ରାସ୍ତା ପାର୍ ବେଳେ ଧକ୍କା ଦେଲା ଏମଭିଆଇଙ୍କ ଗାଡି଼, ଯୁବକ ଗୁରୁତର

By ETV Bharat Odisha Team

Published : Mar 3, 2024, 4:06 PM IST

thumbnail

Accident In Dhenkanal:ଢେଙ୍କାନାଳ: ତାଳଚେର ଏମଭିଆଇଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଛକରେ ହୋଇଛି ଏହି ଦୁର୍ଘଟଣା । ଏନଏଚ-୫୩ରେ ଘଟିଥିବା ଦୁର୍ଘଟଣାରେ ନରେଜ ଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସରକାରୀ ବୋଲେରୋ ଗାଡିରେ ନିଜେ ଏମଭିଆଇ ପ୍ରିୟବ୍ରତ ମହାନ୍ତି ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ରାସ୍ତା ପାର ହେଉଥିବା ସମୟରେ ଏମଭିଆଇଙ୍କ ସରକାରୀ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ନରେଶଙ୍କୁ ଉଦ୍ଧାର କରି ନିଜେ ଏମଭିଆଇ ଗାଡ଼ିରେ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । 

ଏହା ମଧ୍ୟ ପଢନ୍ତୁ...ଦୃତଗାମୀ କାର୍ ନେଲା ମା-ଝିଅଙ୍କ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ନରେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହି ଘଟଣା ପରେ ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ତାଳଚେର ଏମଭିଆଇ ପ୍ରିୟବ୍ରତ ମହାନ୍ତି ସରକାରୀ ବୋଲେରୋ ଗାଡି ଯୋଗେ ତାଳଚେରରୁ ନିଜ ଘର ସାଲେପୁରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଏମଭିଆଇଙ୍କ ବୋଲେରୋ ଚାଳକଙ୍କ ଦ୍ରୁତ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଆଜି ରବିବାର ଛୁଟି ଦିନରେ ବ୍ୟକ୍ତିଗତ କାର୍ଯ୍ୟରେ କିପରି ସରକାରୀ ଗାଡି଼ ବ୍ୟବହାର କରୁଥିଲେ ଏମଭିାଇ ତାହାକୁ ନେଇ ପ୍ରଶ୍ନ ଉଠିଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.