ETV Bharat / state

କେନ୍ଦୁଝରରେ ଗଣତନ୍ତ୍ରର ମହାପର୍ବ; ଜିଲ୍ଲାରେ ୧୭୨୦ ବୁଥ୍‌, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଫୋକସ - Election Preparation in Kendujhar

author img

By ETV Bharat Odisha Team

Published : May 24, 2024, 10:54 PM IST

Lok Sabha Election 2024: ତୃତୀୟ ପର୍ଯ୍ୟାୟରେ ଭୋଟ ଦେବ କେନ୍ଦୁଝର । ଜିଲ୍ଲାରେ ନିର୍ବାଚନ ପରିଚାଳନା ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଜିଲ୍ଲାପାଳ ବିଶାଲ ସିଂହ । ଅଧିକ ପଢ଼ନ୍ତୁ

Lok Sabha Election 2024
Lok Sabha Election 2024 (ETV Bharat Odisha)

କେନ୍ଦୁଝର: ରାତି ପାହିଲେ ରାଜ୍ୟରେ ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ । ୬ ଲୋକସଭା ସମେତ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଏହି ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଆସନ ସମେତ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Lok Sabha Election 2024 (ETV Bharat Odisha)

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ସର୍ବମୋଟ ୧୭୨୦ ବୁଥ ରହିଛି । ସେଥିମଧ୍ୟରୁ ସ୍ବତନ୍ତ୍ର ଭାବେ ସଖୀ ବୁଥ ୧୭୪, ଯୁବ ବୁଥ ୩, ଭିନ୍ନକ୍ଷମ ବୁଥ ଗୋଟିଏ ଏବଂ ଗୋଟିଏ ଏଥନିକ୍‌ ବୁଥ ଭାବର ଚିହ୍ନଟ ହୋଇଛି । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦୁଝର ଲୋକସଭା ସଂସଦୀୟ କ୍ଷେତ୍ରରେ ମୋଟ ୧୫ ଲକ୍ଷ ୬୯ ହଜାର ୫୨୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୭ ଲକ୍ଷ ୮୮ ହଜାର ୨୮୧, ପୁରୁଷ ଭୋଟର ୭ ଲକ୍ଷ ୮୧ ହଜାର ୧୫୬ ରହିଥିବାବେଳେ ୯୨ ଜଣ ଅନ୍ୟ ଭୋଟର ରହିଛନ୍ତି । ସଂସଦୀୟ କ୍ଷେତ୍ରରେ ୭,୧୨୫ ଜଣ ମହିଳା ଭୋଟର ପୁରୁଷ ଭୋଟରଙ୍କ ଠାରୁ ଅଧିକ ରହିଛନ୍ତି । ତେଲକୋଇ ନିର୍ବାଚନମଣ୍ଡଳୀରେ ମଧ୍ୟ ମହିଳା ଭୋଟର ପୁରୁଷଙ୍କ ଠାରୁ ଆଗରେ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୨,୩୮,୪୨୬ ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ୪୮୬ ଓ ପୁରୁଷ ଭୋଟର ୧ ଲକ୍ଷ ୧୭ ହଜାର ୯୩୨ । ସେହିଭଳି ତୃତୀୟ ଲିଙ୍ଗୀ ୮ ଜଣ ଭୋଟର ରହିଛନ୍ତି । ପାଟଣା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୧୧ ହଜାର ୭୩୮ ଜଣ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ମହିଳାଙ୍କ ଠାରୁ କମ୍ ରହିଛନ୍ତି । ଏହି ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ୧ ଲକ୍ଷ ୫ ହଜାର ୫୦୮ ଜଣ ରହିଥିବାବେଳେ ମହିଳା ଭୋଟର ୧ ଲକ୍ଷ ୬ ହଜାର ୨୨୮ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ଭୋଟର ରହିଛନ୍ତି ।

ସେହିଭଳି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳା ଭୋଟର ଅଧିକ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୩୬୩ ଜଣ ଭୋଟର ଚିହ୍ନଟ ହୋଇଥିବା ଜଣାଇଛନ୍ତି ଜିଲ୍ଲାପାଳ । ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୯୩୫ ଓ ପୁରୁଷ ଭୋଟର ୧ ଲକ୍ଷ ୧୩ ହଜାର ୪୨୮ ଜଣ ରହିଛନ୍ତି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳା ଭୋଟର ଅଧିକ ରହିଛନ୍ତି । ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୩୦ ହଜାର ୫୩୨ ଜଣ ତାଲିକାରେ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୯୧୨ ଜଣ, ପୁରୁଷ ଭୋଟର ୧ ଲକ୍ଷ ୧୪ ହଜାର ୬୧୩ ଜଣ ଓ ତୃତୀୟ ଲିଙ୍ଗୀ ଭୋଟର ୭ ଜଣ ରହିଛନ୍ତି । ଜିଲ୍ଲାରେ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ଅଧିକ ରହିଛନ୍ତି । ଘସିପୁରା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୮ ହଜାର ୩୯୯ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୧୪ ହଜାର ୩୪୬ ଓ ମହିଳା ଭୋଟର ୧ ଲକ୍ଷ ୧୩ ହଜାର ୯୯୩ ଜଣ ରହିଛନ୍ତି । ସେହିଭଳି ତୃତୀୟ ଲିଙ୍ଗୀ ଭୋଟର ୬୦ ଜଣ ରହିଛନ୍ତି । ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୩ ହଜାର ୨୦୩ ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୧୭ ହଜାର ୬୮୮ ଜଣ, ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୫୦୬ ଜଣ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୯ ଶହ ୨୫ ମହିଳା ଓ ୯୮,୩୦୬ ଜଣ ପୁରୁଷ ଏବଂ ଅନ୍ୟ ୬ ଜଣ ଭୋଟର ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? - Odisha Assembly Election 2024

ଏହି ୧୭୨୦ ପୋଲିଂ ଷ୍ଟେସନରେ ୧୦,୭୩୧ ପୁରୁଷ ଏବଂ ୧୬୫୩ ମହିଳା ଏହିପରି ମୋଟ ୧୨,୩୮୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହି ମତଦାନ ପ୍ରକ୍ରିୟା ଆଗେଇ ନେବେ । ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ବୁଥ ଗୁଡିକରେ ନିୟୋଜିତ ହେବା ନେଇ ତଥ୍ୟ ଦେଇଛନ୍ତି ଜିଲ୍ଲାପାଳ ବିଶାଲ ସିଂହ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.