ETV Bharat / state

ଦୃତଗାମୀ କାର୍ ନେଲା ମା-ଝିଅଙ୍କ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By ETV Bharat Odisha Team

Published : Mar 2, 2024, 10:55 PM IST

Car crushed Mother And Daughter: ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୃତଗାମୀ କାର୍ ନେଲା ମା ଓ ଝିଅର ଜୀବନ । ଅଧିକ ପଢନ୍ତୁ

ଦୃତଗାମୀ କାର୍ ନେଲା ମା-ଝିଅଙ୍କ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ୪ ଘଣ୍ଟାଧରି ରାସ୍ତାରୋକ୍
ଦୃତଗାମୀ କାର୍ ନେଲା ମା-ଝିଅଙ୍କ ଜୀବନ, ଉତ୍ତ୍ୟକ୍ତ ଲୋକଙ୍କ ୪ ଘଣ୍ଟାଧରି ରାସ୍ତାରୋକ୍

ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବଲାଙ୍ଗୀର: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିପାରେ ତାହା କହିବା ଅସମ୍ଭବ । ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୃତଗାମୀ କାର୍ ନେଲା ମା ଓ ଝିଅର ଜୀବନ । ବଲାଙ୍ଗୀର ପାଟଣାଗଡ଼ ରେ କାର ଧକ୍କାରେ ମା ଝିଅ ଙ୍କ ଶୋଚନୀୟ ମୃତ୍ୟୁ । ବଲାଙ୍ଗୀର ପାଟଣାଗଡ଼ ଥାନା ଉଲବା ଗ୍ରାମ ନିକଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି ।

ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଲୋକେ କ୍ଷତି ପୁରଣ ସହ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ପାଟଣାଗଡ଼ ବଲାଙ୍ଗୀର ମୁଖ୍ୟ ରାସ୍ତା ରେ ଯାତାୟାତ ଠପ୍ ହୋଇଛି। ସେପଟେ ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆନ୍ଦୋଳନ କାରୀ ଓ ମୃତକଙ୍କ ପରିବାର ବର୍ଗ ସହ ଆଲୋଚନା ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ ... ଦୁଇ ବୁଲେଟ ମୁହାଁମୁହିଁ ଧକ୍କା, ୨ ମୃତ

ପୋଲିସର ସୂଚନା ଅନୁସାରେ ଉଲବା ଗ୍ରାମର ମା ସରୋଜିନୀ ଧରୁଆ ଓ ତାଙ୍କ ଝିଅ କିର୍ତ୍ତି ଧାରୁଆ ନିଜ କ୍ଷେତରୁ କାମ ସାରି ଘରକୁ ଫେରୁଥିଲେ । ଫେରିବା ସମୟରେ ପାଟଣାଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା କାର ଉଭୟ ମା ଓ ଝିଅଙ୍କୁ ଧକ୍କା ଦେଇଥିଲା । ତେବେ କାର ଧକ୍କାରେ ଦୁଇଜଣ ଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇ ଯାଇଥିବା ବେଳେ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥି ସହିତ ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ଦୀର୍ଘ ଚାରି ଘଣ୍ଟାରୁ ଅଧିକ ହେବ ସେଠାରେ ସ୍ଥାନୀୟ ଲୋକେ ରାସ୍ତାରେ ବସି ଧାରଣା ଦେବା ସହ କ୍ଷତି ପୂରଣ ଦାବି କରିଛନ୍ତି । ସେହିପରି ଦୁର୍ଘଟଣା ଘଟାଇଥିବା କାର ଡ଼୍ରାଇଭରକୁ ଶୀଘ୍ର ଗିରଫ ଦାବି କରିଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେହିପରି ଆଜି ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବୁଲେଟ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟାଥାନା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାର ଧନାପନା ଛକରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକ ୨ଜଣ ହେଲେ ଖୁଣ୍ଟା ଥାନା ଅଞ୍ଚଳର ଅଭିଜିତ ବେହେରା ଓ କହ୍ନେଇବନ୍ଧ ଗ୍ରାମର ରମାକାନ୍ତ ହେମ୍ବ୍ରମ ବୋଲି ଜଣାପଡିଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.