ପ୍ରଥମ ଥର ନିଜ ଅଞ୍ଚଳରେ ଭୋଟ ଦେବେ ତେନ୍ତୁଳିଖୁଣ୍ଟିର ବିଚ୍ଛିନ୍ନାଞ୍ଚଳ ଭୋଟର, 2ଟି ବୁଥରେ ହେବ ମତଦାନ - Vote In Isolated Area

By ETV Bharat Odisha Team

Published : Apr 13, 2024, 3:51 PM IST

thumbnail

Nabarangpur Assembly Constituency ନବରଙ୍ଗପୁର: ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ତେନ୍ତୁଳିଖୁଣ୍ଟି ବ୍ଲକରେ ମୋଟ ୮୧ଟି ବୁଥ ରହିଛି । ସେଥି ମଧ୍ୟରୁ ଈନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଭୋଟରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଥମ ଥର ଲୋକସଭା ଓ ବିଧାନସଭା ମତଦାନ ପାଇଁ 2ଟି ବୁଥ କରାଯିବ । ଏହି ବ୍ଳକର ୨୬୮ ନମ୍ବର ବୁଥେ ଟାଙ୍ଗନୀକୋଟର ବାଗ୍ରା ଓ ଝଲାଗୁଡା ଗ୍ରାମର ଲୋକ ମତଦାନ କରିବାକୁ ଥିବା ବେଳେ ୧୫୩ ଜଣ ଭୋଟର ମତଦାନ କରିବେ । ସେହିପରି ୨୬୯ ନମ୍ବର ବୁଥ ଗୁରୁମାଇଗୁଡାର ତଲଙ୍ଗ ଓ ଗୁରୁମାଇଗୁଡା ଗ୍ରାମର ମୋଟ ୨୭୩ ଜଣ ଭୋଟ ଦେବେ ।

ତେବେ ଏହି ଦୁଇଟି ବୁଥରେ ପୋଲିଂ ଅଫିସର ସମେତ ସମସ୍ତ କର୍ମଚାରୀଙ୍କୁ ନେବା ଆଣିବା ବ୍ୟବସ୍ଥା ଓ ରହିବା ବ୍ୟବସ୍ଥା କିପରି କରାଯିବ ତାର ସମୀକ୍ଷା କରିବା ପାଇଁ ଏଡିଏମଓ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରବ୍ବାନ, ଉପ ଜିଲ୍ଲପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଓ ବିଡ଼ିଓ ମନୋଜ ପାଣିଗ୍ରାହୀ ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଛନ୍ତି । ପୋଲିଂ ଡ୍ୟୁଟିରେ ଆସିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିବା ଯାତାୟତ ଖାଦ୍ୟ ପାନୀୟ ସୁବିଧା କରାଯିବା ସହ ଭୋଟରଙ୍କ ପାଇଁ ମଧ୍ୟ ଯାତାୟାତ ସୁବିଧା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତ ନିର୍ବାଚନରେ ବିଚ୍ଛନ୍ନାଳବାସୀଙ୍କ ପାଇଁ ସ୍ବତନ୍ତ୍ର ବୁଥ ହୋଇଥିଲା । ଏଥର ସାଧାରଣ ନିର୍ବାଚନରେ ପ୍ରଥମ ଥର ବୁଥ ହେଉଥିବାରୁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.