ETV Bharat / bharat

ବିବାହ ନିମନ୍ତ୍ରଣ କାର୍ଡରେ ମତଦାନ ପାଇଁ ସଚେତନତା ବାର୍ତ୍ତା - VOTING AWARENESS In WEDDING CARD

author img

By ETV Bharat Odisha Team

Published : Apr 12, 2024, 10:28 PM IST

Updated : Apr 12, 2024, 10:58 PM IST

Voting Awareness Slogans Printed On Wedding Cards: ମତଦାନ ପ୍ରତି ଲୋକମାନଙ୍କୁ ସଚେତନତା କରିବା ପାଇଁ ଭିନ୍ନ ପ୍ରୟାସ । ନିମନ୍ତ୍ରଣ କାର୍ଡରେ ଲେଖାଯାଇଛି ସଚେତନତା ସ୍ଲୋଗାନ । ଅଧିକ ପଢ଼ନ୍ତୁ

ବିବାହ ନିମନ୍ତ୍ରଣ କାର୍ଡରେ ମତଦାନ ପାଇଁ ସଚେତନ ବର୍ତ୍ତା
ବିବାହ ନିମନ୍ତ୍ରଣ କାର୍ଡରେ ମତଦାନ ପାଇଁ ସଚେତନ ବର୍ତ୍ତା

ବିବାହ ନିମନ୍ତ୍ରଣ କାର୍ଡରେ ମତଦାନ ପାଇଁ ସଚେତନ ବର୍ତ୍ତା

ଲକ୍ଷ୍ନୌ: ଆଉ କିଛି ଦିନ ପରେ ଆରମ୍ଭ ହେବ ଗଣତନ୍ତ୍ରର ବଡ଼ ପର୍ବ ନିର୍ବାଚନ । ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଦିନରାତି ପ୍ରଚାର କରୁଛନ୍ତି । ଏହାରି ଭିତରେ ନିର୍ବାଚନ ଆୟୋଗ ଓ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ମତଦାନ କରିବା ନେଇ ସଚେତନ କରୁଛନ୍ତି । ତେବେ ଭୋଟରମାନଙ୍କୁ ସଚେତନତା କରିବା ପାଇଁ ଉତ୍ତରପ୍ରଦେଶ ଅଲିଗଡ଼ର ଜଣେ ବ୍ୟକ୍ତି ଏକ ନିଆରା ପ୍ରୟାସ କରିଛନ୍ତି । ନିଜ ପୁତୁରାର ବିବାହ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ଲୋକମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରୁଛନ୍ତି । ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡରେ ଭୋଟରମାନଙ୍କୁ ସଚେତନ କରିବା ପାଇଁ ଲେଖାଯାଇଛି ସ୍ଲୋଗାନ । ଫଳରେ ନିମନ୍ତ୍ରଣ କାର୍ଡ ପାଇଥିବା ସମ୍ପର୍କୀୟମାନେ ଭୋଟ ବିଷୟରେ ସଚେତନ ହୋଇପାରିବେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଅଲିଗଡ଼ର କାଳୀଚରଣ ଭଷ୍ଣୋୟ ହେଉଛନ୍ତି ଜଣେ ସମାଜସେବୀ । କାଳୀଚରଣଙ୍କ ଭାଇଙ୍କ ମୃତ୍ୟୁ ପରେ ସେ ତାଙ୍କ ଭାଇଙ୍କ ପରିବାର ଦାୟିତ୍ୱ ତୁଲାଉଛନ୍ତି । 21 ଏପ୍ରିଲରେ ତାଙ୍କ ପୁତୁରା ଅଙ୍କୁଷ ଭଷ୍ଣୋୟଙ୍କର ବିବାହ ସ୍ଥିର ହୋଇଛି । ଏଥିପାଇଁ ବର୍ତ୍ତମାନ ବିବାହ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଉଛି । ତେବେ ଏହି ନିମନ୍ତ୍ରଣ କାର୍ଡରେ କିଛି ଭିନ୍ନ କରିବା ସହ ଲୋକମାନଙ୍କୁ ମତଦାନ କରିବା ବିଷୟରେ ସଚେତନା କରିବା ପାଇଁ ନିମନ୍ତ୍ରଣ କାର୍ଡରେ ଏଭଳି କିଛି ଲେଖା ଯାଇଛି । " ପ୍ରଥମେ ମତଦାନ କରନ୍ତୁ, ପରେ ଖାଇବା ପିଇବା...ତୁମର ସମସ୍ତ କାମ ଛାଡ଼ି ପ୍ରଥମେ ଭୋଟ ଦେବା ପାଇଁ ଚାଲନ୍ତୁ ।" ତେବେ ଏହାସହ କାର୍ଡରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ଯେ, "ନିର୍ବାଚନ ପର୍ବ, ଦେଶର ଗର୍ବ ।"

