ETV Bharat / politics

ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡି଼ଶା ବିଜେପିରେ ଭର୍ତ୍ତି: ବିଜେଡି - BJD Targets BJP

author img

By ETV Bharat Odisha Team

Published : May 24, 2024, 10:57 PM IST

BJD Targets BJP: ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ପରେ ରାଜ୍ୟ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡି଼ଶା ବିଜେପିରେ ଭର୍ତ୍ତି ବୋଲି କହି ବର୍ଷିଛି ଦଳ । ଅଧିକ ପଢନ୍ତୁ

BJD Targets BJP
BJD Targets BJP (ETV Bharat Odisha)

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ପରେ ରାଜ୍ୟ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ଇପ୍ସିତା ସାହୁ ଏନେଇ ପ୍ରେସମିଟ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି,"ମାଳ ମାଳ ମାଫିଆଙ୍କୁ ଦଳକୁ ଆଣି ନିଜ ନେତାଙ୍କୁ ଅଣଦେଖା କରି ଚାଲିଛି ଓଡିଶା ବିଜେପି । ସବୁ ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡିଶା ବିଜେପିରେ ଭର୍ତ୍ତି । କାର୍ଯ୍ୟାନୁଷ୍ଠାନ ହେଲେ ଅଧା ଓଡି଼ଶା ବିଜେପି ସଫା ହୋଇଯିବ । କାହିଁକି ବାରମ୍ବାର ବିଜେପି ପ୍ରତ୍ୟାଖ୍ୟାନ ହେଉଛି ତାହା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜାଣି ଯାଇଥିବେ ।

BJD Targets BJP (ETV Bharat Odisha)

ବହୁ ବର୍ଷ ପରେ ଓଡିଶା ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବକ୍ତବ୍ୟ ଦେଖି ଲାଗୁଛି, ଓଡି଼ଶା ଏବଂ ଓଡିଶା ବିଜେପି ବାବଦରେ ସେ ଅବଗତ ନାହାନ୍ତି । ବିଜେଡି ଉଭୟ ମୁଖପାତ୍ର ୪ଟି ଉଦାହରଣ ରଖିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ବୈଜୟନ୍ତ ପଣ୍ଡା ପାଇଁ ପ୍ରଚାର କରୁଥିଲେ, ସେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଜମି ବେଆଇନ ଭାବେ ହଡପ କରିଛନ୍ତି । ତାଙ୍କ ନାଁରେ କେସ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସରକାରୀ ଜମି ମାଡି ବସିଛି । ବୈଜୟନ୍ତଙ୍କୁ ବିଜେଡି ଦଳରୁ ବାହାର କରିଥିବାବେଳେ ବିଜେପି ଆପଣାଇନେଇଥିଲା । ଦଳୀୟ ନେତାଙ୍କୁ ଉପେକ୍ଷା କରି ଏଭଳି ଜମି ମାଫିଆଙ୍କୁ ବିଜେପି ଟିକଟ ଦେଇଛି ।"



ଲେନିନ ମହାନ୍ତି କହିଛନ୍ତି, "ପ୍ରଶାନ୍ତ ଜଗଦ୍ଦେବ ଯିଏ ନିଜକୁ ସବୁଠାରୁ ବଡ଼ ଗୁଣ୍ଡା କୁହନ୍ତି । ସେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ । ବିଜେଡି ତାଙ୍କୁ ଦଳରୁ ବିତାଡିତ କଲା । ହେଲେ ଫୁଲମାଳ ପକାଇ ବିଜେପି ସ୍ୱାଗତ କଲା । ପୋଷ୍ଟର ବଏ ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ ଖଟିଥିବା ନେତାଙ୍କୁ ବାଦ ଦେଇ ତାଙ୍କୁ ଟିକଟ ଦେଲା । ପ୍ରଦୀପ ପାଣିଗ୍ରାହୀ ଚାକିରି ନାଁରେ ନିଜ ନିର୍ବାଚନ ମଣ୍ଡଳୀ ସାଧାରଣ ଗରିବଙ୍କୁ ଠକିଥିଲେ । ତାଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ବାହାର କଲା । ଯାହା ବିରୋଧରେ ଓଡିଶା ବିଜେପି ଆନ୍ଦୋଳନ କରୁଥିଲା । ତାଙ୍କୁ ଫୁଲମାଳ ପକାଇ ଆଗଧାଡିର ନେତା ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କୁ ବାଦ ଦେଇ ଜଣେ ଠକକୁ ବିଜେପି ଟିକଟ ଦେଲେ ।


ବିଜେପି ବର୍ଷକ ତଳେ ସମୀର ଦାଶଙ୍କ ବିରୋଧରେ ଗର୍ଜନ କରୁଥିଲା । ନଷ୍ଟ ଚରିତ୍ର, ବ୍ୟଭିଚାରୀ, ଯୌନ କେଳେଙ୍କାରୀ ଓ ଯୌନ କେଳେଙ୍କାରୀ ସମ୍ପୃକ୍ତ ବୋଲି କହି କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ । ଆଜି ନିଜର ହୀନ ରାଜନୀତି ପାଇଁ ତାଙ୍କ ବେକରେ ଫୁଲମାଳ ପକାଇ ତାଙ୍କୁ କୋଳେଇ ନେଇ ତୁଙ୍ଗ ନେତା ସଜାଇଛି । ଏହା ପ୍ରମାଣିତ କରୁଛି, ଓଡିଶା ବିଜେପି ପାଇଁ ନାରୀ ସମ୍ମାନ କେବଳ ଏକ ରାଜନୈତିକ ନାରା ।"

ଏହା ବି ପଢନ୍ତୁ...ବିଜେପି ନେତାଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ; SCB ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଲା ବିଜେଡି - Psychiatric Treatment To BJP Leader

ସେ ଆହୁରି କହିଛନ୍ତି, "ଏତେ ବର୍ଷ ପରେ ଓଡି଼ଶା ଗସ୍ତରେ ଆସିଥିବାରୁ ଯୋଗୀ ଆଦିତ୍ୟନାଥ ବାସ୍ତବିକ ସ୍ଥିତିକୁ ଭଲ ଭାବେ ଅବଗତ ହୋଇନାହାନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ମୁଣ୍ଡ ପିଛା ଆୟ ୭୦ ହଜାର ଟଙ୍କା । ଓଡିଶାରେ ଏହା ୧ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ । ଓଡି଼ଶାର ମୁଣ୍ଡପିଛା ଆୟ ଉତ୍ତରପ୍ରଦେଶ ତୁଳନାରେ ଦୁଇଗୁଣା । ଓଡି଼ଶା ବିଜେପିରେ ମାଫିଆ, ଗୁଣ୍ଡା, ବ୍ୟଭିଚାରୀ, ଠକଙ୍କ କଥା ଜାଣିବା ପରେ ଏବଂ ଓଡିଶାର ପ୍ରଗତି କଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅବଗତ ହେବେ । କାହିଁକି ଏଠାରେ ଲୋକେ ବାରମ୍ବାର ବିଜେପିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜାଣିଯାଇଥିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.