ETV Bharat / bharat

ରାମୋଜୀ ଫିଲ୍ମ ସିଟିକୁ ମିଳିଲା Eat Right Campus ମାନ୍ୟତା

author img

By

Published : Dec 22, 2022, 1:00 PM IST

ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀକୁ ମିଳିଲା Eat Right Campus ମାନ୍ୟତା । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମ ସିଟିକୁ ମିଳିଲା Eat Right Campus ମାନ୍ୟତା
ରାମୋଜୀ ଫିଲ୍ମ ସିଟିକୁ ମିଳିଲା Eat Right Campus ମାନ୍ୟତା

ହାଇଦ୍ରାବାଦ: ପର୍ଯ୍ୟଟକଙ୍କ ସ୍ବର୍ଗ ତଥା ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀକୁ (Ramoji Film City) ମିଳିଲା ଇଟ୍ ରାଇଟ କ୍ୟାମ୍ପସ ମାନ୍ୟତା । କେନ୍ଦ୍ର ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ(FSSAI) ପକ୍ଷରୁ ରାମୋଜୀ ଫିଲ୍ମ ସିଟିକୁ 'Eat Right Campus' ପ୍ରମାଣପତ୍ର ମିଳିଛି । ଜାତୀୟ ସ୍ବାସ୍ଥ୍ୟନୀତି ମାନକ ଅନୁସାରେ ଫିଲ୍ମ ସିଟି ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ଅତିଥିଙ୍କୁ ସୁରକ୍ଷିତ, ସ୍ବଚ୍ଛ ଓ ପୁଷ୍ଟକର ଖାଦ୍ୟ ପ୍ରଦାନ ପାଇଁ ଏହି ମାନ୍ୟତା ଦିଆଯାଇଛି ।

୧୬୬୬ ଏକର ଜମିରେ ପରିବ୍ୟାପ୍ତ ରାମୋଜୀ ଫିଲ୍ମ ସିଟିରେ ୧୫ଟି ରେସ୍ତୋରାଁ ରହିଛି । ସେଥିମଧ୍ୟରେ ତିନି ତାରକା ଓ ପଞ୍ଚ ତାରକା ହୋଟେଲ ମଧ୍ୟ ସାମିଲ ଅଛି । ଖାଦ୍ୟ ନିରପତ୍ତା କ୍ଷେତ୍ରରେ ଅଧିକ ରେଟିଂ ପାଇଁ FSSAI ପକ୍ଷରୁ ଏହାକୁ ଇଟ୍ ରାଇଟ କମ୍ଲେକ୍ସ ମାନ୍ୟତା ପ୍ରଦାନ କରାଯାଇଛି (Ramoji Film City bags Eat Right Campus recognition) । ସ୍ବଚ୍ଛତା ଓ ପରିମଳ ପାଇଁ ଷ୍ଟାର ହୋଟେଲ ଗୁଡିକୁ ପଞ୍ଚ ତାରକା(five-star) ଶ୍ରେଣୀରେ ଏହି ମାନ୍ୟତା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଦେଶକୁ ନୂଆ ଭାରିଆଣ୍ଟ ଭୟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

୨୦୧୮ ଜୁଲାଇ ୧୦ରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ(FSSAI) ପକ୍ଷରୁ 'The Eat Right Movement'ର ଆରମ୍ଭ ହୋଇଥିଲା । ଦେଶରେ ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଓ ମାରାତ୍ମକ ରୋଗର ମୁକାବିଲା ପାଇଁ ଜାତୀୟ ସ୍ବାସ୍ଥ୍ୟ ନୀତି ଅଧିନରେ 'ସହି ଭୋଜନ, ବେହତର ଜୀବନ'(Sahi Bhojan, Behatar Jeevan) ସ୍ଲୋଗାନ ସହ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଲୋକମାନଙ୍କୁ ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇବା ଏବଂ ସବୁ ବର୍ଗର ଲୋକଙ୍କ ଠାରେ କୁପୋଷଣ ଯୋଗୁଁ ହେଉଥିବା ରୋଗକୁ ପ୍ରତିରୋଧ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.