ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ଼ର ଅବକାରୀ: ୧୭୮୦ ଲିଟର ଦେଶୀ ମଦ ଜବତ, ତିନି ଗିରଫ

By ETV Bharat Odisha Team

Published : Feb 9, 2024, 7:43 PM IST

thumbnail

Country Liquor Seized In Cuttack: କଟକ: ପାଖେ ଆସୁଛି ନିର୍ବାଚନ ଆକ୍ସନ ମୋଡ଼ର କଟକ ଅବକାରୀ ବିଭାଗ । କଟକରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବାଲିକୁଦା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ୧୦୪୦ ଲିଟର ମଦ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସେହିପରି ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ବାଙ୍କୀର ବରହମପୁରା ଗ୍ରାମରେ ଚଢ଼ାଉ କରି ୭୪୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ସାମଗ୍ରୀର ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷୀକ ଦେବାଶିଷ ପଟେଲ ।

ତେବେ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ବିଭାଗୀୟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କଟକରେ ଅବକାରୀ ଚଢ଼ାଉ ଜୋରଦାର କରିଛି । ଗ୍ରାମଞ୍ଚଳରୁ ବିପୁଳ ମାତ୍ରାରେ ଚୋରା ମଦ ଜବତ କରିଛି ବିଭାଗ । ତେବେ ନିର୍ବାଚନ ସମୟ ଆସିଲେ ଅବକାରୀ ସାମଗ୍ରୀ ଉପରେ ବେଶୀ ଚାହିଦା ବଢିଥାଏ । ବିଶେଷକରି ଆଠଗଡ଼, ତିଗିରିଆ,ସାଲେପୁର, ବଡ଼ମ୍ବା ନରସିହପୁର ଆଦି ଅଞ୍ଚଳରୁ ଅନେକ ସ୍ଥାନରେ ଦେଶୀ ରନ୍ଧା ମଦ ମିଲିଥାଏ । ଏହାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରିବା ପାଇଁ ଏପରି ଆକ୍ସନ ମୋଡକୁ ଆସିଛି ରାଜ୍ୟ ଅବକାରୀ ବିଭାଗ । ତେବେ କଟକରୁ ପ୍ରତିଦିନ ଗଞ୍ଜେଇ , ବ୍ରାଉନ ସୁଗାରଆର ବିଶେଷ ଭାବରେ ଜବତ ହେଉଛି । ତେଣୁ ନିର୍ବାଚନ ସମୟରେ ଅବକାରୀ ସାମଗ୍ରୀ ବିକ୍ରି ଓ ତିଆରି ସମ୍ପୁର୍ଣ୍ଣ ରୂପେ ରୋକ ଲଗାଇବା ପାଇଁ ଏପରି ସ୍ୱତନ୍ତ୍ର ଯୋଜନା କରିଛି ଅବକାରୀ ବିଭାଗ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.