ବାଙ୍ଗିରିପୋଷିରେ ମାରାଥନ ପ୍ରଚାର କଲେ ରଞ୍ଜିତା ମାରାଣ୍ଡି - BJD Road show in Bangiriposhi

By ETV Bharat Odisha Team

Published : May 26, 2024, 3:31 PM IST

thumbnail
BJD Campaign in Bangiriposhi (ETV Bharat Odisha)

BJD Campaign in Bangiriposhi: ରାଇରଙ୍ଗପୁର: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜରେ ପଡିବାକୁ ଯାଉଛି ଭୋଟ । ଜୁନ ୧ ତାରିଖରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଓ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ତେବେ ହାତରେ ଆଉ କିଛି ଦିନ ଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ରହିଛି  । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡି ନିଜ ଦଳୀୟ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାରରେ ଲାଗିପଡିଛନ୍ତି  । 

ଏହାମଧ୍ୟ ପଢନ୍ତୁ.. ବିଜେଡ଼ି ପ୍ରଚାରରେ କମ୍ପୁଛି ମୟୂରଭଞ୍ଜ ମୈଦାନ, ସାରସକଣାରେ ଶୋଭାଯାତ୍ରା ବେଳେ ଟେକା ପଥର ମାଡ଼ - BJD Campaign In Mayurbhanj

ଶନିବାର ଦିନ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଡବ୍ରାହ୍ମଣ ଗ୍ରାମ ପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଏକ ବିଶାଳ ରୋଡ ସୋ ଆୟୋଜନ ହୋଇଥିଲା । ରୋଡ ସୋରେ ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡି ଉପସ୍ଥିତ ରହି ମାରାଥନ ପ୍ରଚାର କରିଥିଲେ । ଏଥିରେ ଗ୍ରାମର ହଜାର ହଜାର ମହିଳା ଯୋଗ ଦେଇଥିଲ । ଏହି ଅବସରରେ ବିଧାୟିକା ପ୍ରାର୍ଥିନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବା ସହିତ ତାଙ୍କୁ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.