ETV Bharat / politics

କେନ୍ଦୁଝରରେ ସୁରୁଖୁରରେ ଜାରି ରହିଛି ମତଦାନ - third phase election in Odisha

author img

By ETV Bharat Odisha Team

Published : May 25, 2024, 10:24 AM IST

Voting in Kendujhar: କେନ୍ଦୁଝରରେ ସୁରୁଖୁରୁରେ ଜାରି ରହିଛି ଭୋଟିଂ ପ୍ରକ୍ରିୟା । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରମାନେ ଧାଡ଼ି କରି ଛିଡ଼ା ହୋଇ ଭୋଟ ଦେଉଥିବା ବେଳେ ନୂଆ କରି ଭୋଟ ଦେଉଥିବା ଭୋଟରମାନେ ବେଶ ଖୁସି ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ

Voting in Kendujhar
Voting in Kendujhar (ETV Bharat Odisha)

Voting in Kendujhar (ETV Bharat Odisha)

କେନ୍ଦୁଝର: ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । 6 ଲୋକସଭା ଓ 42 ବିଧାନସଭା ଆସନରେ ମତଦାନ ଜାରି । ଏହିକ୍ରମରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ସୁରୁଖୁରୁରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରମାନେ ଧାଡ଼ି କରି ଛିଡ଼ା ହୋଇ ଭୋଟ ଦେଉଥିବା ବେଳେ ନୂଆ କରି ଭୋଟ ଦେଉଥିବା ଭୋଟରମାନେ ବେଶ ଖୁସି ପ୍ରକଟ କରିଛନ୍ତି ।



ଜିଲ୍ଲାରେ ସର୍ବମୋଟ ୧ ହଜାର ୭୨୦ ବୁଥ୍ ମଧ୍ୟରୁ ସ୍ବତନ୍ତ୍ର ଭାବେ ସଖୀ ବୁଥ ୧୭୪, ଯୁବ ବୁଥ ୩, ଭିନ୍ନକ୍ଷମ ବୁଥ ୧, ଏବଂ ଗୋଟିଏ ଏଥିନିକ ବୁଥ ଭାବର ଚିହ୍ନଟ ହୋଇଛି । କେନ୍ଦୁଝର ଲୋକସଭା ସଂସଦୀୟ କ୍ଷେତ୍ରରେ ମୋଟ ୧୫ ଲକ୍ଷ ୬୯ ହଜାର ୫୨୯ ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୭ ଲକ୍ଷ ୮୮ ହଜାର ୨୮୧, ପୁରୁଷ ଭୋଟର ୭ ଲକ୍ଷ ୮୧ ହଜାର ୧୫୬ ଜଣ ଏବଂ ଅନ୍ୟାନ୍ୟ ୯୨ ଜଣ ଭୋଟର ରହିଛନ୍ତି । ସେହିପରି ତେଲକୋଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳା ଭୋଟର ପୁରୁଷଙ୍କ ଠାରୁ ଅଧିକ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୮ ହଜାର ୪୨୬ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ୪୮୬ ଜଣ ଓ ପୁରୁଷ ଭୋଟର ୧ ଲକ୍ଷ ୧୭ ହଜାର ୯୩୨ ଜଣ ଏବଂ ତୃତୀୟ ଲିଙ୍ଗୀ ୮ ଜଣ ଭୋଟର ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. କେନ୍ଦୁଝରରେ ଗଣତନ୍ତ୍ରର ମହାପର୍ବ; ଜିଲ୍ଲାରେ ୧୭୨୦ ବୁଥ୍‌, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଫୋକସ - Election Preparation In Kendujhar

ପାଟଣା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୧ ହଜାର ୭୩୮ ଜଣ ଭୋଟର ରହିଛନ୍ତି । ଏହି ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର ୧ ଲକ୍ଷ ୫ ହଜାର୫୦୮ ଜଣ ରହିଥିବା ବେଳେ ମହିଳା ଭୋଟର ୧ ଲକ୍ଷ ୬ ହଜାର ୨୨୮ ଜଣ ଓ ତୃତୀୟ ଲିଙ୍ଗୀ ୨ ଜଣ ଭୋଟର ରହିଛନ୍ତି । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୩୬୩ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୯୩୫ ଓ ପୁରୁଷ ଭୋଟର ୧ ଲକ୍ଷ ୧୩ ହଜାର ୪୨୮ ଜଣ ରହିଛନ୍ତି ।


ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମହିଳା ଭୋଟର ଅଧିକ ରହିଛନ୍ତି । ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୩୦ ହଜାର ୫୩୨ ରହିଥିବା ବେଳେ ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୯୧୨ ଜଣ, ପୁରୁଷ ଭୋଟର ୧ ଲକ୍ଷ ୧୪ ହଜାର ୬୧୩ ଜଣ ଓ ତୃତୀୟ ଲିଙ୍ଗୀ ଭୋଟର ୭ ଜଣ ରହିଛନ୍ତି । ଜିଲ୍ଲାରେ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ଅଧିକ ରହିଛନ୍ତି । ଘସିପୁରା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୮ ହଜାର ୩୯୯ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ଲକ୍ଷ ୧୪ ହଜାର ୩୪୬ ଓ ମହିଳା ଭୋଟର ୧ଲକ୍ଷ ୧୩ ହଜାର ୯୯୩ ଜଣ ଓ ତୃତୀୟ ଲିଙ୍ଗୀ ଭୋଟର ୬୦ ଜଣ ରହିଛନ୍ତି ।

ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୩ ହଜାର ୨୦୩ ଭୋଟର ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୧୭ ହଜାର ୬୮୮ ଜଣ, ମହିଳା ଭୋଟର ୧ ଲକ୍ଷ ୧୫ ହଜାର ୫୦୬ ଜଣ ଓ ଅନ୍ୟାନ୍ୟ ଭୋଟର ଜଣ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୯ ଶହ ୨୫ ମହିଳା ଓ ୯୮ ହଜାର ୩୦୬ ଜଣ ପୁରୁଷ ଏବଂ ଅନ୍ୟାନ୍ୟ ୬ ଜଣ ଭୋଟର ରହିଛନ୍ତି । ୧ ହଜାର ୭୨୦ ପୋଲିଂ ଷ୍ଟେସନରେ ୧୦ ହଜାର ୭୩୧ ପୁରୁଷ ଏବଂ ୧ ହଜାର ୬୫୩ ମହିଳା ଅର୍ଥାତ୍ ମୋଟ ୧୨,୩୮୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.