ETV Bharat / bharat

2024 ଲୋକସଭା ନିର୍ବାଚନ; ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ମୈଦାନରେ 889 ପ୍ରାର୍ଥୀ - Phase 6 of LS Polls

author img

By ETV Bharat Odisha Team

Published : May 24, 2024, 10:46 PM IST

Updated : May 25, 2024, 7:07 AM IST

PHASE 6 OF LS POLLS: ଆଜି (ମେ' 25) ଦେଶରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ । 6 ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58ଟି ଆସନରେ ପଡ଼ିବ ଭୋଟ୍‌ । ଅଧିକ ପଢନ୍ତୁ

PHASE 6 OF LS POLLS
PHASE 6 OF LS POLLS (ETV Bharat Odisha)

ହାଇଦ୍ରାବାଦ: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ 2024 । ଆଜି (ଶନିବାର) ଷଷ୍ଠ ପର୍ଯ୍ୟାୟ ମତଦାନ । ଦେଶର 6 ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58ଟି ଆସନରେ ପଡ଼ିବ ଭୋଟ୍‌ । ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମନ ପସନ୍ଦର ନେତା ବାଛିବେ ମତଦାତା । ଶାନ୍ତି ଶୃଙ୍ଖଳାର ସହିତ ମତଦାନକୁ ଶେଷ କରିବା ଲାଗି ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ସୂଚନା ଦେଇଛନ୍ତି ।

ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ପ୍ରତିକ୍ରିୟା (ANI)
ଷଷ୍ଠ ପର୍ଯ୍ୟାୟ ମତଦାନକୁ ଯାଇଥିବା ନିର୍ବାଚନ ମଣ୍ଡଳୀ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଲୋକସଭା ନିର୍ବାଚନ ମଣ୍ଡଳୀ
ବିହାରବାଲ୍ମିକୀ ନଗର, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ବୈଶାଳୀ, ଗୋପାଲଗଞ୍ଜ(ଏସସି), ସିୱାନ, ମହାରାଜଗଞ୍ଜ, ଶିୱହର
ହରିୟାଣାଅମ୍ବାଲା, କୁରୁକ୍ଷେତ୍ର, ସିର୍ସା, ହିସାର, କର୍ଣ୍ଣଲ, ସୋନିପତ, ରୋହତାକ, ବିୱାନି-ମହେନ୍ଦ୍ରଗଡ଼, ଗୁରୁଗ୍ରାମ, ଫରିଦାବାଦ
ଜମ୍ମୁକାଶ୍ମୀରଅନନ୍ତନାଗ-ରଜୌରି
ଝାଡ଼ଖଣ୍ଡଗିରିଡିହ, ଧାନବାଦ, ରାଞ୍ଚି, ଜାମସେଦପୁର
ଦିଲ୍ଲୀଚାନ୍ଦନୀ ଚୌକ, ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ନୂଆଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ
ଓଡ଼ିଶାଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର (ଏସସି), କଟକ, ସମ୍ବଲପୁର
ଉତ୍ତର ପ୍ରଦେଶସୁଲତାନପୁର, ପ୍ରତାପଗଡ଼, ଫୁଲପୁର, ଆହ୍ଲାବାଦ, ଆମ୍ବେଦକର ନଗର, ବସ୍ତି, ସନ୍ତ କବିର ନଗର, ଲାଲଗଞ୍ଜ, ଆଜମଗଡ଼, ଜୌନପୁର, ଶ୍ରାବସ୍ତି, ଡୋମରିୟାଗଞ୍ଜ, ଭଦୋହି, ମଛଲିସହର
ପଶ୍ଚିମବଙ୍ଗତାମଲୁକ, କାଣ୍ଠି, ଘଟଲ ଝରଗ୍ରାମ, ମେଦିନପୁର, ପୁରୁଲିଆ, ବଙ୍କୁରା, ବିଷ୍ଣୁପୁର
PHASE 6 OF LS POLLS
PHASE 6 OF LS POLLS (ETV Bharat Odisha)

