ନବରଙ୍ଗପୁରରେ ଚାଲିଛି ମତଦାନ, ହ୍ୱିଲଚେୟାରରେ ଆସି ନେତା ବାଛିଲେ ଭୋଟର - Lok Sabha Election 2024

By ETV Bharat Odisha Team

Published : May 13, 2024, 10:12 AM IST

thumbnail
ନବରଙ୍ଗପୁରରେ ଚାଲିଛି ମତଦାନ, ହ୍ୱିଲଚେୟାରରେ ଆସି ନେତା ବାଛିଲେ ଭୋଟର (ETV Bharat Odisha)


ନବରଙ୍ଗପୁର: ଭୋଟ ଦେଉଛି ଓଡ଼ିଶା  । ନବରଙ୍ଗପୁର ଜିଲ୍ଲାରେ ମୋଟ ୯୯୩ଟି ବୁଥରେ ସକାଳୁ ମତଦାନ ଜାରି ରହିଛି  ।  ୮ ଲକ୍ଷ ୫୨ ହଜାର ୫୨୪ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୪ ଲକ୍ଷ ୨୧ ହଜାର ୫୪୧ ଥିବାବେଳେ ୪ ଲକ୍ଷ ୩୦ ହଜାର ୯୨୪ ମହିଳା ଭୋଟର ଓ ୫୯ ଜଣ ଟ୍ରାନ୍ସଜେଣ୍ଡେର ରହିଛନ୍ତି  । ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ୨ ଲକ୍ଷ ୩୪ ହଜାର ୫୪ ଜଣ, ଡାବୁଗାଁ ବିଧାନସଭା କ୍ଷେତ୍ରରେ ୨ ଲକ୍ଷ ୪ ହଜାର ୮୮୭, ଉମରକୋଟ ୧ ଲକ୍ଷ ୯୬ ହଜାର ୫୧୨, ଝରିଗାଁ  ୨ ଲକ୍ଷ ୧୭ ହଜାର ୭୧ ଜଣ ଭୋଟର ରହିଛନ୍ତି । ତେବେ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି  । ଏମିତିକି ଶାରିରୀକ ଭିନ୍ନକ୍ଷମ ଭୋଟର ହ୍ବିଲଚେୟାରରେ ଆସି ଭୋଟ ଦେବାର ଦୃଶ୍ୟ ଦେଖିବାକୁ ମିଳିଛି  ।

ନବରଙ୍ଗପୁର ଜିଲ୍ଲାର ୯୯୩ ବୁଥରୁ ୬୨ଟି ସମ୍ବେଦନଶୀଳ ବୁଥ ରହିଛି  । ସମ୍ଭାବ୍ୟ ଅପ୍ରୀତିକର ସ୍ଥିତିକୁ ଏଡାଇବା ପାଇଁ ସେଠାରେ ପ୍ରାୟ ୫୦୦ ପୋଲିସ କର୍ମୀ ମୁତୟନ କରାଯାଇଛି  । ସେହିପରି ୧୨ଟି ସଖୀ ବୁଥ କରାଯାଇ ମହିଳା ପୋଲିଂ ପାର୍ଟି ପକ୍ଷରୁ ମତଦାନ ବ୍ୟବସ୍ଥା କରାଯାଇଛି । ୪ ଗୋଟି ବୁଥରେ ଦିବ୍ୟାଙ୍ଗ ପୋଲିଂ ପାର୍ଟି ରହିଛନ୍ତି । ସେହିପରି ୧୨୦ ବୁଥ ଇକୋଫ୍ରେଣ୍ଡଲି ବୁଥ କରାଯାଇ ପ୍ଲାଷ୍ଟିକ ଜିନିଷ ବ୍ୟବହାର ବାରଣ କରାଯାଇଛି । ୧୨ଟି ବୁଥରେ ସ୍ଥାନୀୟ ଆଦିବାସୀ ପରମ୍ପରାର ପ୍ରଦର୍ଶନୀ କରାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.