ETV Bharat / politics

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? - Odisha Assembly Election 2024

author img

By ETV Bharat Odisha Team

Published : May 24, 2024, 5:37 PM IST

Updated : May 25, 2024, 6:59 AM IST

Odisha Assembly Election 2024: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୪୨ ବିଧାନସଭା ଆସନ ପାଇଁ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି ୩୮୩ ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ୪୨ରୁ ୩୪ଟି ଆସନ ଜିତିଥିବା ବେଳେ ଏଥର ପ୍ରାୟ ସବୁ ଆସନରେ ବିଜେଡି ଦଳକୁ କଡା ଟକ୍କର ଦେଉଛି ବିଜେପି । ଯେଉଁଥିରୁ ଚଳିତ ନିର୍ବାଚନରେ ବିଜେଡି ପାଇଁ ଆଦୌ ସହଜ ବିଜୟ ନହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ତୃତୀୟ ପର୍ଯ୍ୟାୟଙ୍କ କେଉଁ ହେଭିୱେଟଙ୍କ ହେଉଛି ଭାଗ୍ୟ ପରୀକ୍ଷା, କେଉଁଠୁ କିଏ ନିର୍ବାଚନ ଲଢୁଛନ୍ତି, ପଢନ୍ତୁ ବିସ୍ତୃତରେ

ODISHA ASSEMBLY ELECTION
ODISHA ASSEMBLY ELECTION (ETV Bharat Odisha)

ଭୁବନେଶ୍ବର: ଚଳିତ ଥର ଓଡ଼ିଶାରେ ଦେଖିବାକୁ ମିଳୁଛି ହାଇଭୋଲଟେଜ ଲଢେଇ । ବିଜେଡିକୁ ସିଧା ଟକ୍କର ଦେଉଛି ବିଜେପି । କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦେଖି ଏବେ ଶଙ୍ଖ ଶିବିରରେ ପଶିଛି ଛନକା । ଫଳରେ ଦୀର୍ଘ ଅଢେଇ ଦଶନ୍ଧି ଧରି ଓଡ଼ିଶାରେ ସହଜ ବିଜୟର ସ୍ବାଦ ଚାଖି ଆସୁଥିବା ବିଜେଡିକୁ ଏଥର ଖୁବ୍ କସରତ୍ କରିବାକୁ ପଡୁଛି । ଯାହାକି ପ୍ରାୟ ପୂର୍ବ ନିର୍ବାଚନ ଗୁଡିକରେ ଦେଖାଯାଇନଥିଲା । ରାଜନୀତି ସମୀକ୍ଷକମାନେ ମଧ୍ୟ ବିଜେପି ପକ୍ଷେ ଆଦୌ ସହଜ ବିଜୟର ଅନୁମାନ କରିପାରୁନାହାନ୍ତି । ଏହି ଘମାସନ ଭିତରେ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି (ଶନିବାର) ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଛି । ଏହି ପର୍ଯ୍ୟାୟରେ ମୋଟ ୩୮୩ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଏକାଧିକ ହେଭିୱେଟ ନେତାଙ୍କ ଆଜି ଭାଗ୍ୟ ପରୀକ୍ଷା ରହିଛି ।

Odisha Assembly Election 2024
Odisha Assembly Election 2024 (ETV Bharat Odisha)

ତୃତୀୟ ପର୍ଯ୍ୟାୟ ବିଧାନସଭା ଆସନ: କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡମ୍ବା, ବାଙ୍କୀ, ଆଠଗଡ଼, କଟକ-ବାରବାଟୀ, ଚୌଦ୍ବାର-କଟକ, କଟକ-ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣି, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ । ଏହିସବୁ ଆସନରେ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ହେଭିୱେଟ ପ୍ରାର୍ଥୀମାନେ ହେଲେ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସନାତନ ମହାକୁଡ଼, ସଞ୍ଜୟ ଦାସବର୍ମା, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ଜଗଦ୍ଦେବ, ମୋହନ ମାଝୀ ।