ମୈଦାନରେ 889 ପ୍ରାର୍ଥୀ:- ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସେଥିମଧ୍ୟରୁ 791 ଜଣ ପୁରୁଷ ଓ 95 ଜଣ ମହିଳା ଓ ତୃତୀୟ ଲିଙ୍ଗୀ 3 ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2025 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 1399ଙ୍କ ଗ୍ରହଣ କରାଯାଇଥିଲା । ଯାଞ୍ଚ ପରେ 577ଜଣଙ୍କ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 48ଜଣ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ମୋଟ 188 ରାଜନୈତିକ ଦଳର ପ୍ରାର୍ଥୀ ଷଷ୍ଠ ପର୍ଯ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତନ୍ମଧ୍ୟରୁ ହରିୟାଣା କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀରୁ ସର୍ବାଧିକ 31 ଜଣ ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 5 ପ୍ରାର୍ଥୀ ବିହାର ମହାରାଜଗଞ୍ଜରୁ ଅଛନ୍ତି ।

PHASE 6 OF LS POLLS
PHASE 6 OF LS POLLS (ETV Bharat Odisha)

ପ୍ରମୁଖ ଆସନ:- ଷଷ୍ଠ ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ କୁରୁକ୍ଷେତ୍ର, ଶିବହର, ନୂଆଦିଲ୍ଲୀ, କର୍ଣ୍ଣଲ, ହିସାର, ଉତ୍ତର-ପୂର୍ବ ଦିଲ୍ଲୀ, ସମ୍ବଲପୁର, କଟକ, ପୁରୀ, ଜୌନପୁର, ମଛଲିସହର, ତାମଲୁକ, ଘଟଲ, ମେଦିନପୁର, ବିଷ୍ଣୁପୁର, ଅନନ୍ତନାଗ-ରଜୋରି, ପୂର୍ବ ଚମ୍ପାରଣ ଅନ୍ତର୍ଭୁକ୍ତ ।

Key Candidates
Key Candidates (ETV Bharat Odisha)

ପ୍ରମୁଖ ଚେହେରା:- ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବ ଚମ୍ପାରଣ ବିଜେପି ପ୍ରାର୍ଥୀ ରାଧା ମୋହନ ସିଂ, ନୂଆଦିଲ୍ଲୀ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ, ଆପ୍‌ ନୂଆଦିଲ୍ଲୀ ପ୍ରାର୍ଥୀ ସୋମନାଥ ଭାରତୀ, ଉତ୍ତର-ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ, ଉତ୍ତର-ପୂର୍ବ ଦିଲ୍ଲୀ କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାର, ଅନନ୍ତନାଗରୁ JKPDP ପ୍ରାର୍ଥୀ ମେହବୁବା ମୁଫ୍ତି, ସମ୍ବଲପୁର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣଲ ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର, ସୁଲତାନପୁର ବିଜେପି ପ୍ରାର୍ଥୀ ମନେକା ଗାନ୍ଧୀ, କୁରୁକ୍ଷେତ୍ର ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ, କଟକ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବିଜେଡି ପ୍ରାର୍ଥୀ ସନ୍ତୁପ୍ତ ମିଶ୍ର, ପୁରୀ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ତାମଲୁକ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ।

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ଲୋକସଭା ନିର୍ବାଚନ 2024; 3ୟ ପର୍ଯ୍ୟାୟ ମତଦାନ, ରାଜ୍ୟର 6 ଲୋକସଭା ଆସନରେ ଭୋଟିଂ

ଓଡ଼ିଶା ବିଧାନସଭା ନିର୍ବାଚନ 2024; ତୃତୀୟ ପର୍ଯ୍ୟାୟରେ 383 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲୋକସଭା ନିର୍ବାଚନ 2024: ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର, ଦିନକ ପରେ ମତଦାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2024, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.