ETV Bharat / state

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - PM Modi In Odisha

author img

By ETV Bharat Odisha Team

Published : May 5, 2024, 10:47 PM IST

PM Modi In Odisha: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

PM Modi In Odisha
PM Modi In Odisha (Etv Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏୟାରପୋର୍ଟରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେ ରାଜଭବନରେ ରାତ୍ରିଯାପନ କରିବେ । ପ୍ରଧାନମନ୍ତ୍ରୀ 2 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହାକୁ ନଜରରେ ରଖି ସଜାଗ ରହିଛି କମିଶନରେଟ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା SPG ସହ ଆଲୋଚନା କରି ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ଆଜି ସନ୍ଧ୍ୟାରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସହ ବିଶାଳ ରୋଡ୍ ଶୋ କରିଥିଲେ ମୋଦି । ଏହାପରେ ସେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ।

ଟ୍ରାଫିକ ପରିଚାଳନାର ରୁଟ୍ ଲାଇନ ପାଇଁ ଡିସିପି ଟ୍ରାଫିକ ଦାୟିତ୍ବରେ ରହିଛନ୍ତି । ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ପୋଲିସ, ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଓ ସ୍ପେଶାଲ ସିକ୍ୟୁରିଟି ଓ୍ବିଙ୍ଗ ମଧ୍ୟ ମୁତୟନ ରହିବ । ଯେତେବି ସୁଉଚ୍ଚ କୋଠା ରହିଛି ବା ସମ୍ବେଦନଶୀଳ ଅଞ୍ଚଳ ରହିଛି ସେହି ଅଞ୍ଚଳରେ ପୋଲିସ ମୁତୟନ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଯେଉଁମାନେ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଏସକର୍ଟରେ ରହିବେ ସେନେଇ ଅଫିସରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ।

ଆସନ୍ତାକାଲି (ସୋମବାର) ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଶାଳ ଜନସଭା ଆୟୋଜନ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେଠାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ମତଦାନ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ବ ବହନ କରୁଛି । କାରଣ ଜନମତ ହାସଲ କରିବା ଲକ୍ଷ୍ୟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ...ନବରଙ୍ଗପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - PM MODI NABARANGPUR VISIT

ସେପଟେ ଆଜି ପୁଣି ଥରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ କରି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଲଗାତାର କିଛି ଦିନ ମଧ୍ୟରେ ରାଜ୍ୟକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସୁଅ ଛୁଟୁଥିବାବେଳେ ଏଥର ନିଜେ ପ୍ରଧାନମନ୍ତ୍ରୀ ପ୍ରଚାରର ମଙ୍ଗ ଧରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.