ହଙ୍ଗଝୌ: ଚୀନରେ ହଙ୍ଗଝୌରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 17 ପଦକ ହାତେଇଥିବା ଭାରତ ଦ୍ବିତୀୟ ଦିନରେ ସ୍ବର୍ଣ୍ଣ ପଦକରୁ ଅଭିଯାନ ଆରମ୍ଭ କରିଛି । କାନୋଏ(ଏକ ପ୍ରକାର ନୌଚାଳନା)ରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ସହିତ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା 7କୁ ବୃଦ୍ଧି ହୋଇଛି ।
-
First GOLD of Day 2 at #AsianParaGames! 🥇🇮🇳
— SAI Media (@Media_SAI) October 24, 2023 " class="align-text-top noRightClick twitterSection" data="
Our #TOPScheme athlete @ItzPrachi_ strikes Gold for India in Para Canoe, Women's KL2, with an impressive clocking of 54.962.
This marks her second medal at the #AsianParaGames2022 🏆🚣🏻♀️
Congratulations Prachi on this remarkable… pic.twitter.com/i2ZIKRq2Pn
">First GOLD of Day 2 at #AsianParaGames! 🥇🇮🇳
— SAI Media (@Media_SAI) October 24, 2023
Our #TOPScheme athlete @ItzPrachi_ strikes Gold for India in Para Canoe, Women's KL2, with an impressive clocking of 54.962.
This marks her second medal at the #AsianParaGames2022 🏆🚣🏻♀️
Congratulations Prachi on this remarkable… pic.twitter.com/i2ZIKRq2PnFirst GOLD of Day 2 at #AsianParaGames! 🥇🇮🇳
— SAI Media (@Media_SAI) October 24, 2023
Our #TOPScheme athlete @ItzPrachi_ strikes Gold for India in Para Canoe, Women's KL2, with an impressive clocking of 54.962.
This marks her second medal at the #AsianParaGames2022 🏆🚣🏻♀️
Congratulations Prachi on this remarkable… pic.twitter.com/i2ZIKRq2Pn
ମହିଳା କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍ରେ ପ୍ରାଚୀ ଯାଦବ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେ ମହିଳା କେଏଲ 2 କାଟାଗୋରୀ ପାରା କାନୋଏ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ାରେ ଦ୍ବିତୀୟ ଦିନରେ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ମହିଳା କେଏଲ 2 ପାରା କାନୋଏରେ ପ୍ରାଚୀ 54.962 ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ପ୍ରାଚୀ ମହିଳା ବିଭାଗର କାନୋଏ ଇଭେଣ୍ଟ୍ରେ VL2 ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେହିପରି କେଏଲ୍ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ସେହିପରି ଗଜେନ୍ଦ୍ର ସିଂ ପୁରୁଷ ଭିଏ2 କାନୋଏରେ 1:01.084ସମୟ ନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 20ରେ ପହଞ୍ଚିଛି । ସେଥିରେ 7ଟି ସ୍ବର୍ଣ୍ଣ 6ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ ପଦକ ମିଳିଛି ।
-
First 🏅 of Day 2 at #AsianParaGames2022
— SAI Media (@Media_SAI) October 24, 2023 " class="align-text-top noRightClick twitterSection" data="
What a moment of joy and celebration!
🇮🇳's Manish Kaurav has triumphed with a 🥉 in the Para Canoe Men's KL3 Final event at the, clocking an impressive 44.605! 🛶
Manish, this Bronze is remarkable and you are incredible 🙌
Keep shining… pic.twitter.com/Rz0a3fJibA
">First 🏅 of Day 2 at #AsianParaGames2022
— SAI Media (@Media_SAI) October 24, 2023
What a moment of joy and celebration!
🇮🇳's Manish Kaurav has triumphed with a 🥉 in the Para Canoe Men's KL3 Final event at the, clocking an impressive 44.605! 🛶
Manish, this Bronze is remarkable and you are incredible 🙌
Keep shining… pic.twitter.com/Rz0a3fJibAFirst 🏅 of Day 2 at #AsianParaGames2022
— SAI Media (@Media_SAI) October 24, 2023
What a moment of joy and celebration!
