ବିମାନବନ୍ଦରରୁ ବାହାରି ଲୋକଙ୍କୁ 'ପଦ୍ମ' ଦେଖାଇଲେ ମୋଦି - Narendra Modi Odisha Visit

By ETV Bharat Odisha Team

Published : May 6, 2024, 7:53 AM IST

thumbnail
Narendra Modi Odisha Visit (Etv Bharat Odisha)

Narendra Modi Odisha Visit: ଭୁବନେଶ୍ୱର: ମୋଦିଙ୍କ ପଦ୍ମ ଇସାରା । ହାତରେ ପଦ୍ମ ଚିହ୍ନ ଧରି ଭୁବନେଶ୍ୱର ବିମାନ ବନ୍ଦର କାର୍ଗୋ ଭିଆଇପି ଗେଟରୁ ବାହାରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୪ ନିର୍ବାଚନରେ ନିଜ ଦଳୀୟ ନେତାଙ୍କ ପ୍ରଚାର ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି । ରବିବାର ରାତି ପାଖାପାଖି ସାଢେ ଦଶଟାରେ ବିମାନବନ୍ଦର ଗେଟରୁ ବାହାରୁ ବାହାରୁ ମୋଦିଙ୍କୁ ଦଳୀୟ ଚିହ୍ନ ପଦ୍ମ ହାତରେ ଧରିଥିବା ଦେଖିବାକୁ ମିଳିଥିଲା । ଗାଡି ଭିତରେ ହାତରେ ପଦ୍ମ ଧରି ଦଳୀୟ ନେତା ଓ କର୍ମୀଙ୍କ ସମେତ ଦୁଇ ପାର୍ଶ୍ବରେ ଛିଡ଼ା ହୋଇଥିବା ଲୋକଙ୍କୁ ଇସାରା ଦେଇଥିଲେ ମୋଦି ।

ଏହାମଧ୍ୟ ପଢନ୍ତୁ... ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - PM Modi In Odisha

ଏହାପରେ ଜୟ ଶ୍ରୀରାମ ନାରାରେ କମ୍ପିଥିଲା ଏୟାରପୋର୍ଟ ରାସ୍ତାଠୁ ରାଜଭବନ ପର୍ଯ୍ୟନ୍ତ । ଶତାଧିକ ଦଳୀୟ କର୍ମୀ ଓ ନେତାଙ୍କ ସହ ହଜାର ହଜାର ସାଧାରଣ ଜନତା ମଧ୍ୟ ମୋଦିଙ୍କ ସ୍ୱାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ମୋଦିଙ୍କ ଭିଆଇପି କାର ରାଜଭବନରେ ପହଞ୍ଚିଥିଲା । ସେଠାରେ ମଧ୍ୟ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହି ମୋଦିଙ୍କ ଭବ୍ୟ ସ୍ୱାଗତ କରିଥିଲେ । 

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.