ETV Bharat / bharat

ରାଜସ୍ଥାନରେ ନିଆରା ବିବାହ: ଏକା ସଙ୍ଗରେ ବିବାହ କଲେ ୧୭ ଭାଇ ଭଉଣୀ - MARRIAGE OF 17 SIBLINGS IN BIKANER

author img

By ETV Bharat Odisha Team

Published : Apr 7, 2024, 8:20 PM IST

Popular Wedding in Bikaner: ରାଜସ୍ଥାନର ଲାଲମଦେସର ଗାଁରେ ନିବାସୀ ସୁରଜାରାମ ଗୋଦାରା ନିଜର ୧୭ ଜଣ ନାତି ନାତୁଣୀଙ୍କ ଏକା ସାଙ୍ଗରେ ବିବାହ କରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଆଜିର ସମାଜରେ ସଂଯୁକ୍ତ ପରିବାରର ମହତ୍ତ୍ବ ଦର୍ଶାଇବା ସହ ବିବାହର ଆୟୋଜନର ଖର୍ଚ୍ଚକୁ କମାଇବାର ଉପାୟ ଦେଖାଇଛନ୍ତି । ଅଧିକ ପଢନ୍ତୁ

ରାଜସ୍ଥାନରେ ନିଆରା ବିବାହ: ଏକା ସଙ୍ଗରେ ବିବାହ କଲେ ୧୭ ଭାଇ ଭଉଣୀ

ଜୟପୁର: ଗଣ ବିବାହ ବା ସାମୂହିକ ବିବାହ, ଏହା ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଛନ୍ତି । ଏ ପ୍ରକାର ବିବାହରେ ଏକାଠି ଏକ ସମୟରେ ଅନେକ ସଂଖ୍ୟକ ପୁଅ ଝିଅ ପରସ୍ପର ସହିତ ବୈବାହିକ ବନ୍ଧନରେ ବାନ୍ଧି ହୋଇଥାନ୍ତି । କିନ୍ତୁ ରାଜସ୍ଥାନରେ ଗୋଟିଏ ପରିବାରର ଏକା ସହିତ ୧୭ ଜଣ ସଦସ୍ୟଙ୍କ ବିବାହ ଏକ ସମୟରେ ହୋଇଛି । କଥାଟା ଗପ ଲାଗୁଥିଲେ ମଧ୍ୟ ଏକ ଦମ୍ ସତ କଥା ।

ରାଜସ୍ଥାନର ବିକାନେରର ନୋଖା ଅନ୍ତର୍ଗତ ଲାଲମଦେସର ଗାଁରେ ନିବାସୀ ସୁରଜାରାମ ଗୋଦାରା ସପରିବାର ସେଠାରେ ରହୁଛନ୍ତି । ତେବେ ସୁରଜାରାମ ନିଜର ସଂଯୁକ୍ତ ପରିବାରରେ ଥିବା ବିବାହଯୋଗ୍ୟ ନାତି ଓ ନାତୁଣୀମାନଙ୍କ ବିବାହ ଗୋଟିଏ ସମୟ ଓ ଗୋଟିଏ ମଣ୍ଡପରେ କରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଜିର ସମାଜରେ ଯେଉଁଠି ଲୋକମାନେ ଏକକ ପରିବାରକୁ ଆପଣାଉଥିବା ବେଳେ, ସୁରଜାରାମଙ୍କ ସଂଯୁକ୍ତ ପରିବାର ପାରିବାରିକ ସ୍ନେହ ଓ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛି । ଏହାସହ ବହୁ ବିବାହ ଜନିତ ଖର୍ଚ୍ଚକୁ କିଭଳି ଭାବେ ସୁନିୟୋଜିତ ଉପାୟରେ କମ୍ କରି ହେବ ତାକୁ ଦର୍ଶାଇଛନ୍ତି ସୁରଜାରାମଙ୍କ ପରିବାର । ଯାହାକୁ ନେଇ ବେଶ ପ୍ରଶଂସା ସାଉଁଟିଛନ୍ତି ଗୋଦାରା ପରିବାର ।

ଏହା ମଧ୍ୟ ପଢନ୍ତୁ ... କିମିଆ କଲା ମାଟ୍ରିମୋନି ପ୍ରେମ, ଯୁବ ଆଙ୍କରଙ୍କୁ ଉଠାଇ ନେଲେ ଯୁବତୀ

ଗତ ଏପ୍ରିଲ ମାସ ୧ ତାରିଖରେ ପ୍ରଥମେ ସମ୍ପର୍କୀୟ ୫ ଜଣ ଭାଇମାନଙ୍କ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ଏହା ପର ଦିନ ଅର୍ଥାତ ଏପ୍ରିଲ ୨ ତାରିଖରେ ଅନ୍ୟ ୧୨ ଜଣ ସମ୍ପର୍କୀୟ ଭଉଣୀ ମାନେ ବିବାହ କରିଥିଲେ । ତେବେ ଘରର ମୁଖିଆ ସୁରଜାରାମ ଗୋଦାରା ନିଜର ୧୭ ଜଣ ନାତିନାତୁଣୀ ମାନଙ୍କ ବିବାହ ପାଇଁ ଗୋଟିଏ ହିଁ ନିମନ୍ତ୍ରଣ ପତ୍ର ଛପାଇଥିଲେ । ଯେଉଁଥିରେ ସମସ୍ତ ବିବାହର ପାତ୍ର ଏବଂ ପାତ୍ରୀ ମାନଙ୍କ ନାଁ ଉଲ୍ଲେଖ ଥିଲା । ତେବେ ସୁରଜାରାମଙ୍କ ୫ଜଣ ନାତି ଏକ ସଙ୍ଗରେ ହିଁ ବିବାହ ପାଇଁ ଘରୁ ପ୍ରସ୍ଥାନ କରିଥିଲେ । ସେହିପରି ୧୨ ଜଣ କନ୍ୟାଙ୍କ ୧୨ ଜଣ ବରପାତ୍ର ମାନେ ସେମାନଙ୍କ ବରଯାତ୍ରୀ ସହିତ ଆସିଥିଲେ ଯେଉଁଠି ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ଲାଗିବା ସହ ସେମାନେ ବରଯାତ୍ରୀଙ୍କ ସ୍ବାଗତ ବେଶ ଧୁମଧାମରେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.