ମତଦାନ ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା - voting awareness through sand art

By ETV Bharat Odisha Team

Published : May 24, 2024, 10:56 PM IST

thumbnail
Voting awareness through sand ar (ETV Bharat Odisha)

Voting awareness through sand art: ପୁରୀ: ଶନିବାର ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ଏବଂ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ବହୁ ସେଲିବ୍ରିଟି ଭିନ୍ନ ଭିନ୍ନ ଢଙ୍ଗରେ ଭୋଟରଙ୍କୁ ଅପିଲ କରୁଛନ୍ତି । ଏହି କ୍ରମରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବିଶାଳ ବାଲୁକା ଚିତ୍ରକଳା କରି ଭୋଟରଙ୍କୁ ମତଦାନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା ଚିତ୍ରକଳାଟି ବେଶ ଆକର୍ଷଣୀୟ ହୋଇଛି । ୫ କ୍ବିଣ୍ଟାଲ ଆମ୍ବ ବାଲୁକା ଚିତ୍ରକଳାରେ ସ୍ଥାନ ଦେଇ ଅତି ଆକର୍ଷଣୀୟ ଢଙ୍ଗରେ ଭୋଟ ଦେବାର ଦୃଶ୍ୟକୁ ସ୍ଥାନ ଦିଆଯାଇଛି ଏହି ବାଲୁକା ଚିତ୍ରକଳାରେ । ୨ ହଜାର ବର୍ଗଫୁଟ ଜାଗାରେ ଏହି ବାଲୁକା ଚିତ୍ରକଳା ହୋଇଥିବାବେଳେ ଏହା ତିଆରି କରିବା ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା । ତେବେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳାରେ ବିଭିନ୍ନ ସମୟରେ ସଚେତନତା ବାର୍ତ୍ତା ଦେଇଥାଆନ୍ତି । ସେଥିପାଇଁ ସେ ଦେଶ ବିଦେଶରେ ଅନେକ କାର୍ଯକ୍ରମରେ ବହୁ ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି । ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ଦେଶ ଓ ରାଜ୍ୟ ବିକାଶରେ ସବୁ ନାଗରିକ ସାମିଲ ହେବାକୁ ସୁଦର୍ଶନ ଏହି ବାଲୁକା କଳା ମାଧ୍ୟମରେ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.