ଚାନ୍ଦୁଆରେ ନୂଆ ବୋହୂ ପରି ସଜେଇ ହୋଇଛି ଆଦର୍ଶ ବୁଥ - Booth Decorate With Chandua

By ETV Bharat Odisha Team

Published : May 24, 2024, 10:41 PM IST

thumbnail
PIPILI ASSEMBLY CONSTITUENCY (ETV Bharat Odisha)

ନିମାପଡ଼ା: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଜନତା ଏବଂ ସଜେଇ ହୋଇଛି ମତଦାନ କେନ୍ଦ୍ର । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ସମସ୍ତଙ୍କ ମନରେ ଭରି ରହିଛି ବେଶ୍ ଉତ୍କଣ୍ଠା । ଏଥିପାଇଁ ଚାନ୍ଦୁଆରେ ସଜେଇ ହୋଇଛି ପିପିଲିର ଆଦର୍ଶ ମତଦାନ କେନ୍ଦ୍ର । ପିପିଲି ବିଧାନସଭା ଆସନ ପିପିଲି ବ୍ଲକର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଳକର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍.ଏ.ସିର ୧୬ଟି ୱାର୍ଡକୁ ନେଇ ଗଠିତ । 

ଚଳିତ ନିର୍ବାଚନରେ ଏହି ଆସନରେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବହୁଜନ ସମାଜ ପାର୍ଟିରୁ ଅହେମ୍ମଦ ଖାଁ, ମାନସ ଲୋକଶକ୍ତି ଦଳରୁ ଆରତ ବେହେରା, ଏସ୍‍ୟୁସିଆଇ (କମ୍ୟୁନିଷ୍ଟ) ଦଳରୁ ଦୀନବନ୍ଧୁ ପରିଡା ଓ ସ୍ୱାଧୀନ ଭାବେ ଯୁଧିଷ୍ଠିର ସ୍ୱାଇଁ, ରାଧାମୋହନ, ଶୁଭ୍ରାଂଶୁ କୁମାର ମଲ୍ଲିକ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ତେବେ ଏଠାରେ ୨୭୪ଟି ମତଦାନ କେନ୍ଦ୍ରରେ ୧ଲକ୍ଷ ୨୨ହଜାର ୬୮ ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୮୮୮ଜଣ ମହିଳା ଓ ୬ଜଣ ଅନ୍ୟ ବର୍ଗର ଭୋଟରଙ୍କୁ ମିଶାଇ ମୋଟ୍ ୨ଲକ୍ଷ ୩୭ ହଜାର ୯୬୨ ଜଣ ମତ ସାବ୍ୟସ୍ତ କରିବେ ।

ସେହିପରି ଏଠାରେ ମୋଟ୍‍ ୩୬ଟି ସମ୍ବେଦନଶୀଳ ବୁଥ, ୨୨ଟି ମଡେଲ ବୁଥ, ୨୦ଟି ସଖୀ ବୁଥ ଏବଂ ଦାଣ୍ଡ ମୁକୁନ୍ଦପୁରର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବୁଥ ଭାବରେ ଚିହ୍ନଟ କରାଯାଇଛି । ଉକ୍ତ ବୁଥକୁ ବିଶ୍ବ ପ୍ରସିଦ୍ଧ ପିପିଲି ଚାନ୍ଦୁଆରେ ସୁସଜ୍ଜିତ କରାଯାଇଛି । ସେପଟେ ମତଦାନ ପାଇଁ ବିଭିନ୍ନ ବୁଥରେ ପୋଲିଂ କର୍ମଚାରୀ ମାନେ ପହଞ୍ଚିଛନ୍ତି।  

ଏହା ମଧ୍ୟ ପଢନ୍ତୁ .....ଲୋକସଭା ନିର୍ବାଚନ 2024; 3ୟ ପର୍ଯ୍ୟାୟ ମତଦାନ, ରାଜ୍ୟର 6 ଲୋକସଭା ଆସନରେ ଭୋଟିଂ - Odisha Third Phase Polling

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.