ETV Bharat / bharat

ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ - President Murmu Casts Vote

author img

By ETV Bharat Odisha Team

Published : May 25, 2024, 1:14 PM IST

President Murmu Casts Vote: ଭୋଟ ଦେଲେ ରାଷ୍ଟ୍ରପତି । ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ । ଆଜି ଜାରି ରହିଛି ଦେଶରେ 6ଷ୍ଠ ପର୍ଯ୍ୟାୟ ମତଦାନ । ଅଧିକ ପଢନ୍ତୁ

ମହିଲା ବୁଥରେ ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ
ମହିଲା ବୁଥରେ ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ (ETV Bharat Odisha)

ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । 8ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ଲୋକସଭା ଆସନରେ ଚାଲିଛି ଭୋଟିଂ। ଗଣତନ୍ତ୍ରର ଏହି ମହାପର୍ବରେ ନେତୃତ୍ବ ବାଛିବା ପାଇଁ ଜନତା ଜନାର୍ଦ୍ଦନ ସେମାନଙ୍କର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହିକ୍ରମରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ମହିଳା ପରିଚାଳିତ ପିଙ୍କ୍‌ ବୁଥରେ ଭୋଟ ଦେଇଛନ୍ତି ରାଷ୍ଟ୍ରପତି । ସମ୍ପୂର୍ଣ୍ଣ ଭୋଟିଂ ପ୍ରକ୍ରିୟା ଅନୁସାରେ, ରାଷ୍ଟ୍ରପତି ଭୋଟ ଦେବା ସହ ବୁଥରେ କରାଯାଇଥିବା ‘ଭୋଟିଂ ସେଲ୍ଫିଂ ପଏଣ୍ଟ’ରେ ଫଟୋ ମଧ୍ୟ ଉଠାଇ ମତଦାତାଙ୍କୁ ଉତ୍ସାହିତ କରିଛନ୍ତି । ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ‘ଏକ୍ସ’ରେ ଏକାଧିକ ଫଟୋ ସେୟାର କରାଯାଇ ସୂଚନା ପ୍ରଦାନ କରାଯାଇଛି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ସେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଭୋଟର ଭାବେ ପଞ୍ଜିକୃତ ଥିଲେ । ତେବେ ସେ 2022 ମସିହାରେ ଦେଶର 15ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନିର୍ବାଚନ କମିଶନଙ୍କ ଦ୍ବାରା ତାଙ୍କ ଭୋଟ ପରିଚୟପତ୍ର ଅପଡେଟ କରାଯାଇଥିଲା । ଗତବର୍ଷ ନଭେମ୍ବର 28 ତାରିଖରେ ସେ ରାଷ୍ଟ୍ରପତି ଭାବେ ଦିଲ୍ଲୀର ଭୋଟର ଭାବେ ପଞ୍ଜିକୃତ ହୋଇଥିଲେ । ଆଜି ସେ ପ୍ରଥମ ନାଗରିକ ଭାବେ ନିଜ ପ୍ରଥମ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ
ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ (ETV Bharat Odisha)

ଆଜି 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ସଂସଦୀୟ ଆସନରେ ଭୋଟିଂ ହେଉଛି । ରାଜଧାନୀ ଦିଲ୍ଲୀର ସମସ୍ତ 7 ସଂସଦୀୟ ଆସନରେ ଆଜି ପର୍ଯ୍ୟାୟରେ ଭୋଟିଂ ହେଉଛି । ଆଜି ସକାଳୁ ବିଭିନ୍ନ ଭୋଟିଂ କେନ୍ଦ୍ରରେ ବହୁ ଭେଟେରାନ ଓ ସାମ୍ବିଧାନିକ ଦାୟିତ୍ବରେ ଥିବା ଓ ଅବସର ନେଇସାରିଥିବା ଭେଟେରାନ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ହରିଦ୍ବୀପ ସିଂ ପୁରୀ ଓ ବିଦେଶ ମନ୍ତ୍ରୀ ଜୟଶଙ୍କର ପ୍ରମୁଖ ଭୋଟ ଦେଇଛନ୍ତି ।

ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ
ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- EVM ଅଚଳାବସ୍ଥା, ଘଣ୍ଟାଏ ଲାଇନରେ ଛିଡା ହେଲେ ସମ୍ବିତ - Sambit Patra Cast Vote

ତେବେ ଆଜି ପରେ ଆଉ ଗୋଟିଏ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ବାକି ରହିବ । ଜୁୁନ ପହିଲାରେ ଦେଶର ଅବଶିଷ୍ଟ ଆସନରେ ଅନ୍ତିମ ପର୍ଯ୍ୟାୟର ମତଦାନ ହେବ । 4 ତାରିଖରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନର ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତର ସଂସଦୀୟ ନିର୍ବାଚନ ଫଳାଫଳ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ
ଭୋଟ ଦେଲେ ରାଷ୍ଟ୍ରପତି, ସେଲ୍ଫି ପଏଣ୍ଟରେ ଉଠାଇଲେ ଫଟୋ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.