‘ରଘୁନାଥପାଲ୍ଲୀକୁ ପାଞ୍ଚ ମାସ ନୁହେଁ ପାଞ୍ଚ ବର୍ଷ ସାଙ୍ଗରେ ରହୁଥିବା ବିଧାୟକ ଦରକାର’ - DURGA TANTI TARGETS BJD

By ETV Bharat Odisha Team

Published : May 18, 2024, 10:54 PM IST

thumbnail
Durga Tanti Targets BJD (ETV Bharat Odisha)

Durga Tanti Targets BJD: ରାଉରକେଲା: ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ରଘୁନାଥପାଲ୍ଲୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିଜେଡ଼ିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ । ଦୁର୍ଗା ଅଭିଯୋଗ କରି କହିଥିଲେ ଯେ ବିଜେପି ଦ୍ବାରା ଓଡ଼ିଶା ରାଜ୍ୟ ପାଇଁ ଘୋଷଣା କରାଯାଇଥିବା ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ଟି ଗ୍ୟାରେଣ୍ଟିକୁ ଆମେ କାର୍ଯ୍ୟକାରି କରିବାକୁ ପ୍ରତିଶୃତିବଦ୍ଧ । ପାଞ୍ଚ ପାଞ୍ଚ ଥର ଶାସନ କ୍ଷମତାରେ ବସାଇଥିବା ଓଡିଶାବାସୀଙ୍କୁ କେବଳ ପ୍ରତାରଣା ଦେଇଛି ବିଜେଡି । 

ଏହା ମଧ୍ୟ ପଢ଼ନ୍ତୁ.. ପିପିଲିରେ ପାଣ୍ଡିଆନଙ୍କର ହାଇଭୋଲ୍ଟେଜ ପ୍ରଚାର - PANDIAN CAMPAIGN IN PIPILI

ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଗତ ତିନିଟି ନିର୍ବାଚନରେ ବିଜୟ ହୋଇଥିବା ବେଳେ ଆଜିବି ଲୋକେ ନାହିଁ ନଥିବା ଅବସ୍ଥାରେ ଜୀବନ କାଟୁଛନ୍ତି ବୋଲି ଦୁର୍ଗା ଅଭିଯୋଗ କରିଛନ୍ତି । ଆଜି ମଧ୍ୟ ଲୋକଙ୍କ ପାଖରେ ମୌଳିକ ସୁବିଧା ଅପହଞ୍ଚ । ବିଜେଡ଼ି ଶାସନରେ କୃଷକ, ମହିଳା, ରୋଜଗାର, ଆଇନ ଶୃଙ୍ଖଳା, ସଂସ୍କୃତି ଓ ଗୌରବ କ୍ଷେତ୍ରରେ ଓଡ଼ିଶାର ମାନଚିତ୍ର ନିମ୍ନ ଗାମୀ ହୋଇଛି ଏବଂ ବିକାଶ ନାଁରେ ବିନାଶ ଦେଖାଇଛନ୍ତି ନବୀନ ସରକାର । ସେବା ନାଁରେ ଶୋଷଣ କରିଛନ୍ତି ବିଜେଡି ସରକାର । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଛି ସେଥିରେ ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଲମ୍ବି ରହିଛି । ଖାସ କରି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବହୁ ଦାବି ଆଜି ମଧ୍ୟ ଅଟକି ରହିଛି । ତେବେ ଏଥର ଲୋକେ ରଘୁନାଥପାଲ୍ଲୀରେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏଥର ବିଜେପି ଏଠାରେ ନିଶ୍ଚିତ ବିଜୟୀ ହେବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଦୁର୍ଗା ତନ୍ତୀ ।  

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.