ପ୍ରକାଶ ପାଇଛି ମାଟ୍ରିକ ଫଳ, ବ୍ରହ୍ମପୁର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ - Matric Result 2024

By ETV Bharat Odisha Team

Published : May 26, 2024, 1:51 PM IST

thumbnail
BSE MATRIC RESULT (ETV BHARAT ODISHA)

ବ୍ରହ୍ମପୁର: ପ୍ରକାଶ ପାଇଛି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳାଫଳ । ରାଜ୍ୟରେ ମୋଟ ପାସ୍‌ହାର 96 ପ୍ରତିଶତ ରହିଛି  । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଫଳ ପ୍ରକାଶ ପରେ ବ୍ରହ୍ମପୁର ସହରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାର୍ଥୀମାନେ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଖୁସି ପ୍ରକାଶ କରିଛନ୍ତି । ଏହି ସ୍କୁଲର ଛାତ୍ର ଆୟୁଷ ଆଶୁତୋଷ ସର୍ବାଧିକ 582 ନମ୍ବର ରଖିଛନ୍ତି । ବିଦ୍ୟାର୍ଥୀମାନେ ଚଳିତବର୍ଷର ପରୀକ୍ଷା ଫଳକୁ ନେଇ ବେଶ ଉତ୍ସାହିତ ରହିଥିବାବେଳେ ସେମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ରଖିଥିବା ଲକ୍ଷ୍ୟକୁ ପ୍ରକାଶ କରିଛନ୍ତି । ବିଦ୍ୟାର୍ଥୀଙ୍କ ସମେତ ସେମାନଙ୍କର ଗୁରୁଜୀ ଓ ଗୁରୁମାଓ ଅଭିଭାବକମାନେ ମଧ୍ୟ ଖୁସି ଅଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.