ETV Bharat / state

ବିଜେଡିକୁ ବାହୁଡିଲେ ପୂର୍ବତନ ବିଧାୟକ ରବି ମଲ୍ଲିକ - BJD Mishran Parba

author img

By ETV Bharat Odisha Team

Published : May 17, 2024, 10:40 PM IST

BJD Mishran Parba: ଯାଜପୁର ଏବଂ କାକଟପୁରର ବହୁ ବିଜେପି ଏବଂ କଂଗ୍ରେସ ନେତା ବିଜେଡିରେ ମିଶିଛନ୍ତି । ପୂର୍ବତନ ବିଧାୟକ ରବି ମଲ୍ଲିକ ମଧ୍ୟ ଦଳକୁ ବାହୁଡ଼ିଛନ୍ତି । ଅଧିକ ପଢନ୍ତୁ

BJD Mishran Parba
BJD Mishran Parba (ETV Bharat Odisha)

BJD Mishran Parba (ETV Bharat Odisha)

ଭୁବନେଶ୍ବର: ବିଜେଡିରେ ମିଶିଲେ ଯାଜପୁର ଏବଂ କାକଟପୁରର ବହୁ ବିଜେପି ଏବଂ କଂଗ୍ରେସ ନେତା । ଯାଜପୁର ଜିଲ୍ଲାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ହାତକୁ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ବରିଷ୍ଠ ଯୁବ ନେତା ସନ୍ତୋଷ କୁମାର ବେହେରା, କଂଗ୍ରେସ ନେତା ବଳରାମ ବେହେରା, ଯୁବ କଂଗ୍ରେସ ଉପସଭାପତି ଚନ୍ଦନ ବେହେରା, ଯାଜପୁର ମ୍ୟୁନିସିପାଲଟି କଂଗ୍ରେସର ସଭାପତି ସଞ୍ଜୟ ବେହେରାଙ୍କ ସହିତ ପ୍ରଫୁଲ୍ଲ ସାହୁ ଶୁଭାଶିଷ ଦାସ ବିଜେଡିରେ ଯୋଗ ଦେଇଛନ୍ତି । ଏହା ସହିତ 2ଶହରୁ ଅଧିକ କଂଗ୍ରେସ କର୍ମୀ ଆଜି କଂଗ୍ରେସକୁ ପରିତ୍ୟାଗ କରି ବିଜେଡିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି । ଯାଜପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ବିପୁଳ ମାତ୍ରାରେ ଭୋଟରେ ବିଜୟ ହେବେ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।


ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାକଟପୁର ଅଞ୍ଚଳର ଅନେକ ବିଜେପି ନେତାମାନେ ବିଜୁ ଜନତା ଦଳରେ ମିଶିଛନ୍ତି । ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ଘର ବାହୁଡ଼ିଛନ୍ତି । 2009 ରୁ 2014 ସେ ବିଜୁ ଜନତା ଦଳର ବିଧାୟକ ଥିଲେ ଓ 2019 ରେ ବିଜେପିରୁ ପ୍ରାର୍ଥୀ ବି ହୋଇଥିଲେ ରବି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ଭୁଲ ବଶତଃ ବିଜେପି ଯାଇଥିଲେ ହେଲେ ସେଠାରେ ଅଣଦେଖା କରାଗଲା । କାକଟପୁର ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଦ୍ଵାରା କରାଯାଉଥିବାବେଳେ ବିଜେପି ଏହାକୁ ବିରୋଧ କରୁଛି । ସେଥିପାଇଁ ଅଞ୍ଚଳ ବିକାଶ ପାଇଁ ବିଜେପିକୁ ପରିତ୍ୟାଗ କରି ବିଜେଡିର ହାତ ଧରିଛନ୍ତି।"

ଏହା ବି ପଢନ୍ତୁ...ସୁଦୃଢ଼ ହେଉଛି ବିଜେଡ଼ି ଗଡ଼, ଦଳରେ ଯୋଗ ଦେଲେ ବିଭିନ୍ନ ଦଳର ନେତା - BJD Joining Program

ତାଙ୍କ ସହିତ ବି ଶତାଧିକ ବିଜେପି ନେତା ବିଜେଡିରେ ବିଧିବଦ୍ଧ ଭାବରେ ସାମିଲ ହୋଇଛନ୍ତି । ସେପଟେ ରବିଙ୍କର ବିଜେଡିକୁ ଫେରିବା ପରେ କାକଟପୁର ଅଞ୍ଚଳରେ ବିଜେଡ଼ି ଆହୁରି ସଂଗଠିତ ଓ ମଜବୁତ ହେବା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେପଟେ ଦଳରେ ଯୋଗ ଦେବା ପରେ ରବି ମଲ୍ଲିକ କହିଛନ୍ତି, "ମୋ ଆତ୍ମା, ମୋ ଶରୀର ଆଜି ଖୁସି ହେବ କାରଣ ମୁଁ ମୋ ପୁରୁଣା ଘରକୁ ଫେରି ଆସିଛି । ଜନତା ଦଳରୁ ମୁଁ ରାଜନୈତିକ ଜୀବନ ଆରମ୍ଭ କରି ବିଜେଡି ସହ ଥିଲି । କୌଣସି ଭୁଲ ବଶତଃ ମୁଁ ବିଜେଡି ଛାଡି ବିଜେପିକୁ ଚାଲି ଯାଇଥିଲି। ଆଜି ମୋ ପାଇଁ ଏକ ଖୁସିର ଦିନ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.