ETV Bharat / entertainment

ବଲିଉଡରେ ଏଣ୍ଟ୍ରି ମାରିଲେ ମୁନାୱର, ଏହି ୱେବ ସିରିଜରେ କରିବେ ଡେବ୍ୟୁ - Munawar Faruqui Acting Debut

author img

By ETV Bharat Odisha Team

Published : Apr 12, 2024, 3:35 PM IST

Munawar Faruqui Acting Debut: 'ବିଗ୍ ବସ୍ ୧୭', 'ଲକ୍ଅପ୍' ଭଳି ରିଆଲିଟି ଶୋ'ର ବିଜେତା ମୁନାୱାର ଫାରୁକି ବର୍ତ୍ତମାନ ଅଭିନୟ ଜଗତରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି । ଇଦ୍ ଅବସରରେ ସେ ତାଙ୍କର ଡେବ୍ୟୁ ୱେବ ସିରିଜର ଟିଜର ରିଲିଜ୍ କରି ସୂଚନା ଦେଇଛନ୍ତି ।

ବଲିଉଡରେ ଏଣ୍ଟ୍ରି ମାରିଲେ ମୁନାୱର ଫାରୁକି, ଏହି ୱେବ ସିରିଜ ସହ କରିବେ ଡେବ୍ୟୁ
ବଲିଉଡରେ ଏଣ୍ଟ୍ରି ମାରିଲେ ମୁନାୱର ଫାରୁକି, ଏହି ୱେବ ସିରିଜ ସହ କରିବେ ଡେବ୍ୟୁ

ହାଇଦ୍ରବାଦ: ମୁନାୱାର ଫାରୁକିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । 'ବିଗ୍ ବସ୍ ୧୭', 'ଲକ୍ଅପ୍ ସିଜନ ୧' ଭଳି ରିଆଲିଟି ଶୋ'ରେ ନିଜର ଜଲୱା ଦେଖାଇ ବିଜୟ ମୁକୁଟ ହାସଲ କରିଥିବା ବେଳେ ମୁନାୱାର ଫାରୁକି ବର୍ତ୍ତମାନ ଅଭିନୟରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି । ଅଭିନେତା ବର୍ତ୍ତମାନ 'ଫାଷ୍ଟ କପି' ୱେବ ସିରିଜ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

  • " class="align-text-top noRightClick twitterSection" data="">

ଗତ ଗୁରୁବାର (ଇଦ)ରେ ମୁନାୱର ଫାରୁକି ନିଜ ପ୍ରଥମ ୱେବ ସିରିଜ ଘୋଷଣା କରିଛନ୍ତି । ସିରିଜର ଏକ ଟିଜର ରିଲିଜ କରି ଅଭିନେତା ଏହି ଖୁସି ଖବର ସମସ୍ତଙ୍କୁ ଦେଇଛନ୍ତି । ୧ ମିନିଟ୍ ୪୩ ସେକେଣ୍ଡର ଟିଜରର ଆରମ୍ଭରେ ମୁନାୱାର କମ୍ପ୍ୟୁଟରରେ କିଛି କରୁଥିବା ଦେଖିବାକୁ ମିଳିଛି । ଏଥିସହ ସେ ୧୯୯୯ବର୍ଷ ବିଷୟରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କର ଏହି ଧାରାବାହିକକୁ ଫରହାନ ପି ଜମ୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏହା ସେୟାର ହେବା ପରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସିରିଜକୁ ନେଇ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରଥମରୁ 17 ସିଜିନ ବିଗ୍‌ବସ୍‌ର ତାଜ ପିନ୍ଧିଛନ୍ତି ଏସବୁ ପ୍ରତିଯୋଗୀ

ସୂଚନା ଥାଉ କି, ଚଳିତ ଥର ବିଗ ବସ ୧୭ରେ ମୋଟ ୨୧ ଜଣ ପ୍ରତିଯୋଗୀ ରେ ଭାଗ ନେଥିଲେ । ଟେଲି ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଅଭିନେତ୍ରୀ, ୟୁଟ୍ୟୁବର, ସାମ୍ବାଦିକା ଓ ଆଇନଜୀବୀଙ୍କୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା । ଲଗାତାର 3 ମାସ ଧରି ଏହି ଶୋ' ଆୟୋଜିତ ହୋଇଥିଲା । ଯାହାକୁ ହୋଷ୍ଟ କରିଥିଲେ ସଲମାନ ଖାନ । ତେବେ ସମସ୍ତଙ୍କୁ ଫଛରେ ପକାଇ ବିଗ୍ ବସ୍ ସିଜନ ୧୭ର ଟ୍ରଫି ହାତେଇଥିଲେ ଷ୍ଟାଣ୍ଡଅପ୍‌ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ କାର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି ଅଭିଷେକ କୁମାର ଓ ଦ୍ବିତୀୟ ରନର୍ସ ଅପ ହୋଇଥିଲେ ଅଭିନେତ୍ରୀ ମନ୍ନାରା ଚୋପ୍ରା । ଏହା ପୂର୍ବରୁ ସେ କଙ୍ଗନାଙ୍କ ଆୟୋଜିତ ଶୋ' ଲକ ଅପର ପ୍ରଥମ ସିଜିନ ବିଜେତା ଥିଲେ । ଏଥିସହ ହାସ୍ୟ ଅଭିନେତା ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇର ହୁକ୍କା ବାରରେ ଚଢାଉ, ବିଗବସ ବିଜେତା ମୁନାୱାରଙ୍କ ସମେତ ୧୪ ଅଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.