ETV Bharat / sports

Asian Para Games 2023: 400 ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲେ ଦୀପ୍ତି ଜୀବଞ୍ଜୀ

author img

By ETV Bharat Odisha Team

Published : Oct 24, 2023, 9:48 AM IST

Updated : Oct 24, 2023, 10:09 AM IST

ପାରା ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ପଦକ ବର୍ଷା । 400 ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିଲେ ଦୀପ୍ତି ଜୀବଞ୍ଜୀ । ଅଧିକ ପଢ଼ନ୍ତୁ

asian para games
asian para games

ହଙ୍ଗଝୌ: ପାରା ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି କ୍ରୀଡ଼ାବିତ୍‌ । ଦ୍ୱିତୀୟ ଦିନରେ ଭାରତର ପଦକ ବର୍ଷା । ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ। ମହିଳା 400 ମିଟର ଦୌଡ଼ T20 ବିଭାଗରେ ଭାରତକୁ ସ୍ବର୍ଣ୍ଣ ମିଳିଛି । ଦୀପ୍ତି ଜୀବଞ୍ଜୀ 400 ମିଟର ଦୌଡ଼ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । 56.69 ସେକେଣ୍ଡରେ ଟ୍ରାକ ପାର କରି ପାରା ଏସୀୟ କ୍ରୀଡାରେ ରେକର୍ଡ କରିଛନ୍ତି । ଦୀପ୍ତିଙ୍କ ଏପରି ସଫଳତା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସେହିପରି ମହିଳା 100 ମିଟର ଦୌଡ ଇଭେଣ୍ଟ T20 ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି । ଭାରତୀୟ ଆଥେଲେଟ୍‌ ସିମରନ ମହିଳା 100 ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ 12.68 ସେକେଣ୍ଡରେ ଟ୍ରାକ ପାର କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମେ ଦିନରେ ଭାରତକୁ 17 ମେଡାଲ ମିଳିଥିବା ବେଳେ ଏଥିରେ 6ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ୍‌ ପଦକ ରହିଛି । ଏହି ସଂଖ୍ୟା ଦ୍ୱିତୀୟ ଦିନରେ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ-Asian Para Games: ଦ୍ବିତୀୟ ଦିନରେ ଭାରତର ପଦକ ଅଭିଯାନ, ମହିଳା କାନୋଏରେ ସ୍ବର୍ଣ୍ଣ ଜିତିଲେ ପ୍ରାଚୀ

ଆଜି ସକାଳେ କାନୋଏ(ଏକ ପ୍ରକାର ନୌଚାଳନା)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ଭାରତ । ମହିଳା କାନୋଏ ଇଭେଣ୍ଟ୍‌ରେ ପ୍ରାଚୀ ଯାଦବ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ । ସେ ମହିଳା KL2 କାଟାଗୋରୀ ପାରା କାନୋଏ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏସୀୟ ପାରା କ୍ରୀଡ଼ାରେ ଦ୍ବିତୀୟ ଦିନରେ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ଥିଲା । ଏହାପରେ ମହିଳା 400 ମିଟର ଦୌଡ଼ରେ ଭାରତକୁ ଦ୍ୱିତୀୟ ଦିନରେ ଦ୍ୱିତୀୟ ସ୍ବର୍ଣ୍ଣ ମିଳିଛି । ଫଳରେ ସ୍ବର୍ଣ୍ଣ ପଦକ ସଂଖ୍ୟା 8ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ-Asian Para Games 2023: 5000 ମିଟର T11 ଇଭେଣ୍ଟରେ ଅଙ୍କୁରଙ୍କୁ ସ୍ବର୍ଣ୍ଣ, ପ୍ରଥମ ଦିନରେ ଭାରତକୁ ୧୭ ମେଡାଲ

ସେହିପରି କେଏଲ୍‌ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605 ମିନିଟ୍‌ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 21ରେ ପହଞ୍ଚିଛି । ସେଥିରେ 8ଟି ସ୍ୱର୍ଣ୍ଣ 7ଟି ରୌପ୍ୟ ଓ 6ଟି ବ୍ରୋଞ୍ଜ୍‌ ପଦକ ରହିଛି ।

Last Updated : Oct 24, 2023, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.