରା ଲୋକସଭା ପ୍ରାର୍ଥୀ ତଥା ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ହେମାମାଳିନୀ ଯୋଗ ଦେଇଥିଲେ । ଏଠାରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏବଂ ପାଲଲହଡା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଡ୍ରିମଗର୍ଲ ହେମା । ଏହାଛଡା ଓଡିଶାରୁ ଏଭଳି ଏକ ଭ୍ରଷ୍ଟାଚାର ଶାସନ ହଟାଇବା ସହ କେନ୍ଦ୍ରରେ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରାଇବାକୁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ । ଏହି ସମାବେଶରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏବଂ ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତି ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଉପସ୍ଥିତ କର୍ମୀଙ୍କୁ ବୁଝାଇବା ସହ ସେମାନଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ । ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.