🇮🇳's Manish Kaurav has triumphed with a 🥉 in the Para Canoe Men's KL3 Final event at the, clocking an impressive 44.605! 🛶
Manish, this Bronze is remarkable and you are incredible 🙌
Keep shining… pic.twitter.com/Rz0a3fJibA
-
India's Medal Streak Persists at #AsianParaGames 🥉🇮🇳
— SAI Media (@Media_SAI) October 24, 2023 " class="align-text-top noRightClick twitterSection" data="
Gajendra Singh secured bronze for India in the Canoe Men's VL2 event, clocking a time of 1:01.084.🏆💪🚣
Congratulations to Gajendra Singh for this outstanding achievement! 🌟✌️
#AsianParaGames2022#Cheer4India#Hallabol… pic.twitter.com/kCODPXlq5Z
">India's Medal Streak Persists at #AsianParaGames 🥉🇮🇳
— SAI Media (@Media_SAI) October 24, 2023
Gajendra Singh secured bronze for India in the Canoe Men's VL2 event, clocking a time of 1:01.084.🏆💪🚣
Congratulations to Gajendra Singh for this outstanding achievement! 🌟✌️
#AsianParaGames2022#Cheer4India#Hallabol… pic.twitter.com/kCODPXlq5ZIndia's Medal Streak Persists at #AsianParaGames 🥉🇮🇳
— SAI Media (@Media_SAI) October 24, 2023
Gajendra Singh secured bronze for India in the Canoe Men's VL2 event, clocking a time of 1:01.084.🏆💪🚣
Congratulations to Gajendra Singh for this outstanding achievement! 🌟✌️
#AsianParaGames2022#Cheer4India#Hallabol… pic.twitter.com/kCODPXlq5Z
ଏହା ବି ପଢନ୍ତୁ...Asian Para Games 2023: 5000 ମିଟର T11 ଇଭେଣ୍ଟରେ ଅଙ୍କୁରଙ୍କୁ ସ୍ବର୍ଣ୍ଣ, ପ୍ରଥମ ଦିନରେ ଭାରତକୁ ୧୭ ମେଡାଲ
ସେହିପରି ଏସୀୟ କ୍ରୀଡ଼ା ପ୍ରଥମ ଦିନରେ ପୁରୁଷ ୫୦୦୦ ମିଟର T11 ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ । ଅଙ୍କୁର ଧାମା ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ହାଇଜମ୍ପ୍ରେ ନିଶାଦ କୁମାର ସ୍ବର୍ଣ୍ଣ ପଦକ ଜିତିଥିବାବେଳେ T63 ପୁରୁଷ ହାଇ ଜମ୍ପ୍ରେ ପୋଡିୟମ ଅକ୍ତିଆର କରିଥିଲେ ଭାରତୀୟ କ୍ରୀଡାବିତ୍ । ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍ ଜିତିଥିଲେ । ପୁରୁଷ କ୍ଲବ ଥ୍ରୋରେ ପୋଡିୟମ ପୋଛିଥିଲେ ଭାରତୀୟ କ୍ରୀଡାବିତ । ପାରା ଜୁଡୋ ମହିଳା 48 କେଜି j2ରେ କୋକିଳା ବ୍ରୋଞ୍ଜ ପଦକ ଜିତିଥିଲେ । ପାରା ମହିଳା ଟାଇକୋଣ୍ଡ 47 କେଜିରେ ଅରୁଣା ତନୱାର ବ୍ରୋଞ୍ଜ ପଦକ ଜିତିଥିଲେ ।
ଅକ୍ଟୋବର 23 ତାରିଖରୁ ଚତୁର୍ଥ ଏସୀୟ ପାରା କ୍ରୀଡା ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତଙ୍କ କମାଲ ଦେଖିବାକୁ ମିଳିଛି । ଗୋଟିିିଏ ଗୋଟିଏ ଇଭେଣ୍ଟରେ ପଦକ ପୋଛି ନେଇଛନ୍ତି ଭାରତୀୟ ଖେଳାଳି । ପ୍ରଥମ ଦିନରେ ହାଇଜମ୍ପରେ ଭାରତୀୟ କ୍ରୀଡ଼ାବିତ ପଦକ ପୋଛିଥିଲେ । ପ୍ରଥମ ଦିନରେ 17ଟି ପଦକ ଜିତିଥିଲା ଭାରତ ।