ETV Bharat / sports

Asian Para Games 2023: ଆରମ୍ଭରୁ କମାଲ କଲେ ଭାରତୀୟ କ୍ରୀଡ଼ାବିତ୍‌, ହାଇ ଜମ୍ପ୍‌ରେ ପୋଡ଼ିୟମ କ୍ଲିନ୍‌ ସୁଇପ୍‌

author img

By ETV Bharat Odisha Team

Published : Oct 23, 2023, 8:24 AM IST

Updated : Oct 23, 2023, 9:12 AM IST

ଚତୁର୍ଥ ଏସୀୟ ପାରା କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା। ପୁରୁଷ ହାଇ ଜମ୍ପରେ ଭାରତକୁ ମିଳିଲା 3 ପଦକ । କାନୋଏରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ କ୍ରୀଡାବିତ୍‌ ପ୍ରାଚି ଯାଦବ। ଅଧିକ ପଢନ୍ତୁ

4th Asian Para Games
4th Asian Para Games

ହଙ୍ଗଝୌ: ଏସୀୟ ପାରା କ୍ରୀଡାରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା । ହାଇଜମ୍ପ୍‌ରେ ପଦକ ପୋଛି ନେଲା ଭାରତ । T63ପୁରୁଷ ହାଇ ଜମ୍ପ୍‌ରେ ପୋଡିୟମ ଅକ୍ତିଆର କରିଛନ୍ତି ଭାରତୀୟ କ୍ରୀଡାବିତ୍‌ । ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଭାରତକୁ ମିଳିଛି । ଭାରତର ଶୈଲେଶ କୁମାର ସ୍ୱର୍ଣ୍ଣ ଜିତିଥିବା ବେଳେ ମାରିଆପାନ୍ ଥାଙ୍ଗାଭେଲୁ ସିଲଭର ଏବଂ ରାମ ସିଂ ପାଧିଆ ବ୍ରୋଞ୍ଜ୍‌ ଜିତିଛନ୍ତି ।

  • Asian Para Games | Men's High Jump-T63: India sweeps the podium - Shailesh Kumar wins Gold, Mariyappan Thangavelu wins Silver and Ram Singh Padhiyar wins Bronze. pic.twitter.com/Mxkg4HHDEa

    — ANI (@ANI) October 23, 2023 " class="align-text-top noRightClick twitterSection" data=" ">

ସେହିପରି ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି କ୍ରୀଡ଼ାବିତ୍‌ ପ୍ରାଚି ଯାଦବ । ମହିଳା ବିଭାଗର କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍‌ରେ VL2 ବର୍ଗରେ ଭାରତକୁ ସିଲଭର ମେଡାଲ ମିଳିଛି । କ୍ରୀଡାବିତ ପ୍ରାଚୀ ଯାଦବ ମହିଳା ବିଭାଗର କାନୋଏରେ ସିଲଭର ମେଡାଲ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Asian Para Games: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ ପାରା କ୍ରୀଡା ଆରମ୍ଭ, ଭାରତୀୟ ଦଳରେ 309 କ୍ରୀଡ଼ାବିତ

ରବିବାର ଚୀନର ହଙ୍ଗଝୌରେ ଚତୁର୍ଥ ଏସୀୟ ପାରା କ୍ରୀଡ଼ା ଉଦଘାଟିତ ହୋଇଯାଇଥିଲା । ଏହାପରେ ଆଜିଠାରୁ ଆରମ୍ଭ ହୋଇଛି ପଦକ ପ୍ରତିଦ୍ବନ୍ଦିତା । ପ୍ରଥମରୁ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ଏକା ସାଙ୍ଗରେ ହାଇ ଜମ୍ପ୍‌ରେ ଭାରତକୁ 3ଟି ପଦକ ମିଳିଥିବା ବେଳେ କାନୋଏ ଇଭେଣ୍ଟର VL2 ବର୍ଗରେ ପ୍ରଥମେ ଭାରତ ପାଇଁ ସିଲଭର ମେଡାଲ ଜିତିଛନ୍ତି ଭାରତୀୟ କ୍ରୀଡାବିତ ପ୍ରାଚୀ ଯାଦବ । ଆଗକୁ ଭାରତୀ ଖେଳାଳି ଆହୁରି ପଦକ ହାସଲ କରିବା ନେଇ ଆଶା ରହିଛି ।

ଏହା ମଧ୍ୟ ପଢନ୍ତୁ-Asian Para Games 2023: ଆଜି ହାଙ୍ଗଝୋଉରେ ଉଦଘାଟନୀ ଉତ୍ସବ, ଅଂଶ ଗ୍ରହଣ କରିବେ ଭାରତର 309 ଖେଳାଳି

ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ହଙ୍ଗଝୌରେ ଜାରି ରହିବ ଏସୀୟ ପାରା କ୍ରୀଡ଼ାର ଇଭେଣ୍ଟ । ଏସୀୟ ପାରା କ୍ରୀଡ଼ାରେ 43ଟି ଦେଶରୁ 4 ହଜାରରୁ ଊର୍ଦ୍ଧ୍ବ କ୍ରୀଡାବିତ୍‌ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଦଳରେ 309 ଜଣ କ୍ରୀଡାବିତ ଭାଗ ନେଇଛନ୍ତି । ସେମାନଙ୍କ ମଧ୍ୟରେ 196 ଜଣ ପୁରୁଷ ଓ 113ଜଣ ମହିଳା ରହିଛନ୍ତି ।ମୋଟ 22ଟି କ୍ରୀଡ଼ାରେ 566ଟି ଇଭେଣ୍ଟ ରହିଛି । ଉଦଘାଟନୀ ଉତ୍ସବରେ ଅମିତ କୁମାର ସାରୋହା ଏବଂ ପାରୁଲ ପାରମର ଧ୍ୱଜା ବାହାକ ସାଜି ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଗତ ସଂସ୍କରଣରେ 190ଜଣ ଭାରତୀୟ କ୍ରୀଡାବିତ ଭାଗ ନେଇଥିଲେ । 15ଟି ସ୍ବର୍ଣ୍ଣ, 24ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ୍‌ ପଦକ ସହ ଭାରତ ନବମ ସ୍ଥାନରେ ରହିଥିଲା ।

Last Updated : Oct 23, 2023, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.