ETV Bharat / sports

Asian Para Games 2023: ଡିସକ୍ସ ଥ୍ରୋରେ କ୍ଲିନ୍‌ ସ୍ବିପ୍‌, ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ

author img

By ETV Bharat Odisha Team

Published : Oct 24, 2023, 11:03 PM IST

ଚୀନ୍‌ର ହାଙ୍ଗଝୌ ସହରରେ ଜାରି ରହିଥିବା ଏସିଆନ୍‌ ପାରା ଗେମ୍ସ ୨୦୨୩ ଦ୍ବିତୀୟ ଦିନରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଡିସକ୍ସ ଥ୍ରୋରେ କ୍ଲିନ୍‌ ସ୍ବିପ୍‌ ସହ ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ ଆଣିଛନ୍ତି ଭାରତୀୟ ଆଥଲେଟ୍ସ୍‌ । ଅଧିକ ପଢ଼ନ୍ତୁ

ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ
ଦ୍ବିତୀୟ ଦିନରେ ଭାରତକୁ ୧୭ ପଦକ

ହାଙ୍ଗଝୌ: ଏସିଆନ୍‌ ପାରା ଗେମ୍ସ ୨୦୨୩ରେ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ତେବେ ପୁରୁଷ ଡିସ୍କସ୍ ଥ୍ରୋ- F୫୪/୫୫/୫୬ ଇଭେଣ୍ଟରେ କ୍ଲିନ୍‌ ସ୍ବିପ୍‌ କରି ୩ଟି ଯାକ ପଦକ ହାସଲ କରିଛି ଭାରତ । ନୀରଜ ଯାଦବ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି । ଏସୀୟ ପାରା ଗେମ୍ସ ୨୦୨୩ରେ ନୀରଜ ଯାଦବ ୩୮.୫୬ ମିଟର ଥ୍ରୋ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିଭଳି ଯୋଗେଶ କାଥୁନିଆ ୪୨.୧୩ ମିଟର ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିଲେ । ଅନ୍ୟପଟେ ୩୫.୦୬ ମିଟର ଥ୍ରୋ କରି ମୁଥୁରାଜା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଚୀନ୍‌ର ହାଙ୍ଗଝୌ ସହରରେ ଜାରି ରହିଥିବା ଏସିଆନ୍‌ ପାରା ଗେମ୍ସ ୨୦୨୩ ଦ୍ବିତୀୟ ଦିନରେ ମଧ୍ୟ ଭାରତୀୟ ଆଥଲେଟ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଡିସ୍କସ୍ ଥ୍ରୋ- F୫୪/୫୫/୫୬ ଇଭେଣ୍ଟରେ କ୍ଲିନ୍‌ ସ୍ବିପ୍‌ କରି ୩ଟି ଯାକ ପଦକ ହାସଲ କରିଛି ଭାରତ । ଅନ୍ୟପଟେ ମହିଳା ୧୦ ମିଟର ଏୟାର ପିସ୍ତଲ SH1 ଫାଇନାଲ ଇଭେଣ୍ଟ P-2ରେ ରୁବିନା ଫ୍ରାନ୍ସିସ୍ କାଂସ୍ୟ ପଦକ ଜିତିଛନ୍ତି । ସେହିଭଳି ପୁରୁଷ ୫୦ ମିଟର T-13 ଇଭେଣ୍ଟରେ ଭାରତୀୟ ଧାବିକା ମାକନାହାଲ୍ଲୀ ଶଙ୍କରପ୍ପା ଶରତ ୨୦:୧୮.୯୦ ସେକେଣ୍ଡରେ ରେସ୍‌ ସମ୍ପୂର୍ଣ୍ଣ କରି ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian Para Games 2023: 400 ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲେ ଦୀପ୍ତି ଜୀବଞ୍ଜୀ

ଏହା ମଧ୍ୟ ପଢ଼ନ୍ତୁ...Asian Para Games: ଦ୍ବିତୀୟ ଦିନରେ ଭାରତର ପଦକ ଅଭିଯାନ, ମହିଳା କାନୋଏରେ ସ୍ବର୍ଣ୍ଣ ଜିତିଲେ ପ୍ରାଚୀ

ଏହା ପୂର୍ବରୁ ଦୀପ୍ତି ଜୀବନଜୀ ମହିଳା ୪୦୦ ମିଟର T-20ରେ ସ୍ବର୍ଣ୍ଣ ପଦକ ଜିତି ଏସୀୟ ପାରା ରେକର୍ଡ ଓ କ୍ରୀଡ଼ା ରେକର୍ଡ ସ୍ଥାପନ କରିଥିଲେ । ରେକର୍ଡ ୫୬.୬୯ ସେକେଣ୍ଡରେ ରେସ୍‌ ସମ୍ପୂର୍ଣ୍ଣ କରି ଥାଇଲାଣ୍ଡର ଓରାୱାନ କାଇସିଂଙ୍କୁ ପଛରେ ପକାଇ ଶୀର୍ଷ ପୋଡିୟମ୍ ପଦକ ହାସଲ କରିଥିଲେ ଦୀପ୍ତି ଜୀବନଜୀ । ଥାଇଲାଣ୍ଡର ଓରାୱାନ କାଇସିଂ ଏହି ଇଭେଣ୍ଟରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ (୫୯.୦୦ ସେକେଣ୍ଡ) ପ୍ରଦର୍ଶନ ଦେଇଥିଲେ । ତଥାପି ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଜାପାନର ନିନା କାନୋ ୫୯.୭୩ ସେକେଣ୍ଡରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଥିଲେ । ତେବେ ପ୍ରଥମ ଦିନରେ ୧୭ ପଦକ ସହ ଏସୀୟ ପାରା ଗେମ୍ସ ୨୦୨୩ ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନରେ ମଧ୍ୟ ୧୭ ପଦକ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.