ETV Bharat / politics

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଆଳିର ବରିଷ୍ଠ ନେତା ବ୍ରଜ ସୁନ୍ଦର ଭୂୟାଁ - BJD JOINING PROGRAMME

author img

By ETV Bharat Odisha Team

Published : May 18, 2024, 11:06 PM IST

BJD JOINING PROGRAMME: ବିଜେଡିରେ ଆଜି ସାମିଲ ହୋଇଛନ୍ତି ଆଳିର ବରିଷ୍ଠ ନେତା ବ୍ରଜ ସୁନ୍ଦର ଭୂୟାଁ । 2009 ଓ 2014 ସାଧାରଣ ନିର୍ବାଚନରେ ଆଳିରୁ ବିଜେପି ପ୍ରାର୍ଥୀ ଥିଲେ ବ୍ରଜ ସୁନ୍ଦର । ଅଧିକ ପଢନ୍ତୁ

BJD JOINING PROGRAMME:
BJD JOINING PROGRAMME: (ETV Bharat Odisha)

BJD JOINING PROGRAMME (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ବିଜେଡି ନିଜର ଶକ୍ତି ବୃଦ୍ଧି କରିଛି । ବିଜେଡିରେ ଆଜି ସାମିଲ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ବ୍ରଜ ସୁନ୍ଦର ଭୂୟାଁ ଓ ଶତାଧିକ ସମର୍ଥକ । ବିଜେପି ଛାଡି ଆଜି ସେ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି । ବିଜେଡିର ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ଶଙ୍ଖ ଫୁଙ୍କିଛନ୍ତି । ବ୍ରଜ ଓ ତାଙ୍କ ସମର୍ଥକଙ୍କୁ ଉତ୍ତରୀୟ ଦେଇ ବିଜେଡି ନେତା ଦଳକୁ ସ୍ବାଗତ କରିଛନ୍ତି । ବ୍ରଜଙ୍କ ମିଶ୍ରଣ କେନ୍ଦ୍ରାପଡା ତଥା ଆଳି ନିର୍ବାଚନ ମଣ୍ଡଳୀରେ ଦଳକୁ ଅଧିକ ସଶକ୍ତ କରିବ ବୋଲି ବିଜେଡି ଆଶାବାଦୀ ଅଛି ।

ଏହା ମଧ୍ୟ ପଢନ୍ତୁ .... ବିଜେଡିକୁ ବାହୁଡିଲେ ପୂର୍ବତନ ବିଧାୟକ ରବି ମଲ୍ଲିକ - BJD Mishran Parba

ସୂଚନାଯୋଗ୍ୟ ଯେ ବ୍ରଜ 2009 ଓ 2014 ସାଧାରଣ ନିର୍ବାଚନରେ ବିଜେପିର ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଥିଲେ । ଆଜି ସେ ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ କହିଛନ୍ତି ଯେ, ଆଜି ଅତ୍ୟନ୍ତ ଖୁସିର ଦିନ । ଆଳିରେ ବିଜେପିକୁ ବ୍ରଜ ପ୍ରତିଷ୍ଠା କରିଥିଲେ । 24 ବର୍ଷ ଧରି ସେ ବିଜେପିକୁ ନିରନ୍ତର ସେବା ଦେଇଥିଲେ । ଆଳି ନିର୍ବାଚନ ମଣ୍ଡଳୀକୁ ଆଉ ପାଦେ ଆଗେଇବା ସହ ଯୁବ ସମାଜ ଆଗକୁ ନେବାରେ ସେ କାମ କରିବେ । ଆଳିର ଉନ୍ନତି ଓ ମାଆ ମାନଙ୍କ ସମ୍ମାନ ପାଇଁ ଲଢେଇ ଜାରି ରହିବ । ଓଡ଼ିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ମିଶିକି କାର୍ଯ୍ୟକାରୀ କରିବୁ ।

ବିଜେଡିରେ ସାମିଲ ହେବା ପରେ ବ୍ରଜ ସୁନ୍ଦର ଭୂୟାଁ କହିଛନ୍ତି ଯେ, ମୁଁ 1979ରୁ RSS ସହ ସମ୍ପର୍କରେ ରହିଆସିଥିଲି । ବିଜେପି ଗଠନ ହେବା ପରେ ଆଳି ତଥା କେନ୍ଦ୍ରାପଡା ଜିଲ୍ଲାରେ ମୁଁ ପ୍ରତିଷ୍ଠା କରିଥିଲି । ବିଜେପିର ସମସ୍ତ ଦାୟିତ୍ବରେ ମୁଁ ରହିଲି । ହେଲେ ବିରୋଧୀ ଦଳରେ ରହି ରାଜନୈତିକ କ୍ୟାରିଆର ଆଗକୁ ନେବାକୁ ଆଉ ସାମର୍ଥ୍ୟ ନାହିଁ । କେନ୍ଦ୍ରାପଡ଼ା ଇତିହାସରେ ଏମିତି ନେତା ନାହାଁନ୍ତି ଯିଏ ବିରୋଧୀରେ 24 ବର୍ଷ ରହି ଭଲରେ ଥିବ । ମୋ ସହଯୋଗୀଙ୍କ ଅବସ୍ଥା ଦେଖିଛି । ଆଶା ଅଛି ଆଉ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହେବ । ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଜିତିବେ । ନୂଆ ଆଳି ଗଠନ ହେବ । ଆମେ ଏହି ପ୍ରକ୍ରିୟାରେ ସମସ୍ତେ ସାମିଲ ହେବୁ । ପ୍ରତାପ ଓ ବିଜେଡ଼ିକୁ ବଡ଼ ବ୍ୟବଧାନରେ ଜିତାଇବା ଲାଗି ଚେଷ୍ଟା କରିବୁ ବୋଲି କହିଛନ୍ତି ବ୍ରଜ ସୁନ୍ଦର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.