ETV Bharat / entertainment

ମୁମ୍ବାଇର ହୁକ୍କା ବାରରେ ଚଢାଉ, ବିଗବସ ବିଜେତା ମୁନାୱାରଙ୍କ ସମେତ ୧୪ ଅଟକ - Munawar Faruqui Detained

author img

By ETV Bharat Odisha Team

Published : Mar 27, 2024, 10:40 AM IST

Bigg Boss Winner Munawar Faruqui
Bigg Boss Winner Munawar Faruqui

Bigg Boss Winner Munawar Faruqui :ହୁକ୍କା ବାରରେ ରେଡ ବେଳେ ମୁମ୍ବାଇ ପୋଲିସ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖିଥିଲା ।

ମୁମ୍ବାଇ: ପୁଣି ବିବାଦରେ ବିଗବସ ବିଜେତା ତଥା ହାସ୍ୟ ଅଭିନେତା ମୁନାୱାର ଫାରୁକି । ହୁକ୍କା ବାରରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖିଥିଲା ମୁମ୍ବାଇ ପୋଲିସ । ପରେ ତାଙ୍କୁ ଛାଡି ଦେଇଛି ପୋଲିସ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ଗତକାଲି(ମଙ୍ଗଳବାର) ରାତିରେ ବୋରା ବଜାର ନିକଟ ଫୋର୍ଟ ଅଞ୍ଚଳରେ ଥିବା ଏକ ହୁକ୍କା ବାରରେ ତମାଖୁ ସେବନ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚଢାଉ କରିଥିବା ବେଳେ ହାସ୍ୟ ଅଭିନେତା ମୁନାୱାର ଫାରୁକିଙ୍କ ସମେତ ୧୪ ଜଣଙ୍କୁ ପୋଲିସ ଅଟକ ରଖିଥିଲା । ଆଜି ଭୋର ୫ଟା ପର୍ଯ୍ୟନ୍ତ ବାରରେ ଚଢାଉ ଜାରି ରହିଥିଲା ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, 'ଚଢାଉ ସମୟରେ କମେଡିଆନ ମୁନଓ୍ବାର ଫାରୁକି ଓ ସଂପୃକ୍ତ ଅନ୍ୟ କିଛି ଜଣ ହୁକ୍କା ପିଉଥିବା ନଜର ଆସିଥିଲେ । ଏନେଇ ଆମ ପାଖରେ ଏକ ଭିଡିଓ ମଧ୍ୟ ଅଛି । ଏନେଇ ମୁନଓ୍ବାର ସମେତ ଅନ୍ୟ ୧୪ ଜଣ ଜଣଙ୍କୁ ଅଟକ ରଖିଥିଲୁ । କିନ୍ତୁ ପରେ ସେମାନଙ୍କୁ ଏକ ନୋଟିସ ଦେଇ ଯିବାକୁ ଦେଇଥିଲୁ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହର୍ବାଲ ହୁକା ଧୂମପାନ କରିବା ନାମରେ କିଛି ଗ୍ରାହକ ପାର୍ଲରରେ ତମାଖୁ ଭିତ୍ତିକ ହୁକା ଧୂମପାନ କରୁଥିଲେ ବୋଲି ସୂଚନା ମିଳିଛି । ତେବେ ଏନେଇ ଫାରୁକି ଓ ଅନ୍ୟ ଅଭିଯୁକ୍ତଙ୍କୁ ଆଇପିସି ଧାରା ୨୮୩ ଓ ୩୩୬ ସହିତ ସିଗାରେଟ ଓ ଅନ୍ୟ ଧୂମପାନ ଅଧିନିୟମ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା । ପରେ ମାତା ରମାବାଈ ଅମ୍ବେଡକର ମାର୍ଗ ପୋଲିସ ଦ୍ବାରା ଫାରୁକି ଓ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ନୋଟିସ ଦେଇ ଯିବାକୁ ଅନୁମତି ଦେଇଛି ।

ଏହା ମଧ୍ୟ ପଢନ୍ତୁ-ଡୋଙ୍ଗ୍ରିରେ ସେଲିବ୍ରେସନ ପଡିଲା ମହାଙ୍ଗା ! ମୁନାୱାରଙ୍କ ଫ୍ୟାନ ବିରୋଧରେ ମାମଲା ରୁଜୁ

ପ୍ରକାଶ ଥାଉକି, ନିକଟରେ ମୁନଓ୍ବାର ଫାରୁକି ବିଗ୍ ବସ୍ ୧୭ ଘରେ ୧୦୫ ଦିନିଆ ଯାତ୍ରା ପରେ ବିଗବସ୍ ଟ୍ରଫି ନିଜ ନାଁରେ କରିଥିଲେ । ୫୦ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଏକ ନୂତନ କାର ଜିତିଥିଲେ । ଆଉ ଏହାର ସଫଳତାର ଶ୍ରେୟ ଫ୍ୟାନ୍ସଙ୍କୁ ଦେଇ କୃତଜ୍ଞତା ଜଣାଇବା ସହ ସ୍ବର୍ଗତା ମା'ଙ୍କୁ ମନେପକାଇ ଭାବବିହ୍ବଳ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.