ETV Bharat / state

ଦାମୀ କାରରେ ଦେଶୀ ମଦ ଚାଲାଣ, ଭୁବନେଶ୍ୱରରେ ଧରିଲା ଅବକାରୀ ଟିମ୍

author img

By ETV Bharat Odisha Team

Published : Jan 20, 2024, 4:21 PM IST

ଦାମୀ କାରରେ ଦେଶୀ ମଦ ଚାଲାଣ, ଭୁବନେଶ୍ୱରରେ ଧରିଲା ଅବକାରୀ ଟିମ୍
ଦାମୀ କାରରେ ଦେଶୀ ମଦ ଚାଲାଣ, ଭୁବନେଶ୍ୱରରେ ଧରିଲା ଅବକାରୀ ଟିମ୍

Country Liquor Seized In Bhubaneswar: ମୟୂରଭଞ୍ଜରୁ ଭୁବନେଶ୍ୱର ଆସୁଥିଲା ଦେଶୀ ମଦ । ଦାମୀ କାରରେ ଚାଲାଣ ହେଉଥିଲା ବିପୁଳ ପରିମାଣର ବେଆଇନ ମଦ । ଖବର ପାଇ ଚଢାଉ କଲା ଅବକାରୀ ଟିମ୍ । ଦୁଇ ଅଭିଯୁକ୍ତ ସହ ଗୋଟିଏ ଦାମୀ କାର ଜବତ । ଅଧିକ ପଢନ୍ତୁ

ଦାମୀ କାରରେ ଦେଶୀ ମଦ ଚାଲାଣ, ଭୁବନେଶ୍ୱରରେ ଧରିଲା ଅବକାରୀ ଟିମ୍

ଭୁବନେଶ୍ବର: ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ । ମୟୂରଭଞ୍ଜରୁ ଭୁବନେଶ୍ବରକୁ ଏକ ଦାମୀ କାରରେ ଚାଲାଣ ହେଉଥିଲା ଦେଶୀ ମଦ । ଖବର ପାଇ ଖବର ପାଇ ରସୁଲଗଡ ଛକରୁ ୫୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଧରିଲା ଅବକାରୀ ଟିମ୍ । ଜବତ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ସହ ଗୋଟିଏ ଦାମୀ କାର ଜବତ କରିଛି ବିଭାଗ । ଆସୁଛି ୨୪ ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ସବୁଠାରେ ଆରମ୍ଭ ହୋଇଛି ଚେକିଂ ଏବଂ ବ୍ଲକିଂ ।

ଅବକାରୀ ଇନ୍ସପେକ୍ଟର ବିକାଶ ନାୟକଙ୍କ ସୂଚନା ମୁତାବକ, ଆଗକୁ ନିର୍ବାଚନ ଆସୁଥିବାର ମଦ ଚୋରା ଚାଲାଣ ଉପରେ ଅବକାରୀ ଟିମର ଚଢାଉ ଜୋରଦାର ହେଉଛି । ଚୋରା ମଦ କାରବାର ଉପରେ ଧରପଗଡ଼ ପାଇଁ ସୋର୍ସ ଲଗାଇଛନ୍ତି ଅବକାରୀ ଟିମ । ଏକ କାର ଯୋଗେ ଦେଶୀ ମଦ ଆସୁଥିବାର ଖବର ମିଳିଥିଲା । ରସୁଲଗଡ ଛକରେ OD11Z3051 ନଂ ଗାଡିକୁ ଅଟକାଇବା ପରେ ଜବତ ହୋଇଥିଲା ୫୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ । ମୟୂରଭଞ୍ଜରୁ ବିଭିନ୍ନ ଦେଶୀ ଉପାୟରେ ପ୍ରସ୍ତୁତ କରି ଏଭଳି ଚୋରାରେ ବିଭିନ୍ନ ବସ୍ତିକୁ ଯୋଗାଉଛନ୍ତି । ଚାଲାଣକାରୀମାନେ ଦାମୀ ଗାଡି ବ୍ୟବହାର କରୁଛନ୍ତି ଯେପରି କେହି ସନ୍ଦେହ କରିବେ ନାହିଁ ।