ସେହିପରି କାର୍ଡର ଦ୍ବିତୀୟ ପୃଷ୍ଠାରେ ଲେଖାଯାଇଛି, "ଭାରତ ଦେଶ ଆଜି କଠିନ ପରିସ୍ଥିତି ଦେଇ ଗତି କରୁଛି । ବାହ୍ୟ ଏବଂ ଆଭ୍ୟନ୍ତରୀଣ ଶତ୍ରୁ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏଭଳି ସ୍ଥିତିରେ ସମାଜରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ପାଇଁ ଆମ ପୁଅ ଅଙ୍କୁଷ ଭଷ୍ଣୋୟ ଏବଂ ସୁଗନ୍ଧୀ ଭଷ୍ଣୋୟଙ୍କ ବିବାହ ଅବସରରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ଚାରିପାଖରେ ସାତଫେରା ନେବାସହ ଦେଶ ଓ ହିନ୍ଦୁତ୍ବର ରକ୍ଷା ପାଇଁ ଅଷ୍ଟମ ବଚନ ନେବାକୁ ନିଷ୍ପତ୍ତି ନେଇଛୁ । ଦୟାକରି ବିବାହ ଉତ୍ସବରେ ଯୋଗଦାନ କରି ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜସ୍ଥାନରେ ନିଆରା ବିବାହ: ଏକା ସଙ୍ଗରେ ବିବାହ କଲେ ୧୭ ଭାଇ ଭଉଣୀ - MARRIAGE OF 17 SIBLINGS IN BIKANER

ତେବେ ଏନେଇ କାଳୀଚରଣ କହିଛନ୍ତି ଯେ, ତାଙ୍କ ପୁତୁରା 21 ଏପ୍ରିଲରେ ବିବାହ କରୁଛନ୍ତି । ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି, ତେଣୁ ପୁତୁରା ବିବାହର ସମସ୍ତ ଦାୟିତ୍ବ ତାଙ୍କ ଉପରେ ଅଛି । ବର୍ତ୍ତମାନ ନିର୍ବାଚନ ସମୟ ଚାଲିଛି । ଏହି ବିବାହ ଉତ୍ସବରେ ଦେଶ, ଗଣତନ୍ତ୍ର ହାତକୁ ମଜବୁତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛୁ । ସେଥିପାଇଁ ଭୋଟିଂ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିବାହ କାର୍ଡରେ ସ୍ଲୋଗାନ ଛପା ଯାଇଛି । ଯେତେବେଳେ ଏହି କାର୍ଡ ଲୋକଙ୍କ ପାଖକୁ ଯିବ, ସେମାନେ ଭୋଟ ଦେବା ପାଇଁ ସଚାତନ ହେବା ସହ ମତଦାନରେ ଅଂଶଗ୍ରହଣ କରିବେ । ଶାସନ ଏବଂ ପ୍ରଶାସନ ବ୍ୟତୀତ ଜନସାଧାରଣଙ୍କର ମଧ୍ୟ କିଛି ଦାୟିତ୍ବ ରହିଛି । ଯଦି ସରକାର ଗଠନ ହୁଏ, ତେବେ ଆମ ଦେଶ ଶକ୍ତିଶାଳୀ ହେବ । ପ୍ରାୟ 1000 ନିମନ୍ତ୍ରଣ କାର୍ଡ ଛପା ଯାଇଛି । ଏହି କାର୍ଡଗୁଡିକୁ ପ୍ରଶାସନିକ ଅଧିକାରୀ ଏବଂ ସମ୍ପର୍କୀୟଙ୍କୁ ଦିଆଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 12, 2024, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.