ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ବିଗ ବସ ବିଜେତା ମୁନାୱର ଫାରୁକି - Munawar Faruqui Hospitalized

author img

By ETV Bharat Odisha Team

Published : May 25, 2024, 10:14 AM IST

Munawar Faruqui Hospitalized: ବିଗ ବସ ୧୭ ବିଜେତା ମୁନାୱାର ଫାରୁକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିନେତା ମେ ୨୪ ଗତକାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ବନ୍ଧୁ ନିତିନ ମେଙ୍ଗାନି ଏହି ଖବର ସେୟାର କରିଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ବିଗ ବସ ବିଜେତା ମୁନାୱର ଫାରୁକି
ହସ୍ପିଟାଲରେ ଭର୍ତ୍ତି ବିଗ ବସ ବିଜେତା ମୁନାୱର ଫାରୁକି ((IANS))

ହାଇଦ୍ରାବାଦ: ବିଗ ବସ ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା କାରଣରୁ ମେ ୨୪ ଗତକାଲି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁନାୱରଙ୍କ ଘନିଷ୍ଠ ବନ୍ଧୁ ନିତିନ ମେଙ୍ଗାନି ସୋସିଆଲ ମିଡିଆରେ ହସ୍ପିଟାଲରୁ ତାଙ୍କର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋରେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନା ଶଯ୍ୟାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି । ମୁନାୱରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଫ୍ୟାନ୍ସ ଚିନ୍ତିତ ହେବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ଇନଷ୍ଟାଗ୍ରାମରେ ନିତିନ ମେଙ୍ଗାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ମୁନାୱାର ଫାରୁକିଙ୍କ ହାତରେ ଆଇବି ଡ୍ରିପ ଲଗାଯାଇଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ''ମୋର ଭାଇର ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।'' ତାଙ୍କ ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି । ସୂଚନା ଥାଉ କି,ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରଥମ ଥର ନୁହେଁ । ଗତ ମାସରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ସେ ପେଟ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହସ୍ପିଟାଲରେ ଭର୍ତ୍ତି ବିଗ ବସ ବିଜେତା ମୁନାୱର ଫାରୁକି
ହସ୍ପିଟାଲରେ ଭର୍ତ୍ତି ବିଗ ବସ ବିଜେତା ମୁନାୱର ଫାରୁକି (@nitin_menghani Instagram)

ସୂଚନା ଥାଉ କି, ବିଗ ବସ ୧୭ର ଗ୍ରାଣ୍ଡ ଫାଇନାଲରେ ସର୍ବାଧିକ ଭୋଟ ପାଇ ମୁନାୱାର ଫାରୁକି ଶୋ'ର ଟ୍ରଫି ଜିତିଥିଲେ । ନଗଦ ପୁରସ୍କାର ସହ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ଏକ ବିଳାସପୂର୍ଣ୍ଣ ନୂତନ କାର ମଧ୍ୟ ପାଇଥିଲେ । ଅନ୍ୟ ଚାରିଜଣ ଫାଇନାଲିଷ୍ଟ ଥିଲେ ଅଭିଷେକ କୁମାର, ମାନ୍ନା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ଅରୁଣ ମଶେତି। ସମସ୍ତଙ୍କୁ ଫଛରେ ପକାଇ ବିଗ ବସ ଟାଇଟଲ ନିଜ ନାଁରେ କରିଥିଲେ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, 'ବିଗ୍ ବସ୍ 17' ପରେ ମୁନାୱରଙ୍କୁ 'ହଲ୍କି-ହଲ୍କି ସି' ନାମକ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା । ଏହା ଏକ ରୋମାଣ୍ଟିକ୍ ଟ୍ରାକ୍ ଥିଲା, ଯେଉଁଥିରେ ହିନା ଖାନ୍ ତାଙ୍କ ସହ ଅଭିନୟ କରିଥିଲେ । ସେ ଖୁବ୍ ଶୀଘ୍ର 'ପାଷ୍ଟ କପି' ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଏଣ୍ଟ୍ରି ମାରିଲେ ମୁନାୱର, ଏହି ୱେବ ସିରିଜରେ କରିବେ ଡେବ୍ୟୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.