ସମ୍ବଲପୁରରେ ଜାରି ରହିଛି ମତଦାନ, କଣ ରହିଛି ଭୋଟରଙ୍କ ମୁଡ୍ - Voting in Sambalpur

By ETV Bharat Odisha Team

Published : May 25, 2024, 1:56 PM IST

thumbnail
Voting in Sambalpur (ETV Bharat Odisha)

Voting in Sambalpur ସମ୍ବଲପୁର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି l ସକାଳ 7 ରୁ ସମ୍ବଲପୁର ଲୋକସଭା ସହ ଏହା ଅଧୀନରେ ଥିବା ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକ ଓ ଛେଣ୍ଡିପଦାରେ ଜାରି ରହିଛି ମତଦାନ l ଅବାଧ ଓ ନିରପେକ୍ଷ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବିଧା କରାଯାଇଛି l ସୁରକ୍ଷା ବ୍ୟବସ୍ଥାକୁ କଡା କଡ଼ି କରାଯାଇଛି l ପ୍ରବଳ ଗରମ ଗୁଳୁଗୁଳି ହେଉଥିଲେ ମଧ୍ୟ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l ମତଦାନ କେନ୍ଦ୍ର ଗୁଡିକରେ ପାନୀୟ ଜଳର ବ୍ୟବସ୍ଥା ସହ ଅନ୍ୟ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇଛି l 

ଏହାମଧ୍ୟ ପଢନ୍ତୁ.. ତୃତୀୟ ପର୍ଯ୍ୟାୟ ନିର୍ବାଚନ: 11ଟା ସୁଦ୍ଧା 21.30% ଭୋଟିଂ, ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ - Odisha Third Phase Election

ଆଜି ସକାଳୁ କେତେକ ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ 45 ମିନିଟରୁ 1 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା l ଏନେଇ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ମତଦାନ କେନ୍ଦ୍ର ଗୁଡିକରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି l ଅନ୍ୟପଟେ କେତେକ ମତଦାତାଙ୍କ ନାମ ଭୋଟର ତାଲିକାରେ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l ଆଜି ଦିନ 9 ଟା ସୁଦ୍ଧା ସମ୍ବଲପୁର ଜିଲ୍ଲା ରେ 7.62 % ମତଦାନ ହୋଇଛି l କୁଚିଣ୍ଡା ବିଧାନସଭା ରେ 7.98, ରେଙ୍ଗାଲି ରେ 6%, ସମ୍ବଲପୁର ରେ 7.3% ଓ ରେଢ଼ାଖୋଲ ରେ 9.3 ମତଦାନ ହୋଇଥିବା ସୂଚନା ରହିଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.