Odisha Assembly Election
Odisha Assembly Election (ETV Bharat Odisha)

ହାଇପ୍ରୋଫାଇଲରେ ସିଟ୍‌ରେ ହେଭିୱେଟ ନେତା:

ତୃତୀୟ ପର୍ଯ୍ୟାୟରେ କଟକ, ପୁରୀ, ଭୁବନେଶ୍ବର, ସମ୍ବଲପୁର ଭଳି ହୋଇପ୍ରୋଫାଇଲ ଲୋକସଭା ଆସନ ସହ ଏହା ଅନ୍ତର୍ଗତ ଅନେକ ଚର୍ଚ୍ଚିତ ବିଧାନସଭା ଆସନ ରହିଛି । ଏହି ବିଧାନସଭା ଆସନ ଗୁଡିକରେ ବିଜେଡି ୧୯ ନୂଆ ମୁହଁକୁ ମଇଦାନକୁ ଓହ୍ଲାଇଛି । ବିଜେପି ୧୬ଟି ଆସନରେ ପ୍ରାର୍ଥୀ ବଦଳାଇଛି । ୪୨ରୁ ୩୬ ଆସନରେ କଂଗ୍ରେସ ନୂଆ ଚେହେରାଙ୍କୁ ଟିକଟ ଦେଇଛି । ୧୦ରୁ ଅଧିକ ହେଭିୱେଟ ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରେ କିଛି ମନ୍ତ୍ରୀ ଅଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ଏକାମ୍ରରେ ଅଶୋକ-ବାବୁ ଲଢେଇ: ଏକାମ୍ର ଭୁବନେଶ୍ବର ଆସନରେ ବିଜ୍ଞାନ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ପୁଣିଥରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ଏଠି ତାଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି ବିଜେପିର ବାବୁ ସିଂ । ପୂର୍ବ ନିର୍ବାଚନରେ ଅଶୋକ ପଣ୍ଡା ବିଜୟୀ ହୋଇଥିବା ବେଳେ ଏଥର ମଧ୍ୟ ସେ ବିପୁଳ ଜନସମର୍ଥନ ପାଇବା ଲକ୍ଷ୍ୟରେ ଅଛନ୍ତି । ବାବୁ ସିଂ ବି ଜୋରଦାର ପ୍ରଚାର ସହ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ଆଠଗଡ଼ରେ ହେଭିୱେଟ ରଣେନ୍ଦ୍ର: କଟକ ଜିଲ୍ଲାର ଆଠଗଡ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗଡ଼ ଭାବେ ଜଣାଶୁଣା । ୧୯୯୦ ମସିହାରୁ ଆଠଗଡ଼ରେ ରଣେନ୍ଦ୍ର ଜିତି ଆସୁଥିବା ବେଳେ ଏଥର ମଧ୍ୟ ଗଡ଼ ବଞ୍ଚାଇବା ଚେଷ୍ଟାରେ ଅଛନ୍ତି । ତାଙ୍କ ବିପକ୍ଷରେ ବିଜେପି ଅଭୟ କୁମାର ବାରିକ ଏବଂ କଂଗ୍ରେସ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି । ତେବେ ରଣେନ୍ଦ୍ରଙ୍କ ଏହି ଅଭେଦ୍ୟ ଗଡ଼ ଭେଦ କରିବା ଉଭୟ ବିରୋଧୀ ଦଳ ପକ୍ଷେ ସେତେଟା ସହଜ ମନେ ହେଉନି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ସମ୍ବଲପୁରରେ ରୋହିତ ବନାମ ଜୟନାରାୟଣ: ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ସହ ବିଧାନସଭା ଆସନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଏହିଠାରେ ମୁହାଁମୁହିଁ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଏବଂ ଭେଟେରାନ ବିଜେପି ନେତା ଜୟନାରାୟଣ ମିଶ୍ର । ବର୍ତ୍ତମାନ ରୋହିତ ରେଢାଖୋଲ ବିଧାୟକ ଥିବାବେଳେ ବିଜେପି ତାଙ୍କୁ ସେଠାରୁ ଆଣି ବିଧାୟକ ଜୟନାରାୟଣଙ୍କ ବିପକ୍ଷରେ ସମ୍ବଲପୁରରେ ପ୍ରାର୍ଥୀ କରିଛି । ତେଣୁ ଏହି ଦୁଇ ହେଭିୱେଟଙ୍କ ମଧ୍ୟ ବଡ ଲଢେଇ ଦେଖିବାକୁ ମିଳୁଥିବା ବେଳେ ଏଠାରେ ରୋହିତଙ୍କ ଅପେକ୍ଷା ଜୟନାରାୟଣଙ୍କ ପଲ୍ଲା ଭାରି ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ଘସିପୁରାରେ ସୌମ୍ୟ ବନାମ ବଦ୍ରି: ଘସିପୁରାରେ ହେଭିୱେଟ ନେତା ବଦ୍ରିନାରାୟଣ ପାତ୍ରଙ୍କୁ ଟକ୍କର ଦେବାକୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢୁଛନ୍ତି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଥିଲେ ହେଁ ବଦ୍ରି ଓ ସୌମ୍ୟଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ହେବ ବୋଲି କୁହାଯାଉଛି ।

