ETV Bharat / sports

Asian Para Games: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତିଲେ ସୁମିତ-ହାନୀ, ଟିଟିରେ ଭାବିନାଙ୍କୁ ବ୍ରୋଞ୍ଜ

author img

By ETV Bharat Odisha Team

Published : Oct 25, 2023, 8:36 AM IST

Updated : Oct 25, 2023, 10:57 AM IST

Asian Para Games
Asian Para Games

ଚତୁର୍ଥ ପାରା ଏସିଆନ ଗେମ୍ସରେ ଭାରତୀୟ କ୍ରୀଡାବିତଙ୍କ ଜଲୱା ଜାରି ରହିଛି । ତୃତୀୟ ଦିନରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଛି ଭାରତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚୀନର ହଙ୍ଗଝୌରେ ଜାରି ରହିଥିବା ଚତୁର୍ଥ ଏସିଆନ ଗେମ୍ସରେ ଭାରତର ଜଲୱା ଦେଖିବାକୁ ମିଳିଛି । ତୃତୀୟ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣିମ ସଫଳା ସହ ମହିଳା ଟେବୁଲ ଟେନିସରେ କାଂସ୍ୟ ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡାବିତ । ଏଯାବତ ଭାରତର ପଦକ ସଂଖ୍ୟା 38ରେ ପହଞ୍ଚିଥିବାବେଳେ ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା 11ରେ ପହଞ୍ଚିିଛି ।

  • India shines with another glorious Gold at the #AsianParaGames2022 💪🇮🇳!

    Haney strikes gold in the Men's Javelin Throw F 37 Event, setting a new Games Record with an incredible throw of 55.97 meters.🏆✌️

    Huge congratulations to this exceptional champion 🥇🌟!

    Thank you for… pic.twitter.com/7yxbAamZJ0

    — SAI Media (@Media_SAI) October 25, 2023 " class="align-text-top noRightClick twitterSection" data=" ">

ପାରା ଏସିଆନ ଗେମ୍ସ ତୃତୀୟ ଦିନରେ ପୁରୁଷ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସୁମିନ ଅଣ୍ଟିଲ । ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 73.29 ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ପାରା ଅଥଲେଟ ହାନୀ ଜଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ଜେଭଲିନ ଥ୍ରୋ F37 ଇଭେଣ୍ଟରେ 55.97 ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଏହି ଇଭେଣ୍ଟରେ ଭାରତ ଦୁଇଟି ପଦକ ଜିତିଛି । ପୁଷ୍ପେନ୍ଦ୍ର ସିଂହ ପୁରୁଷ ଜାଭେଲିନ ଥ୍ରୋ ଏଫ64 ଇଭେଣ୍ଟରେ 62.06 ମିଟର ଜାଭେଲିନ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଟିଟିରେ ଭାବିନାଙ୍କୁ ବ୍ରୋଞ୍ଚ: ଟେବୁଲ ଟେନିସରେ ଭାବିନା ପଟେଲ କାଂସ୍ୟ ପଦକ ଜିତିଛନ୍ତି । ମହିଳା ଏକକ କ୍ଲାସ 4 ଇଭେଣ୍ଟରେ ଭାବିନା ପଟଲେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହା ବି ପଢନ୍ତୁ...Asian Para Games 2023: ଡିସକ୍ସ ଥ୍ରୋରେ କ୍ଲିନ୍‌ ସ୍ବିପ୍‌, ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ

ଏହା ବି ପଢନ୍ତୁ...Asian Para Games: ଦ୍ବିତୀୟ ଦିନରେ ଭାରତର ପଦକ ଅଭିଯାନ, ମହିଳା କାନୋଏରେ ସ୍ବର୍ଣ୍ଣ ଜିତିଲେ ପ୍ରାଚୀ

ଗତକାଲି ପାରା ଏସିଆ ଗେମ୍ସର ଦ୍ବିତୀୟ ଦିନରେ ମହିଳା କାନୋଏରେ ସ୍ବର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ ପ୍ରାଚୀ ଯାଦବ । ଏହା ପରେ ସାମିନ ଇଭେଣ୍ଟ ପୁରୁଷ ବର୍ଗରେ ମନୀଷ କୌବର ଓ ଗଜେନ୍ଦ୍ର ସିଂ ଯଥାକ୍ରମେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହାପରେ 400ମିଟର ଦୌଡରେ ଦୀପ୍ତି ଜୀବଞ୍ଜୀ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ । ପୁରୁଷ ଡିସ୍କସ୍ ଥ୍ରୋ- F୫୪/୫୫/୫୬ ଇଭେଣ୍ଟରେ କ୍ଲିନ୍‌ ସୁଇପ୍‌ କରି ୩ଟି ଯାକ ପଦକ ହାସଲ କରିଛି ଭାରତ ।

ଏହା ବି ପଢନ୍ତୁ...Asian Para Games 2023: 400 ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲେ ଦୀପ୍ତି ଜୀବଞ୍ଜୀ

ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତଙ୍କ କମାଲ ଦେଖିବାକୁ ମିଳିଛି । ଗୋଟିିିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଦିନରେ ହାଇଜମ୍ପରେ ଭାରତୀୟ କ୍ରୀଡ଼ାବିତ ପଦକ ପୋଛିଥିଲେ । ପ୍ରଥମ ଦିନରେ 17ଟି ପଦକ ଜିତିଥିଲା ଭାରତ । ଦ୍ବିତୀୟ ଦିନରେ ମଧ୍ୟ ସମାଲ 17ଟି ପଦକ ହାସଲ କରିଥିଲା । ଦ୍ବିତୀୟ ଦିନ ସୁଦ୍ଧା ଭାରତର ମୋଟ ପଦକ ସଂଖ୍ୟା 34ରେ ପହଞ୍ଚିଥିଲା ।

Last Updated :Oct 25, 2023, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.