ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେବାକୁ ଅପିଲ କଲେ ଜିଲ୍ଲାପାଳ - 3rd phase elections preparation

By ETV Bharat Odisha Team

Published : May 24, 2024, 6:22 PM IST

thumbnail
3RD PHASE ELECTIONS PREPARATION (ETV Bharat Odisha)

ଖୋର୍ଦ୍ଧା: ଲୋକସଭା ନିର୍ବାଚନ ପାଇଁ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ କରିଛି ଖୋର୍ଦ୍ଧା ପ୍ରଶାସନ । ଜିଲ୍ଲା ଇଭିଏମ ପଣ୍ୟଗାରରୁ ନିର୍ବାଚନରେ ନିୟୋଜିତ ଥିବା କର୍ମଚାରୀମାନେ ନିର୍ବାଚନ ସମ୍ପାଦନ ପାଇଁ ଆବଶ୍ୟକୀୟ ସରଞ୍ଜାମ ଧରି ବୁଥ ଅଭିମୁଖେ ଯାତ୍ରା କରିଛନ୍ତି । ଗୁରୁବାର ଠାରୁ ପୋଲିଂ ପାର୍ଟିମାନେ ବୁଥରେ ପହଞ୍ଚି ସାରିଥିବା ବେଳେ ଆଜି ସକାଳୁ ସଖୀ ବୁଥ ପାଇଁ ମହିଳା ପୋଲିଂ କର୍ମଚାରୀ ବୁଥ ଅଭିମୁଖେ ବାହାରିଛନ୍ତି । ସେହିପରି ନିର୍ବାଚନକୁ ସ୍ୱଚ୍ଛ ଅବାଧ ହିଂସା ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରଣା । ସେହିପରି ଆସନ୍ତାକାଲି ଗଣତନ୍ତ୍ରର ଏହି ମହାନ ପର୍ବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଜିଲ୍ଲାରେ ଥିବା ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ସହ ଜିଲ୍ଲା ପୋଲିସ ମୁତୟନ ହୋଇଛନ୍ତି । ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସେଥିପାଇଁ ମୋବାଇଲ ଟିମ ସହ ପୋଲିସର ବରିଷ୍ଠ ଅଧିକାରୀ ମାନେ ଦୃଷ୍ଟି ଦେଇଥିବା କହିଛନ୍ତି ଖୋର୍ଦ୍ଧା ଏସପି ଦାୟିତ୍ୱରେ ଥିବା ଡିଆଇଜି ଅବିନାଶ କୁମାର । 

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ନିର୍ବାଚନ ପ୍ରସ୍ତୁତି; ନିୟୋଜିତ ହେବେ 10 କମ୍ପାନୀ ସିଏପିଏଫ୍‌ - Election preparation in Khordha

ଜିଲ୍ଲାର ୧୯୨୩ ବୁଥରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାର ମୋଟ ୧୯ ଲକ୍ଷ ୬ ହଜାର ୫୧୮ ଜଣ ଭୋଟରଙ୍କ ମଧ୍ୟରେ ୯ ଲକ୍ଷ ୯୦ ହଜାର ୭୩୪ ଜଣ ପୁରୁଷ, ୯ ଲକ୍ଷ ୧୫ ହଜାର ୨୦୫ ଜଣ ମହିଳା ଏବଂ ୫୭୯ ଜଣ ତୃତୀୟ ଲିଙ୍ଗୀ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ୧୦ ପ୍ଲାର୍ଟୁନ କେନ୍ଦ୍ରୀୟ ବଳ ସହ ୨୨ ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.