ସୌମ୍ୟ ଯିବାପରେ ଏଥର କାହାର ହେବ ଖଣ୍ଡପଡା: ଏଥର ଖଣ୍ଡପଡାରେ ରାଜନୈତିକ ଚିତ୍ର ବଦଳିଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କାର ହେବା ପରେ ୩ଟି ଯାକ ଦଳ ନୂଆ ଚେହେରାକୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦୁଷ୍ମନ୍ତ ସ୍ବାଇଁଙ୍କୁ ପ୍ରାର୍ଥୀ କରିଛି । ସେପଟେ ଅନୁଭବ ପଟ୍ଟନାୟକ ନିର୍ଦ୍ଦଳୀୟ ଲଢୁଛନ୍ତି । ଏହି ଲଢେଇରେ ସୌମ୍ୟଙ୍କ ସମର୍ଥକଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ସତ୍ୟବାଦୀ ଓ ବ୍ରହ୍ମଗିରି ଆସନ: ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ଆସନରେ ଦୁଇଥର ଲଗାତାର ହାରିବା ପରେ ସଂଜୟ ଦାସବର୍ମା ଏଥର ସତ୍ୟବାଦୀରୁ ଲଢୁଛନ୍ତି । ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏବେ ବ୍ରହ୍ମଗିରି ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବ୍ରହ୍ମଗିରିରେ ଉମାଙ୍କ ଟକ୍କର ଏଥର ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଆରୀ ତଥା ଲୁଲୁଙ୍କ ଝିଅ ଉପାସନା ମହପାତ୍ରଙ୍କ ସହ ହେଉଛି, ଯିଏକି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ସତ୍ୟବାଦୀରେ ସଞ୍ଜୟଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ୨୦୧୯ରେ ପୁରୀ ସଂସଦୀୟ କ୍ଷେତ୍ରର ୭ରୁ ୫ଟି ବିଜେଡି ଜିତିଥିଲା । ବିଜେପି କେବଳ ବ୍ରହ୍ମଗିରି ଓ ପୁରୀ ଆସନ ଛଡାଇ ନେଇଥିଲା । ଏଥର ମଧ୍ୟ ବିଜେପି ଏହି ଦୁଇ ଆସନରେ ବିଜୟ ରିପିଟ୍ କରିବା ଲକ୍ଷ୍ୟ ସହ ଅନ୍ୟ ଆସନଗୁଡିକ କବ୍‌ଜା ପାଇଁ ଚେଷ୍ଟା କରୁଛି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ବାରବାଟୀ-କଟକରେ ମୋକିମଙ୍କ ଝିଅ: ଏଥର ବାରବାଟୀ କଟକ ଆସନରେ ମଧ୍ୟ ଚିତ୍ର ବଦଳିଛି । ଗୃହନିର୍ମାଣ ଋଣ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା କାରଣରୁ ଏଥର ବର୍ତ୍ତମାନର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିର୍ବାଚନ ଲଢୁନାହାନ୍ତି । ତାଙ୍କ ବଦଳରେ ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସରୁ ଛିଡା କରିଛନ୍ତି ମୋକିମ । ତାଙ୍କ ବିପକ୍ଷରେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା ଏଠି ବିଜେଡି ପ୍ରାର୍ଥୀ ହୋଇଛନ୍ତି । ବାରବାଟୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧା ଲଢେଇ ହେଉଛି ।

ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?
ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ୍‌; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ? (ETV Bharat Odisha)

ଖୋର୍ଦ୍ଧାରେ ବାହୁବଳୀ ପ୍ରଶାନ୍ତ- ରାଜେନ୍ଦ୍ର ମୁହାଁମୁହିଁ: ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ଆସନ ମଧ୍ୟ ଚର୍ଚ୍ଚାରେ ରହିଛି । ଚଳିତ ଥର ଉଭୟ ବିଜେପି, ବିଜେପି ଏହି ଆସନରେ ପ୍ରାର୍ଥୀ ବଦଳାଇଛନ୍ତି । ବେଗୁନିଆ ବିଧାୟକ ଥିବା ରାଜେନ୍ଦ୍ର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଚିଲିକାରୁ ଆସି ଖୋର୍ଦ୍ଧାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । କଂଗ୍ରେସ ନବାଗତା ସୋନାଲି ସାହୁଙ୍କୁ ଟିକଟ ଦେଇଛି । ତେବେ ଖୋର୍ଦ୍ଧାରେ ମୁଖ୍ୟତଃ ପ୍ରଶାନ୍ତ ଜଗଦ୍ଦେବ ଏବଂ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ କଡ଼ା ଲଢେଇ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଆସନଟି ବିଜେଡି ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଦଖଲରେ ରହିଛି ।

୨୦୧୯ କାହାକୁ ମିଳିଥିଲା କେତେ:

ଗତବର୍ଷ ନିର୍ବାଚନରେ ଏହି ୪୨ଟି ବିଧାନସଭା ଆସନରୁ ୩୪ଟି ଆସନରେ ବାଜି ମାରିନେଇଥିଲା ବିଜେଡି । ଏଥିରୁ ଭୁବନେଶ୍ବର, ପୁରୀ, କଟକ ସଂସଦୀୟ କ୍ଷେତ୍ରରୁ ୧୭ଟି ଆସନ ଥିଲା । ସେହିପରି ବିଜେପି ମାତ୍ର ୬ଟି ଆସନ ପାଇଥିବା ବେଳେ କଂଗ୍ରେସ ୨ଟିରେ ସୀମିତ ରହିଯାଇଥିଲା । ୨୦୨୪ ନିର୍ବାଚନରେ ପ୍ରାୟ ସବୁ ଆସନରେ ବିଜେଡି ସହ ବିଜେପିର ସିଧା ଫାଇଟ୍ ହେଉଥିବା ବେଳେ ପୁଣିଥରେ ବିଜେଡିକୁ ସୁହାଇବ ନବୀନଙ୍କ ଲୋକପ୍ରିୟତା ନା ଅଙ୍କ ବିଗାଡିବ ମୋଦି ମ୍ୟାଜିକ ତା' ଉପରେ ସମସ୍ତଙ୍କ ନଜର । ଆସନ୍ତା ଜୁନ ୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2024, 6:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.