ପିପିଲିରେ ପାଣ୍ଡିଆନଙ୍କର ହାଇଭୋଲ୍ଟେଜ ପ୍ରଚାର - PANDIAN CAMPAIGN IN PIPILI

By ETV Bharat Odisha Team

Published : May 18, 2024, 9:32 PM IST

thumbnail
Election Campaign in Pipili (ETV Bharat Odisha)

Election Campaign in Pipili: ନିମାପଡ଼ା: ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ ପ୍ରଚାର କରି ଭୋଟ ମାଗିଲେ ଭିକେ ପାଣ୍ଡିଆନ । ଅନ୍ୟପଟେ ଆସନ୍ତା 25 ତାରିଖରେ ପୁରୀରେ ହେବାକୁ ଯାଉଛି ନିର୍ବାଚନ । ଆଜି ବିଜେଡ଼ିର ଷ୍ଟାର ପ୍ରଚାରକ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପ୍ରଚାର କରିବା ପାଇଁ ପିପିଲି ଯାଇଥିଲେ । ସେଠାରେ ସେ ବିଜେଡ଼ି କରିଥିବା ଲୋକ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ କହିବା ସହିତ ପୁଣି ବିଜେଡ଼ି ସରକାର ଗଢ଼ିଲେ କଣ ସବୁ ଜନହିତକାରୀ ଯୋଜନା ଆଣିବ ସେ ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ।    

ଏହା ମଧ୍ୟ ପଢ଼ନ୍ତୁ.. ଦଶପଲ୍ଲା ନିର୍ବାଚନୀ ମୈଦାନରେ ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ରଙ୍କ ପ୍ରଚାର - Odisha Assembly Eelction 2024

ପାଣ୍ଡିଆନ ତାଙ୍କ ଅଭିଭାଷଣରେ ପିପିଲିର ୪୦ ବର୍ଷ ଧରି ବିଦ୍ୟୁତ ସମସ୍ୟାର ସମାଧାନ, ଚାନ୍ଦୁଆ ଶିଳ୍ପର ବିକାଶ, ବିଜୁ ସ୍ବାସ୍ଥ୍ୟ ଯୋଜନା କାର୍ଡ ଏବଂ ଶପଥ ନେବା ପରେ ପ୍ରଥମ ବିଜୁଳି ବିଲ ଛାଡ଼ କରିବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ସେପଟେ ପିପିଲିବାସୀ ଖରାରେ ପାଣ୍ଡିଆନଙ୍କ ପାଇଁ ଅପେକ୍ଷା କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେବା ସହିତ ଡବଲ କାମ କରିବେ ବୋଲି କହିଛନ୍ତି । ପିପିଲି ଡେଲାଙ୍ଗରେ ସବୁ ମନ୍ଦିର, ମସଜିଦ, ଗିର୍ଜା ପାଇଁ କୋଟି କୋଟି ଟଙ୍କା ଦେଇ ପୁନରୁଦ୍ଧାର କରାଯାଇଥିବା ମଧ୍ୟ କହିଥିଲେ  । 

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.