ETV Bharat / state

ସମ୍ବଲପୁର ସମର ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପ୍ରଣବ - Pranab visits Srimandir

author img

By ETV Bharat Odisha Team

Published : Mar 28, 2024, 10:23 AM IST

Updated : Mar 28, 2024, 11:14 AM IST

Etv Bharat
Etv Bharat

Pranab Prakash offers prayer at Jagannath temple: କାଲି ଟିକେଟ୍ ଘୋଷଣା ପରେ ଆଜି ସକାଳୁ ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ଆସି ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଅଧିକ ପଢନ୍ତୁ

Pranab Prakash offers prayer at Jagannath temple

ପୁରୀ: ଏଥର ସମ୍ବଲପୁରରେ ହେବ ବିଗ୍ ଫାଇଟ୍ । ଧର୍ମେନ୍ଦ୍ରଙ୍କ ବିପକ୍ଷରେ ପ୍ରଣବଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକସଭା ଟିକେଟ୍ ଦେଇଛି । ତେବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ଜଗା ଶରଣରେ ପଶିଛନ୍ତି ପ୍ରଣବ । ଗତକାଲି ଟିକେଟ୍ ଘୋଷଣା ପରେ ଆଜି (ଗୁରୁବାର) ସକାଳୁ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ସେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।

ପ୍ରଣବ ପ୍ରକାଶ ଦାସ ପୁରୀରେ ପହଞ୍ଚିବା ପରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ନେତା ଓ କର୍ମୀ ତାଙ୍କୁ ସ୍ଵାଗତ କରିଥିଲେ । ସେ ପ୍ରଥମେ ଶ୍ରୀମନ୍ଦିରର ସିଂହଦ୍ବାର ଗୁମୁଟ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ । ଏହା ପରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଦେବୀ ବିମଳା, ମା' ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ମଧ୍ୟ ପରିକ୍ରମା କରିଥିଲେ । ବିଭିନ୍ନ ପାର୍ଶ୍ଵ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲେ ।

ଗତକାଲି (ବୁଧବାର) ବିଜେଡି ଦୁଇଟି ପର୍ଯ୍ୟାୟରେ ୭୨ଟି ବିଧାନସଭା ଓ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବାକୁ ପ୍ରଣବ ପ୍ରକାଶ ଦାସଙ୍କୁ ଛାଡି କରିଛି ବିଜେଡି । ପ୍ରଣବ ଏଥର ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିବେ । ଏହି ଦୁଇ ହେଭିୱେଟଙ୍କ ଲଢେଇ ଖୁବ୍ ରୋଚକ ହେବ । ଏହାପୂର୍ବରୁ ବିଜେପିର ଟିକେଟ୍ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସପରିବାର ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ନିର୍ବାଚନରେ ସଫଳତା ପାଇଁ କାମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଲେ ଉପାସନା, ମହାପ୍ରଭୁଙ୍କ ନେଲେ ଆଶୀର୍ବାଦ - Upasana Mohapatra Puri Visit

ଏହା ମଧ୍ୟ ପଢନ୍ତୁ: 2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ

ଇଟିଭି ଭାରତ, ପୁରୀ

Last Updated :Mar 28, 2024, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.