ETV Bharat / politics

କାଲି ୨ ଦିନିଆ ଗସ୍ତରେ ଆସୁଛନ୍ତି ମୋଦି, ରାଜନାଥ ଓ ଶାହ ବି କରିବେ ପ୍ରଚାର - Lok Sabha Election 2014

author img

By ETV Bharat Odisha Team

Published : May 18, 2024, 4:49 PM IST

PM Modi Odisha visit: ଆସନ୍ତାକାଲି ସନ୍ଧ୍ୟାରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ କାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ୨୦ରେ ମୋଦିଙ୍କ ହାଇଭୋଲ୍ଟେଜ ପ୍ରଚାର ପରେ ୨୧ରେ ପ୍ରଚାର କରିବେ ଅମିତ ଶାହ । ଅଧିକ ପଢ଼ନ୍ତୁ

PM Modi Odisha visit
PM Modi Odisha visit (ETV Bharat Odisha)

PM Modi Odisha visit (ETV Bharat Odisha)

ଭୁବନେଶ୍ବର: ପୁଣି ଆସୁଛନ୍ତି ମୋଦି । ଓଡ଼ିଶା ଦଖଲକୁ ସଫଳ କରିବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି । ଏହି କ୍ରମରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖ ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୋଦି । ୨୦ ତାରିଖ ଦିନ ତମାମ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ପୁରୀରେ ରୋଡ ସୋ' ପରେ ଅନୁଗୋଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ବିଜେପି ପାଇଁ କରିବେ ପ୍ରଚାର । ମୋଦିଙ୍କ ପୂର୍ବରୁ ରାଜନାଥ ସିଂ ୧୯ ତାରିଖରେ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୧ ତାରିଖରେ ଓଡ଼ିଶା ଆସି ପ୍ରଚାର କରିବେ ।

ଆସୁଛନ୍ତି ରାଜନାଥ-ମୋଦି-ଶାହ: ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ୧୯ ତାରିଖ ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦ରେ ସକାଳେ ମହାପ୍ରଭୁଙ୍କ ଦର୍ଶନ କରି ୮ଟାରେ ପୁରୀରେ ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । ତା'ପରେ ଅନୁଗୋଳ ଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭାକୁ ସମ୍ବୋଧିତ କରିବା ସହ କଟକ ଠାରେ ଦିନ ୧୧ଟା ୩୦ରେ ଜନ ସମାବେଶରେ ଯୋଗଦେବେ । ତା'ପୂର୍ବରୁ ଆସନ୍ତାକାଲି, ଅର୍ଥାତ ୧୯ ତାରିଖ ଦିନ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ ରାଜନାଥ । ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ । ୧୯ ତାରିଖ କୁଚିଣ୍ଡାରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ।

ଏହା ମଧ୍ୟ ପଢ଼ନ୍ତୁ...ଶାହଙ୍କ ରଣହୁଙ୍କାର: ୧୫ରୁ ଅଧିକ ଲୋକସଭା, ୭୫ରୁ ଅଧିକ ବିଧାନସଭା ଜିତିବ ବିଜେପି - Amit Shah at Rourkela

ବିଜେପିର ମିଟର ଖୋଲା ଆହ୍ବାନ: ବିଜେଡିକୁ ସବୁ ଘରୁ ମିଟର ଖୋଲିବାକୁ ଆହ୍ବାନ ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ବିଜେଡି ଦେଇଥିବା ମାଗଣା ବିଜୁଳି ନିର୍ବାଚନୀ ପ୍ରତିଶ୍ରୁତି ମିଛ । ଯଦି ମୋଦିଙ୍କୁ କପି କରି ଏହାକୁ ନବୀନ ଗ୍ୟାରେଣ୍ଟି ବୋଲି କହୁଛ, ତାହେଲେ ବିଜୁଳି ବିଭାଗକୁ କୁହନ୍ତୁ ସବୁ ଘରୁ ମିଟର ଖୋଲି ଦିଅନ୍ତୁ । ଏହା ସହିତ କେନ୍ଦ୍ର ଦେଇଥିବା ୧୮ ଲକ୍ଷ ୮୩ କୋଟି ଟଙ୍କାର ହିସାବ ଦିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.