ETV Bharat / bharat

କିମିଆ କଲା ମାଟ୍ରିମୋନି ପ୍ରେମ, ଯୁବ ଆଙ୍କରଙ୍କୁ ଉଠାଇ ନେଲେ ଯୁବତୀ

author img

By ETV Bharat Odisha Team

Published : Feb 24, 2024, 1:10 PM IST

Hyderabad woman abducts TV anchor: ହାଇଦ୍ରାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ପାଇଁ ଟିଭି ଆଙ୍କରକୁ ଅପହରଣ । ବ୍ୟବସାୟୀ ମହିଳାଙ୍କୁ ବାନ୍ଧିଲା ହାଇଦ୍ରାବାଦର ଉପଲ ପୋଲିସ । ଅଧିକ ପଢନ୍ତୁ

Hyderabad woman abducts TV anchor
Hyderabad woman abducts TV anchor

ହାଇଦ୍ରାବାଦ: ବିବାହ ପାଇଁ ମାଟ୍ରିମୋନି ଆସିଥିଲା ପ୍ରସ୍ତାବ । ପରେ ଆରମ୍ଭ ହୋଇଥିବା କଥାବାର୍ତ୍ତା । କିଛି ଦିନ କଥାବାର୍ତ୍ତା ମଧ୍ୟରେ ଆଙ୍କର ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଯାଇଥିଲେ ଯୁବତୀ । ଏହାରି ଭିତରେ ହଠାତ ବନ୍ଦ ହୋଇଯାଇଥିଲା କଥାବାର୍ତ୍ତା । ପ୍ରେମ ବାର୍ତ୍ତାଳାପ ମଧ୍ୟରେ ହଠାତ ଅଣଦେଖାକୁ ସହିପାରିନଥିଲେ ଯୁବତୀ । ଆଙ୍କରଙ୍କୁ ହରାଇବାର ଡର ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଯୁବକଙ୍କୁ ପାଇବା ପାଇଁ ଶେଷରେ ବାଛିଲେ ଅପହରଣ ରାସ୍ତା । ରାତି ଅଧରେ 5ଜଣଙ୍କୁ ସାଙ୍ଗରେ ନେଇ ଯୁବକଙ୍କୁ କରିଲେ ଅପହରଣ । ଗୋଟିଏ ଘରେ ରଖି ବାହା ହେବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦରୁ ।

ତେବେ ଅଭିଯୋଗ ପରେ ଯୁବତୀଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦର ଉପଲ ପୋଲିସ । ଯୁବକ ଜଣକ ଏକ ନ୍ୟୁଜ ଚ୍ୟାନେଲର ଆଙ୍କରଙ୍କ ଫଟୋ ଦେଇ ମାଟ୍ରିମୋନିରେ ଆକାଉଣ୍ଟ ଖୋଲିଥିବା ବେଳେ ଯୁବତୀଜଣକ ଡିଜିଟାଲ ମାର୍କେଟିଂରେ କାର୍ଯ୍ୟ କରୁଥିବା ସୂଚନା ରହିଛି । ଯୁବକଙ୍କ ନାମ ଚୈତନ୍ୟ ରେଡି ହୋଇଥିବା ବେଳେ ଯୁବତୀଙ୍କ ନାମ ତ୍ରିସନା(31 ବର୍ଷୀୟ) ।

ଏହା ମଧ୍ୟ ପଢନ୍ତୁ: ଯୁବତୀଙ୍କୁ ପ୍ରେମ କରି ଝିଅରୁ ପୁଅ ହୋଇଥିଲେ, ମିଳାମିଶା ବନ୍ଦ କରିବାରୁ ଜିଅନ୍ତା ଜାଳି ଦେଲେ

ସୂଚନା ଅନୁସାରେ, ଚୈତନ୍ୟ ରେଡି (ଆଙ୍କର ପ୍ରଣବଙ୍କ) ସହିତ ତ୍ରିସନାଙ୍କର ମାଟ୍ରିମୋନିରେ ଦେଖା ସାକ୍ଷାତ ହୋଇଥିଲା । ଏହା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ସହିତ କଥା ଆଗକୁ ବଢାଇଥିଲେ । କିନ୍ତୁ କିଛି ଦିନର କଥାବାର୍ତ୍ତା ମଧ୍ୟରେ ପ୍ରବଣ ହଠାତ ତ୍ରିସନାଙ୍କୁ ଅଣଦେଖା କରିଥିଲେ । ହେଲେ ପ୍ରବଣଙ୍କୁ ପାଇବାର ଇଚ୍ଛା ତ୍ରିସନାଙ୍କୁ ବିବ୍ରତ କରିଥିଲା । ଫଳରେ ଗତ 10 ତାରିଖରେ 5ଜଣଙ୍କ ସହ ମିଶି ପ୍ରଣବଙ୍କୁ ଅପହରଣ କରିଥିଲେ । ଚୈତନ୍ୟଙ୍କୁ ଏକ ରୁମକୁ ଆଣି ତାଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ ।

ଏହାପରେ 11 ତାରିଖରେ ତାଙ୍କୁ ଛାଡି ଦେଇଥିଲେ । ଏହି ଘଟଣାକୁ ନେଇ ଚୈତନ୍ୟ ଉପଲ ପୋଲିସ ଥାନାରେ ତ୍ରିସନାଙ୍କ ବିରୋଧରେ ଏକ ଅପହରଣ ମାମଲା ଦାୟର କରିଥିଲେ । ଅଭିଯୋଗ ଆଧାରାରରେ ପୋଲିସ ତ୍ରିସନାଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, ଚୈତନ୍ୟା ରେଡ୍ଡି ନାମକ ଜଣେ ଯୁବକ ଆଙ୍କର ପ୍ରଣବଙ୍କ ଫଟୋକୁ ମାଟ୍ରିମୋନିରେ ବ୍ୟବହାର କରି ତ୍ରିସନାଙ୍କ ସହ ଚାଟ୍ କରୁଥିଲେ । ତେବେ ତ୍ରିସନା ମଧ୍ୟ ବିଜିନେସ ଡିଜିଟାଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.