ETV Bharat / bharat

କୋରୋନା ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା, ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ମୋଦି

author img

By

Published : Dec 22, 2022, 5:21 PM IST

PM Modi
PM Modi

ଚୀନରେ ଆତଙ୍କ ଖେଳାଇବାରେ ଲାଗିଛି ଓମିକ୍ରନର ନୂଆ ଭାରିଏଣ୍ଟ BF 7 । ଏହାର ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଆଜି ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚୀନରେ କୋରୋନାର ନୂଆ ଭାରିଏଣ୍ଟ ଏବେ ପଡ଼ୋଶୀ ଦେଶରେ ହାହାକାର ସୃଷ୍ଟି କରିଛି । ଏ ନେଇ ସାରା ବିଶ୍ବ ସମେତ ଭାରତ ମଧ୍ୟ ପ୍ରାକ୍‌ ସତର୍କତା ଅବଲମ୍ବନ କରିଛି । ନୂଆ ଭାରିଏଣ୍ଟ ସଂକ୍ରମଣରୁ ଦେଶକୁ ରୋକିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି (PM Modi reviews covid situation ) । ଚୀନରେ ଏହି କୋରୋନା ନୂଆ ଭାରିଏଣ୍ଟ ଏବେ ଅନେକଙ୍କ ଜୀବନ ନେଇ ସାରିଥିବା ବେଳେ ଏହା ଚୀନ, ଜାପାନ, ବ୍ରାଜିଲ ସମେତ ବିଶ୍ବର ଅନେକ ସ୍ଥାନକୁ ବ୍ୟାପିବାରେ ଲାଗିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂୂଚନା ମୁତାବକ ଓମିକ୍ରନ BF.7 ସବଭାରିଏଣ୍ଟ(BF.7 Omicron Sub-Variant) ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛି । ଯେଉଁଥିରେ ଓଡିଶାର ଜଣେ ଥିବାବେଳେ ଗୁଜୁରାଟର 2 ଜଣ ଅଛନ୍ତି । ଏହି ନୂଆ ଭାରିଏଣ୍ଟ ଗତ ଅକ୍ଟୋବରରେ ଚିହ୍ନଟ ହୋଇଛି । ସଂପ୍ରତି BF.7 ସବଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି । କୋରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି । ଏହି ନୂଆ ଭାରିଏଣ୍ଟ ଯେପରି ଦେଶର ନବ୍ୟାପେ ସେଥିପାଇଁ ସତର୍କତା ଅବଲମ୍ବନ କରୁଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏହାସହିତ ଦେଶବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଦେଶକୁ ନୂଆ ଭାରିଆଣ୍ଟ ଭୟ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ମହାମାରୀ ସ୍ଥିତିକୁ ନେଇ ବୁଧବାର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଆଜି ଏହି ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ବରନ ଆୟର ଉପସ୍ଥିତ ଥିଲେ । ତେବେ ଗତ ୬ ମାସ ମଧ୍ୟରେ ଦେଶରେ BF.7 ଓମିକ୍ରନର ୪ଟି ମାମଲା ଦେଖିବାକୁ ମିଳିଥିଲା । ଏହି ଭାରିଏଣ୍ଟ ଏବେ ଚୀନରେ ଆତଙ୍କ ଖେଳାଇବା ସହ ଅନେକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି । ସୂତ୍ର ଅନୁସାରେ ଦେଶରେ କୋଭିଡ଼-୧୯ର ୧୦ ଭାରିଏଣ୍ଟ ଦେଖିବାକୁ ମିଳୁଥିବା ବେଳେ ତନ୍ମଧ୍ୟରୁ ଅଧିକ ଘାତକ BF.7 ଓମିକ୍ରନ ଭାରିଏଣ୍ଟ ।

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ RT-PCR ଟେଷ୍ଟ କରାଯାଉଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ମହାମାରୀ ଦେଶରେ କିପରି ନ ବ୍ୟାପେ ସେଥିଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ନେଇ ସେ କହିଛନ୍ତି । ଏହାସହିତ ସଂସଦରେ ସମସ୍ତ ସଦସ୍ୟଙ୍କୁ ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା ଭଳି କୋରୋନା ନିୟମ ମାନିବାକୁ ଅନୁରୋଧ କରାଯାଇଥିବା ବେଳେ ଆଜି ସଂସଦରେ ଏହି ନିୟମ ପାଳନ ହୋଇଛି । ସେପଟେ କଂଗ୍ରେସ ଭାରତ ଯୋଡ ଯାତ୍ରା ଜାରି ରଖିଥିବା ବେଳେ ଏଥିରେ ଅନେକ କର୍ମୀ ସାମିଲ ହେଉଛନ୍ତି । ଏହି ଯାତ୍ରାରେ କୋଭିଡ଼ ନିୟମ ପାଳନ କରାଯାଉ ନଚେତ ଯାତ୍ରାକୁ ବନ୍ଦ କରିବା ଲାଗି ମଧ୍ୟ ଚିଠି ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.