ଦଶପଲ୍ଲା ନିର୍ବାଚନୀ ମୈଦାନରେ ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ରଙ୍କ ପ୍ରଚାର - Odisha Assembly Eelction 2024

By ETV Bharat Odisha Team

Published : May 18, 2024, 7:26 PM IST

thumbnail
Election Campaign in Nayagarh (ETV Bharat Odisha)

Election Campaign in Nayagarh: ନୟାଗଡ଼: ପ୍ରଚାର ମୈଦାନରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଡଃ ରବୀନ୍ଦ୍ର ସେଠୀ । ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଡଃ ରବୀନ୍ଦ୍ର ସେଠୀ ବାହାଡ଼ାଝୋଲା ଅଞ୍ଚଳରେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେ ଘର ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ରବୀନ୍ଦ୍ର ପ୍ରଥମେ ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କ ଗହଣରେ ଜିଲ୍ଲାର ଅନ୍ୟତମ ପ୍ରତ୍ୟକ୍ଷ ଦେବୀ ମା’ ପେଟେଇ ଚଣ୍ଡୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ । ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ନୂଆଗାଁ ବ୍ଲକର ସୀଙ୍ଗାରପଲ୍ଲି, ବାହାଡ଼ାଝୋଲା, ବେରୁଆଁବାରି ଏବଂ ହରିପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.. କଣ୍ଟାମାଳରେ କଂଗ୍ରେସର ପ୍ରଚାର ଜୋରଦାର - Kantamal Constituency

ପ୍ରକାଶ ଥାଉ ଯେ, ରବୀନ୍ଦ୍ର ବିଜେଡି କର୍ମୀ ରହିଥିଲେ ଏବଂ ବିଜେଡିରୁ ବିଧାୟକ ପ୍ରାର୍ଥୀ ଆଶାୟୀ ରହିଥିଲେ । ପରେ ବିଜେଡିରୁ ତାଙ୍କୁ ଟିକେଟ ନମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରୁ ମଧ୍ୟ ଟିକେଟ ନମିଳିବାରୁ ସେ ସ୍ୱାଧୀନରେ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇଛନ୍ତି । ତେବେ ତାଙ୍କୁ ନେଇ ଗ୍ରାମାଞ୍ଚଳର ଲୋକମାନେ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାର୍ଥୀ ଡଃ ସେଠୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାରୁ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଏବଂ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଡଃ ରବୀନ୍ଦ୍ର ସେଠୀ ମଧ୍ୟରେ କଡା ଟକ୍କର ହେବା ନେଇ ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, ନୟାଗଡ଼ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.