ETV Bharat / state

ଖଣ୍ଡପଡାରେ ବୁଲିଲା ଖଣ୍ଡା, 3 ଜଣଙ୍କୁ ବାନ୍ଧିଲା ପୋଲିସ - KHANDAPADA VIOLENCE

author img

By ETV Bharat Odisha Team

Published : May 25, 2024, 12:58 PM IST

Kandapada Violence: ନିର୍ବାଚନ ପୂର୍ବରୁ ନୟାଗଡ ଜିଲ୍ଲା ଖଣ୍ଡପଡାରେ ଖଣ୍ଡା ବୁଲିବା ଘଟଣା । ୩ ଅଭିଯୁକ୍ତ ଗିରଫ । ସେପଟେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ନେଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ । ଅଧିକ ପଢନ୍ତୁ

Khandapada Violence
Khandapada Violence (ETV Bharat Odisha)

ନୟାଗଡ: ଖଣ୍ଡପଡାରେ ଖଣ୍ଡା ବୁଲିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ତେବେ ବ୍ୟକ୍ତିଗତ ବିବାଦ କାରଣରୁ ଅଭିଯୁକ୍ତ ଖଣ୍ଡା ବୁଲାଇଥିବା ବେଳେ ଏଥିରେ କୌଣସି ରାଜନୈତିକ ହିଂସା ନଥିବା ନୟାଗଡ ଏସପି ରାହୁଲ ଜୈନ କହିଛନ୍ତି । ଆଉ ମଧ୍ୟ ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।

Khandapada Violence (ETV Bharat Odisha)

ଏନେଇ ନୟାଗଡ ଏସପି କହିଛନ୍ତି, "ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ଜଣେ ଯୁବକ ଖଣ୍ଡା ବୁଲାଇ ଭୟଭୀତ କରିବାକୁ ଚେଷ୍ଟା କରିବା ମାମଲାରେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମାମଲାରେ ଫତେଗଡ଼ର ଥାନାରେ ୧୧୧/୨୪ରେ ମାମଲା ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସେହି ଗ୍ରାମର ରାମଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ପ୍ରଧାନ ଓ ଲୋକନାଥ ସାହୁ । ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ।’’ ତେବେ ବ୍ୟକ୍ତିଗତ ବିବାଦକୁ ନେଇ ଏହି ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ପୂର୍ବରୁ ଅଶାନ୍ତ ଖଣ୍ଡପଡା, ଏକାଧିକ ବିଜେପି କର୍ମୀ ଆହତ - KHANDAPADA PRE POLL VIOLENCE

ଅନ୍ୟପଟେ ଖଣ୍ଡପଡାରେ ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଶାନ୍ତିଶୃଙ୍ଖଳାର ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ରାହୁଲ ଜୈନ କହିଛନ୍ତି । ଘଟଣାସ୍ଥଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଜୋରଦାର ପାଟ୍ରୋଲିଂ କରାଯାଇଛି । ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ତୃତୀୟ ପର୍ଯ୍ୟାୟ ନିର୍ବାଚନ: 11ଟା ସୁଦ୍ଧା 21.30% ଭୋଟିଂ, ଜଣେ ପୁଲିଂ ଏଜେଣ୍ଟଙ୍କ ମୃତ୍ୟୁ - Odisha Third Phase Election

ଖଣ୍ଡପଡାରେ ସମ୍ବେଦନଶୀଳ ବୁଥ ଗୁଡିକ ଉପରେ ନଜର ରହିଛି । ସେଠାରେ ଓ୍ବେବ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ପୋଲିସ ପୁରା ସଜାଗ ରହିଛି । ସ୍ଥାନୀୟ ନେତାମାନଙ୍କ ସହ ଏକ ଶାନ୍ତିପୂର୍ଣ୍ଣ ବୈଠକ କରାଯାଇଛି । ସେମାନେ ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ନେଇ ଆଶ୍ୱସ୍ତି କରିଛନ୍ତି । ଯଦି କୌଣସି ସ୍ଥାନରେ ହିଂସା ଘଟଣା ଘଟେ ତେବେ ତାହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.