ମା’ ବିରଜାଙ୍କ ଦର୍ଶନ କଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ଦାସ - LOKSABHA ELECTION 2024

By ETV Bharat Odisha Team

Published : Mar 28, 2024, 7:01 PM IST

thumbnail

Pranab Prakash Das Offers Prayer At Biraja Temple: ଯାଜପୁର: ସମ୍ବଲପୁର ଲୋକସଭା ଆସନରେ ବିଜେଡ଼ି ପକ୍ଷରୁ ଲଢ଼ିବେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗତକାଲି ପ୍ରଣବଙ୍କ ନାଁ ଘୋଷଣା ହେବା ପରେ ଆଜି ସେ ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି କୃପା ଭିକ୍ଷା କରି ଫେରିବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ଯାଜପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ଓ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମା ବିରଜାଙ୍କୁ ଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବା ସହ ସମ୍ବଲପୁର ବିଜୟ ପାଇଁ ପ୍ରାର୍ଥନା କରିଥିଲେ ।  

ଏହା ମଧ୍ୟ ପଢନ୍ତୁ... ସମ୍ବଲପୁର ସମର ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପ୍ରଣବ - Pranab Visits Srimandir

ଏହା ପରେ ମା ସମଲେଶ୍ଵରୀଙ୍କ ଦର୍ଶନ କରିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ଦେଇଥିଲେ ପ୍ରଣବ । ଏହି ଅବସରରେ ଯାଜପୁର ଜିଲା ବିଜେଡି ସଭାପତି ସରୋଜ ମହାପାତ୍ର, ଯାଜପୁର ବ୍ଲକ ଅଧକ୍ଷ୍ୟା ସ୍ଵର୍ଣ୍ଣଲତା ପରିଡା, ଯାଜପୁର ପୌରାଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଜିଲା ଉପସଭାପତି ପ୍ରକାଶ ତ୍ରିପାଠୀ, ବ୍ଲକ ସଭାପତି ପରେଶ ବିଶ୍ଵାଳ, ଜିଲା ମହିଳା ଉପସଭାପତି ସସ୍ମିତା ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ବେହୁରିଆଙ୍କ ସମେତ ସମସ୍ତ କାଉନସିଲର, ମିଶନ ଶକ୍ତିର ମହିଳା ଏବଂ ବହୁ ନେତା ଓ ଶତାଧିକ କର୍ମୀ ଉପସ୍ଥିତ ରହି ପ୍ରଣବଙ୍କ ସମ୍ବଲପୁର ଲୋକସଭା ଆସନ ବିଜୟ ପାଇଁ ମା ବିରଜାଙ୍କ ନିକଟ ରେ ପ୍ରାର୍ଥନା କରିଥିଲେ ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.