ତେବେ ଦେଶୀ ମଦ ବିକ୍ରି ସମ୍ପୂର୍ଣ୍ଣ ଭାବେ ବେଆଇନ । ବିଭିନ୍ନ ଶ୍ରମିକ ଶ୍ରେଣୀର‌ ଲୋକ‌ ବା ବସ୍ତି ଓ ରାଜଧାନୀ ଉପକଣ୍ଠରେ ନିଶା କାରବାର ପାଇଁ ଏପରି ‌ମଦ ବିକ୍ରି କରାଯାଉଛି । ବିଦେଶୀ ମଦ ତୁଳନାରେ‌ ବହୁତ କମ୍ ଦାମରେ ଅଧିକା ନିଶା ସହ ସହଜରେ ମିଳିଯାଉଛି । ଯାହାକୁ ନେଇ ଏଭଳି ମଦ କାରବାର ପାଇଁ କରିବା ପାଇଁ ବାଟ ବାଛି ନେଉଛନ୍ତି ବ୍ୟବସାୟୀ । ଜବତ ମଦର ଦାମ ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏପରି ଦେଶୀ ମଦ ଆଣି ବିଭିନ୍ନ‌ ବସ୍ତି ଓ ରାଜଧାନୀ ଉପକଣ୍ଠରେ ବିକ୍ରି ପାଇଁ ଯୋଜନା ଚଳାଇଥିଲେ ବ୍ୟବସାୟୀ ।

ଏହା ମଧ୍ୟ ପଢନ୍ତୁ...ଶହେ ଲିଟର ଦେଶୀ ମଦ ଜବତ: ଅସ୍ଥାୟୀ ଦୋକାନ ଭାଙ୍ଗିଲା ପୋଲିସ

ତେବେ ଦେଶୀ ମଦ ଯୋଗୁଁ ବିଷକ୍ରିୟା ହୋଇ‌ ମଦ ମୃତ୍ୟୁର ସମ୍ଭାବନା ରହିଛି । ସେଭଳି କିଛି ବେଆଇନ୍ ଭାବେ କାରବାର ନହୁଏ, ତେଣୁ ଚଢାଉ ଜୋରଦାର ପାଇଁ ଅବକାରୀ ଟିମ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖାଯାଉଛି । ଯାହାକୁ ଆଧାର କରି ଏପରି ଦେଶୀ ମଦ ସହ ଦାମୀ ଗାଡି ଜବତ ହୋଇଛି । କେବଳ ଏଇ ଘଟଣା ଆଜିର ନୁହେଁ ଗତକାଲି ମଧ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ବିଭିନ୍ନ ବସ୍ତି ଉପରେ ଚାଢଉ କରିଥିଲା ।ଦେଶୀ ରନ୍ଧା ମଦ ଉପରେ ନଜର ପକାଇ ବିଭିନ୍ନ‌ ମଦ ପ୍ରସ୍ତୁତ ଆଡ୍ଡା ଉପରେ ରେଡ଼ କରିଛି ବିଭାଗ । ନୀଳଚକ୍ର ନଗର ବସ୍ତି, ଇଡ଼କଲ ବସ୍ତି, ଲଇଲା ସ୍କୁଲ ପାଖ ବସ୍ତି ଓ ନୟାଗଡ଼ ବସ୍ତି ଆଦି ଚଢାଉ ବେଳେ ବିପୁଳ ପରିମାଣର ରନ୍ଧା ମଦ ସହ ପୋଚ ଜବତ କରାଯାଇଥିଲା । ଏହାସହ ବିପୁଳ ପରିମାଣର ମଦ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରାଯାଇଛି । ସେସବୁକୁ ନଷ୍ଟ କରିଛି ଅବକାରୀ ଟିମ୍ । ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ମଦ କାରବାର ଉପରେ ଅବକାରୀ ଟିମ୍ ଚଢାଉ କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.