ନିର୍ବାଚନକୁ ନେଇ କେତେ ଉତ୍ସାହିତ ଭୋଟର ? ଶୁଣନ୍ତୁ ସେମାନଙ୍କ ମୁହଁରୁ - Lok Sabha Election 2024

By ETV Bharat Odisha Team

Published : May 13, 2024, 9:05 AM IST

thumbnail
ନିର୍ବାଚନକୁ ନେଇ କେତେ ଉତ୍ସାହିତ ଭୋଟର ? ଶୁଣନ୍ତୁ ସେମାନଙ୍କ ମୁହଁରୁ (ETV Bharat Odisha)

ବ୍ରହ୍ମପୁର: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ  । ସକାଳ ୭ଟାରୁ ୪ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଯାଇଛି ମତଦାନ  । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ନିଜର ପ୍ରିୟ ନେତାଙ୍କୁ ବାଛିବାକୁ ସକାଳୁ ସକାଳୁ ବୁଥ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର  । ଲାଇନରେ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି  । ଆଜି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ ଗୋଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି  । ଏହି କ୍ରମରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଚାଲିଛି । ତେବେ ନିର୍ବାଚନକୁ ନେଇ କେତେ ଉତ୍ସାହିତ ଅଛନ୍ତି ଭୋଟର, କେଉଁ ଭଳି ନେତାଙ୍କୁ ଭୋଟ ଦେଇ ଜିତାଇବାକୁ ଚାହୁଁଛନ୍ତି, ସେନେଇ ସିଧାସଳଖ ଭୋଟରଙ୍କ ସହ ଆଲୋଚନା କରିଛନ୍ତି ଆମର ବ୍ରହ୍ମପୁର ପ୍ରତିନିଧି, ଶୁଣନ୍ତୁ କ'ଣ କହୁଛନ୍ତି ଭୋଟର...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.