ETV Bharat / bharat

2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ

author img

By ETV Bharat Odisha Team

Published : Mar 16, 2024, 4:05 PM IST

Updated : Mar 16, 2024, 6:35 PM IST

ECI Announces Lok Sabha Elections Schedule : ମହାମୁକାବିଲା ପାଇଁ ବାଜିଲା ବିଜ୍ଞପ୍ତି । 7 ପର୍ଯ୍ୟାୟରେ ହେବ ଭୋଟିଂ । 4 ଜୁନରେ ଫଳାଫଳ । ଅଧିକ ପଢନ୍ତୁ

ମୋଟ 7ଟି ପର୍ଯ୍ୟାୟରେ ଭୋଟିଂ, ଜୁନ 4ରେ ଫଳାଫଳ
ମୋଟ 7ଟି ପର୍ଯ୍ୟାୟରେ ଭୋଟିଂ, ଜୁନ 4ରେ ଫଳାଫଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତିି ନିର୍ବାଚନ ଆୟୋଗ । ଦେଶରେ ମୋଟ ମୋଟ 7ଟି ପର୍ଯ୍ୟାୟରେ ଭୋଟିଂ ହେବ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଜୁନ 1 ତାରିଖରେ ଅନ୍ତିମ ତଥା 7ମ ପର୍ଯ୍ୟାୟର ଭୋଟିଂ ହେବ । 4 ତାରିଖରେ ସମଗ୍ର ଦେଶରେ ମତଗଣନା ଓ ଫଳାଫଳ ପ୍ରକାଶିତ ହେବ । ଆଜି ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ଏହି ସୂଚୀ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତି ।

2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
ପର୍ଯ୍ୟାୟଆସନ ସଂଖ୍ୟା ଭୋଟିଂ ତାରିଖ ରାଜ୍ୟ ଓ ୟୁଟି
110219 ଏପ୍ରିଲ21
28926 ଏପ୍ରିଲ13
3947 ମେ‘12
49613 ମେ’10
54920 ମେ’8
65725 ମେ‘7
7571 ଜୁନ8

ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ 102 ଲୋକସଭା ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ 27 ତାରିଖରୁ ଆରମ୍ଭ ହେବ । 2ୟ ପର୍ଯ୍ୟାୟ ପାଇଁ ଏପ୍ରିଲ 4 ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଏପ୍ରିଲ 26 ତାରିଖରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 89 ଆସନରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ 19 ତାରିଖରେ ନାମାଙ୍କନ ଆରମ୍ଭ ହେବ । ମେ 7 ତାରିଖରେ 94 ଆସନରେ ଭୋଟିଂ ହେବ । ସେହିପରି ମେ’ 13 ତାରିଖରେ 4ର୍ଥ ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାସୀ ଭୋଟ ଦେବେ । ଏହି ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ହେବ । ଏଥିରେ ମେ’ 3 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ମେ’ 25 ରେ 6ଷ୍ଠ ପର୍ଯ୍ୟାୟରେ ମୋଟ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ଜୁନ ପହିଲାରେ ଅନ୍ତିମ ବା 7ମ ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନରେ ଭୋଟ ହେବ ।

2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ

ଏହା ମଧ୍ୟ ପଢନ୍ତୁ :- ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ଏହା ସହ ସମାନ୍ତରଳ ଭାବେ 4 ରାଜ୍ୟ ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍କିମ ପାଇଁ ମଧ୍ୟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ଓଡ଼ିଶାରେ 4ଟି ପର୍ଯ୍ୟାୟରେ ମେ’ 13, ମେ 20, ମେ 25 ଓ ଜୁନ 1 ତାରିଖରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଲୋକସଭା ନିର୍ବାଚନର ଅନ୍ତିମ 4 ପର୍ଯ୍ୟାୟ ସହ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହିପରି ଆନ୍ଧ୍ରରେ ମୋଟ ଗୋଟିଏ ପର୍ଯ୍ୟାୟରେ 175 ଆସନରେ ଭୋଟିଂ ହେବ । ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ଜୁନ ପହିଲାରେ ଭୋଟିଂର ଶେଷତମ ପର୍ଯ୍ୟାୟ ଥିବା ବେଳେ 4 ତାରିଖରେ ଗଣତି ଓ ଜନାଦେଶ ପ୍ରକାଶ ପାଇବ ।

2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ
2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2024, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.